Unknown

 

 

 

 

 

 

 

 

 

 

 

ଆମ ପନିପରିବା ଫସଲ

ସୁବାସ ସାହୁ

 

ସୂଚୀପତ୍ର

 

୧.

ବହି ସମ୍ପର୍କରେ

୨.

ଆଳୁ

୩.

ବାଇଗଣ

୪.

ବିଲାତି ବାଇଗଣ

୫.

ସବ୍‌ଜୀଲଙ୍କା

୬.

ଲଙ୍କାମରିଚ

୭.

ଫୁଲକୋବି

୮.

ବନ୍ଧାକୋବି

୯.

ବ୍ରେକୋଲି

୧୦.

ମଟର

୧୧.

ମୂଳା

୧୨.

ଗାଜର

୧୩.

ବିଟ୍

୧୪.

କନ୍ଦମୂଳ

୧୫.

ସାରୁ

୧୬.

ଦେଶୀଆଳୁ

୧୭.

ଓଲୁଅ

୧୮.

ପିଆଜ

୧୯.

ରସୁଣ

୨୦.

ଅଦା

୨୧.

ହଳଦୀ

୨୨.

ଭେଣ୍ଡି

୨୩.

ବିନ୍

୨୪.

ଝୁଡ଼ଙ୍ଗ

୨୫.

ଶିମ୍ବ

୨୬.

ଗୁଆଁର

୨୭.

ବୋଇତ କଖାରୁ

୨୮.

ପୋଟଳ

୨୯.

କାକୁଡ଼ି

୩୦.

ଜହ୍ନି

୩୧.

କଲରା

୩୨.

ଲାଉ

୩୩.

କାଙ୍କଡ଼

୩୪.

ପାଣି କଖାରୁ

୩୫.

ତରଭୁଜ

୩୬.

ସଜନା

୩୭.

ପରିବା ମକା

୩୮

ପାକଶାଳା ବଗିଚା

✽✽✽

 

ବହି ସମ୍ପର୍କରେ

 

କୃଷିକ୍ଷେତ୍ରରେ ଆୟବୃଦ୍ଧି ନିମନ୍ତେ ପନିପରିବା ଚାଷ ଏକ ପ୍ରମୁଖ ମାଧ୍ୟମ ଅଟେ । ବର୍ଷର ବିଭିନ୍ନ ସମୟରେ ରହୁଥିବା ବଜାର ଚାହିଦା, ସ୍ଥାନୀୟ ଜଳବାୟୁ ଅବସ୍ଥା, କୃଷକଙ୍କ ସାମର୍ଥ୍ୟ ଏବଂ ଉପଲବ୍ଧ ଥିବା କୃଷି ସାମଗ୍ରୀକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ ପନିପରିବା ଚାଷ କଲେ, ଏଥିରୁ ଅଧ‌ିକ ଆୟ ମିଳିପାରିବ । ଆମ ରାଜ୍ୟରେ ବିଭିନ୍ନ ପ୍ରକାରର ପନିପରିବା ଫସଲ ଚାଷ କରାଯାଇଥାଏ । ପନିପରିବା ଚାଷରୁ ଅଧିକ ଅମଳ ପାଇବା ପାଇଁ ଅନବରତ ନୂତନ ଜ୍ଞାନକୌଶଳ ଏବଂ ଉନ୍ନତ ବିହନ କିସମର ବିକାଶ କରାଯାଉଛି । ସେସବୁ ଜ୍ଞାନକୌଶଳର ଉପଯୁକ୍ତ ପ୍ରୟୋଗ କରାଗଲେ ପନିପରିବା ଫସଲର ଅମଳ ବୃଦ୍ଧି ପାଇବ । ପନିପରିବା ଚାଷ ସମ୍ପର୍କରେ ବିଭିନ୍ନ ବୈଜ୍ଞାନିକ ତଥ୍ୟ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ପୁସ୍ତକ ସଂକଳନ କରାଯାଇଛି ।

 

ପୁସ୍ତକରେ ସାଧାରଣ ଭାବେ ଚାଷ କରାଯାଉଥିବା କେତେକ କିସମର ନାମ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ରନ୍ଧାରରେ ମଧ୍ୟ ଅନ୍ୟାନ୍ୟ କିସମ ଉପଲବ୍‌ଧ ଅଛି । ବିଭିନ୍ନ ଫସଲ ପାଇଁ ପ୍ରଦାନ କରାଯାଇଥିବା ବୁଣିବା ବା ରୋଇବା ସମୟ ସାମଗ୍ରିକ ଭାବେ ରାଜ୍ୟକୁ ନଜରରେ ରଖି ଦର୍ଶାଯାଇଛି । ଗୋଟିଏ ସ୍ଥାନର ଭୌଗୋଳିକ ଅବସ୍ଥିତି ଏବଂ ବଜାର ଚାହିଦା ଅନୁସାରେ ଏଥିରେ ପରିବର୍ତ୍ତନ କରାଯାଇପାରେ । ପୁସ୍ତକର ସୀମିତ କଳେବର ଦୃଷ୍ଟିରୁ ରୋଗପୋକ ବିଷୟକ ତଥ୍ୟ ସଂକ୍ଷିପ୍ତରେ ପ୍ରଦାନ କରାଯାଇଛି । ଏହା ରୋଗପୋକ ପରିଚାଳନା ଉପରେ ପ୍ରାରମ୍ଭିକ ତଥ୍ୟ ଯୋଗାଇଦେବ । ପ୍ରତି ଫସଲ ପାଇଁ ଅଳ୍ପ କେତେକ ରାସାୟନିକ ଔଷଧର ନାମ ପ୍ରଦାନ କରାଯାଇଛି । ଏହାଛଡ଼ା ବଜାରରେ ବିଭିନ୍ନ ପ୍ରକାରର ଜୀବନାଶକ ଔଷଧ ମିଳୁଛି । କୃଷକମାନେ ସେସବୁ ମଧ୍ୟ ବ୍ୟବହାର କରିପାରିବେ । ତାଛଡ଼ା ରୋଗପୋକ ନହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ସହିତ ଜୈବିକ ପଦ୍ଧତିରେ ରୋଗପୋକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇପାରିବେ । ତେବେ ଏ ବିଷୟରେ ବିଶଦ ଭାବେ ଜାଣିବା ପାଇଁ ନିକଟସ୍ଥ କୃଷିବିତ୍‍ଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ ।

 

କିଛି ଆଶା କରୁଛୁ, ପନିପରିବା ଚାଷ କ୍ଷେତ୍ରରେ ଆଗ୍ରହୀ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ପୁସ୍ତକ ସହାୟକ ହୋଇପାରିବ ।

✽✽✽

 

ଆଳୁ

 

ଆଳୁ ଆମ ଖାଦ୍ୟ ତାଲିକାରେ ପ୍ରମୁଖସ୍ଥାନ ଗ୍ରହଣ କରିଛି । ଆଳୁରେ ଶତକଡ଼ା ୨୨.୬ ଭାଗ ଶ୍ଵେତସାର, ୧.୬ ଭାଗ ପୁଷ୍ଟିସାର, ୦.୬ ଭାଗ ଖଣିଜ ଲବଣ ଏବଂ ୦.୪ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥ‌ିବା ଜଣାଯାଏ । ଆମ ରାଜ୍ୟର ମାଟି ଓ ପାଣିପାଗ ଆଳୁଚାଷ ପାଇଁ ବେଶ୍ ଉପଯୋଗୀ । ଆଳୁଚାଷ କରିବା ବେଶ୍ ସହଜ । ପଟୁ ଦୋରସା, ଦୋରସା ଓ ବାଲିଆ ମାଟିରେ ଆଳୁ ଭଲ ହୋଇଥାଏ । ଅଧିକ ଉର୍ବର ତଥା ଅଧିକ ଜୈବିକ ଅଂଶ ଥବା ମାଟି ଆଳୁ ପାଇଁ ଖୁବ୍ ଭଲ । ମାଟିର ଅମ୍ଳ ପରିମାପକ (ପିଏଚ୍) ମୂଲ୍ୟ ୫.୨ ରୁ ୬.୪ ମଧ୍ୟରେ ରହିଲେ ଆଳୁଗଛ ଭଲ ବଢ଼ିଥାଏ । ଅଧିକ କ୍ଷାରୀୟ ମାଟିରେ ଆଳୁଚାଷ କଲେ ଯାଦୁରା ରୋଗ ହେବାର ଆଶଙ୍କା ରହିଛି । ଆମ ରାଜ୍ୟରେ ଶୀତଦିନେ ଆଳୁ ଲଗାଯାଇଥାଏ । ଅକ୍ଟୋବର-ନଭେମ୍ବର ମାସରେ ଆଳୁ ଲଗାଇବା ଭଲ । ଏହା ପୂର୍ବରୁ ଲଗାଇଲେ ଅଧିକ ଉତ୍ତାପ ଯୋଗୁଁ ବିହନ ପଚିଯିବାର ଆଶଙ୍କା ଥାଏ । ସେହିପରି ଲଗାଇବାରେ ଅତ୍ୟଧିକ ବିଳମ୍ବ ଘଟିଲେ ଆଶାନୁରୂପ ଅମଳ ହୋଇ ନଥାଏ । ଭଲ ବଢ଼ିଥାଏ । କିନ୍ତୁ ଆଳୁ ବଢ଼ିବା ପାଇଁ ଉତ୍ତାପ ୨୦ ଡିଗ୍ରୀ ସେଲସିଅସ ମଧ୍ୟରେ ରହିବା ଭଲ ।

 

ମଣ୍ଡଳର ଉତ୍ତାପ ୨୪ ଡିଗ୍ରୀ ସେଲସିଅସ ରହିଲେ ଗଛ ତିନି ଆଳୁର ଅନେକ ଉନ୍ନତ କିସମ ବାହାରିଲାଣି । ସେସବୁ ଚାଷ କଲେ ଅଧିକ ଅମଳ ମିଳିପାରିବ । ଉନ୍ନତ କିସମ ହିସାବରେ କୁଫ୍ରି ଚନ୍ଦ୍ରମୁଖୀ, କୁଫ୍ରି ପୋଖରାଜ, କୁଫ୍ରି ଅଶୋକ, କୁଫ୍ରି ଜ୍ୟୋତି, କୁଫ୍ରି ସୂର୍ଯ୍ୟ, କୁଫ୍ରି ଚିପସୋନା, କୁଫ୍ରି ଜାମୁନିଆ, କୁଫି ବାଦଶାହ ଆଦି ଚାଷ କରାଯାଇପାରିବ । ଏକ ଏକର ଜମିରେ ଲଗାଇବା ପାଇଁ ୬୦୦ ରୁ ୮୦୦ କିଲୋଗ୍ରାମ ଆଳୁ ଦରକାର ହୋଇଥାଏ । ଏହି ହିସାବରେ ଡେସିମିଲ ପିଛା ୬ ରୁ ୮ କିଲୋଗ୍ରାମ ଆଳୁ ବିହନ ଦରକାର ହେବ । ଆଳୁକୁ ଗୋଟା ବା ଖଣ୍ଡ ଖଣ୍ଡ କରି କାଟି ଲଗାଯାଏ । ପ୍ରତିଖଣ୍ଡରେ ଦୁଇରୁ ତିନୋଟି ଆଖି ରହିଥ‌ିବା ଉଚିତ୍ । ପ୍ରତି ଖଣ୍ଡର ଓଜନ ୧୫-୨୦ ଗ୍ରାମ୍ ହୋଇଥିବା ଦରକାର । ଆଳୁକୁ ଗଜାକରି ଲଗାଇଲେ ଶୀଘ୍ର ଗଛ ବାହାରିଥାଏ ।

 

ଲଗାଇବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍‌ । ଏହାହେଲେ ଉଛୁର ପତ୍ରପୋଡ଼ା ରୋଗ, ସହଳ ପତ୍ରପୋଡ଼ା ରୋଗ, ଯାଦୁରା ରୋଗ, ଝାଉଁଳା ରୋଗ ଆଦି ହେବାର ଆଶଙ୍କା କମିଯାଇଥାଏ । ବିହନ ବିଶୋଧନ ପାଇଁ ୨୦ ଲିଟର ପାଣି ସହିତ ୬୦ ଗ୍ରାମ୍ ମାଙ୍କୋଜେବ ମିଶାଇ ଦ୍ରବଣ କରାଯାଏ । ଏହା ମଧ୍ୟରେ ପ୍ରାୟ ୨୫ କିଲୋଗ୍ରାମ୍ ଆଳୁ ୧୦ ମିନିଟ ବୁଡ଼ାଇ ଛାଇରେ ଶୁଖାଇଦେବାକୁ ହେବ । ବୀଜାଣୁ ଜନିତ ଝାଉଁଳା ରୋଗ ହେବାର ଆଶଙ୍କା ଥିଲେ ୨୦ ଲିଟର ପାଣି ସହ ୨୦ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ ଓ ୫୦ ଗ୍ରାମ୍ କପର ଅକ୍ସି-କ୍ଲୋରାଇଡ୍ ମିଶାଇ ବିହନ ବିଶୋଧନ କରିବାକୁ ହେବ ।

 

ଜମିକୁ ୬ ରୁ ୮ ଥର ଚାଷକରି ମାଟିକୁ ଭଲଭାବେ ଗୁଣ୍ଡ କରିଦେବାକୁ ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୫୦-୬୦ ସେଣ୍ଟିମିଟର ଓ ଗଛକୁ ଗଛ ୧୫-୨୦ ସେଣ୍ଟିମିଟର ଦୂରତାରେ ବିହନ ଲଗାଇବା ଆବଶ୍ୟକ । ବିହନକୁ ୨-୩ ସେଣ୍ଟିମିଟର ଗଭୀରତାରେ ପୋତାଯିବା ଭଲ ।

 

ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪୦-୫୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ଏହା ସମ୍ଭବ ନହେଲେ ଆଳୁ ଫସଲରେ ଏକର ପ୍ରତି ୬୦ କି.ଗ୍ରା. ଯବକ୍ଷାର, ୩୨ କି.ଗ୍ରା. ଫସ୍‍ଫରସ୍‍ ଓ ୪୦ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବିହନ ଲଗାଇବା ବେଳେ ଏକର ପ୍ରତି ୨୦ କି.ଗ୍ରା. ଯବକ୍ଷାର, ୩୨ କି.ଗ୍ରା. ଫସ୍‍ଫରସ୍‍ ଓ ୨୦ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୪୪ କି.ଗ୍ରା. ୟୁରିଆ ୨୦୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୩୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ଆଳୁ ଲଗାଇବାର ପ୍ରାୟ ୩ ସପ୍ତାହ ପରେ ଏକର ପିଛା ୨୦ କିଲୋଗ୍ରାମ୍ ଯବକ୍ଷାରଜାନ ସାର ବା ୪୪ କି.ଗ୍ରା. ୟୁରିଆ ବ୍ୟବହାର କରିବାକୁ ହେବ । ଏହାର ୧୫ ଦିନ ପରେ ଏକର ପ୍ରତି ୨୦ କି.ଗ୍ରା. ଯବକ୍ଷାର ଓ ୨୦ କି.ଗ୍ରା. ପଟାସ୍‍ ସାର ଦେବାକୁ ହୁଏ । ଏଥିପାଇଁ ଏକର ପିଛା ୪୪ କି.ଗ୍ରା. ୟୁରିଆ ଏବଂ ୩୩ କି.ଗ୍ରା. ମ୍ୟୁରେଟ୍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ସହଳ କିସମର ଆଳୁ ଚାଷ କରୁଥିଲେ ଯବକ୍ଷାର ସାରକୁ ତିନି କିସ୍ତିରେ ନଦେଇ ଦୁଇ କିସ୍ତିରେ ଦିଆଯାଇପାରେ ।

 

ଆଳୁ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ହୁଡ଼ା ଟେକିଦେବା ଦରକାର । ଏହାଦ୍ଵାରା ଅନାବନା ଘାସ ମରିଯାଇଥାଏ । ପାଣି ମଡ଼ାଇବା ସୁବିଧାଜନକ ହୋଇଥାଏ । ଘାସ ଦମନ ପାଇଁ କେତେକ ରାସାୟନିକ ଔଷଧ ବ୍ୟବହାର କରାଯାଇପାରିବ । ଆଳୁ ଲଗାଇବା ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଟିମେଥାଲିନ୍ କିମ୍ବା ୩୦୦-୩୫୦ ଗ୍ରାମ୍ ମେଟ୍ରିବୁଜିନ ଜାତୀୟ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ ।

 

ଉପଯୁକ୍ତ ଭାବେ ପାଣି ମଡ଼ାଇଲେ ଆଳୁ ଫସଲରୁ ଅଧ‌ିକ ଅମଳ ମିଳିଥାଏ । ବିହନ ଲଗାଇବା ପରେ ଅଳ୍ପପାଣି ଦେଲେ ଭଲ ଗଜା ବାହାରିଥାଏ । ଆଳୁ ଫସଲ ପାଇଁ ପ୍ରାୟ ୬୫ ସେଣ୍ଟିମିଟର ଜଳ ଆବଶ୍ୟକ ହୋଇଥାଏ । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ୍‌ । ସିଆରର ଦୁଇ-ତୃତୀୟାଂଶ ପର୍ଯ୍ୟନ୍ତ ପାଣି ମଡ଼ାଇବା ଉଚିତ୍ । ଅମଳ ହେବାର ପ୍ରାୟ ୧୫ ଦିନ ପୂର୍ବରୁ ପାଣି ମଡ଼ାଇବା ବନ୍ଦ କରିଦେବା ଆବଶ୍ୟକ ।

 

ଆଳୁ ଫସଲକୁ ବିଭିନ୍ନ ପ୍ରକାରର ପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ କର୍ତ୍ତକ କୀଟ, ପତ୍ରିଡିଆଁ ପୋକ, ଜଉପୋକ ଆଦି ପ୍ରମୁଖ ଅଟେ । କର୍ଷକ କୀଟ ଆଳୁର ପତ୍ର, କଅଁଳିଆ କାଣ୍ଡ ଓ ଚାରାଗଛକୁ କାଟିଦେଇଥାଏ । ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧ ସ୍ପ୍ରେ କଲେ ଏହାକୁ ଦମନ କରାଯାଇପାରିବ । ପତ୍ରିଡିଆଁ ପୋକ ଆକ୍ରମଣ କଲେ ପତ୍ରର ଧାର ବା ଅଗ୍ରଭାଗ ଉପର ପଟକୁ କୁଞ୍ଚି କୁଞ୍ଚି ହୋଇଯାଏ । ପତ୍ରଧାର ହଳଦିଆ ପଡ଼ିଯାଏ ଓ ଏଥିରେ ପୋଡ଼ାଳିଆ ଦାଗ ଦେଖାଯାଏ । ଏହି କୀଟ ଦମନ ପାଇଁ ଏକର ପ୍ରତି ୮୦ ଗ୍ରାମ୍ ଥାୟାମିଥୋକ୍‌ଜାମ୍ ଔଷଧ ପ୍ରୟୋଗ କରାଯାଇପାରିବ । ଜଉପୋକ ଆକ୍ରମଣ କଲେ ଗଛ ଭଲ ବଢ଼ିପାରେ ନାହିଁ । ପତ୍ର ଉପରେ କଳାରଙ୍ଗର ଫିମ୍ପି ମାରିବା ପରି ଦେଖାଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦ ମିଲିଲିଟର ଇମିଡାକ୍ଲୋପ୍ରିଡ୍ ସ୍ପ୍ରେ କରିବାକୁ ହେବ ।

 

ଆଳୁରେ ଅନେକ ପ୍ରକାରର ରୋଗ ଦେଖାଯାଇଥାଏ । ଉଛୁର ପତ୍ରପୋଡ଼ା ରୋଗହେଲେ ପତ୍ର ଉପରେ ବାଦାମୀ ରଙ୍ଗର ଚକଡ଼ା ଚକଡ଼ା ଦାଗ ଦେଖାଯାଏ । ଏଗୁଡ଼ିକ ଆକାରରେ ବୃଦ୍ଧି ପାଇ ପତ୍ରସାରା ମାଡ଼ିଯାଏ । ପରବର୍ତ୍ତୀ ସମୟରେ ଆଳୁର ଚୋପା କଳା ପଡ଼ିଯାଏ । ଚୋପା ତଳେ ଆଳୁର ରଙ୍ଗ କଳଙ୍କି ମିଶା ବାଦାମୀ ଦେଖାଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦୦ ଗ୍ରାମ୍ କପର ଅକ୍‌କ୍ଲୋରାଇଡ୍ ଔଷଧକୁ ପାଣି ସହ ମିଶାଇ ସ୍ପ୍ରେ କରିବା ଦରକାର । ଅଧିକ ଉତ୍ତାପ ଓ ଜଳୀୟ ଅଂଶ ଥିଲେ ସହଳ ପତ୍ରପୋଡ଼ା ରୋଗ ଦେଖାଯାଏ-। ଏହି ରୋଗ ହେଲେ ପତ୍ର ଉପରେ ଗୋଲାକାର ବା ଅଣ୍ଡାକୃତି ହଳଦିଆ ଦାଗ ଦେଖାଯାଏ-। ପରେ ଏହା ଗାଢ଼ ବାଦାମୀ ବା କଳାରଙ୍ଗର ହୋଇଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୩୦୦ ଗ୍ରାମ୍ କ୍ଲୋରୋଥାଲୋନିଲକୁ ୨୦୦ ଲିଟର ପାଣି ସହ ମିଶାଇ ଫସଲରେ ସ୍ପ୍ରେ କରିବା ଆବଶ୍ୟକ । କ୍ଷାରୀ ମାଟିଥିବା ଅଞ୍ଚଳରେ ଆଳୁର ଯାଦୁରା ରୋଗ ଦେଖାଯାଇଥାଏ-। ଏହି ରୋଗ ହେଲେ ଆଳୁର ଚୋପା ଉପରେ ଗାଢ଼ ବାଦାମୀ ରଙ୍ଗର ସୋଲ ପରି ଯାଦୁରା ଚିହ୍ନ ଦେଖାଯାଏ । ଆଳୁର ଚୋପା ଖଦଡ଼ା ଓ କଳଙ୍କି ଦେଖାଯାଏ । ଆଳୁ ଦେହରେ ଫାଟମାନ ଦେଖାଯାଏ । ବିହନ ବିଶୋଧନ କରି ଲଗାଇଲେ ଏହି ରୋଗ ହେବାର ଆଶଙ୍କା କମିଯାଏ । ଆଳୁ ଫସଲରେ ବୀଜାଣୁଜନିତ ଝାଉଁଳା ରୋଗ ଦେଖାଯାଇଥାଏ । ରୋଗାକ୍ରାନ୍ତ ଗଛଗୁଡ଼ିକ ହଠାତ୍ ଝାଉଁଳି ମରିଯାଏ । ଏହି ରୋଗ ଦମନ ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ଏବଂ ୨୦୦ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍‌କୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର-

 

ପତ୍ର ହଳଦିଆ ପଡ଼ିଗଲେ ଆଳୁ ଅମଳ ହେବା ପାଇଁ ଉପଯୁକ୍ତ ହୁଏ । ମାଟିରୁ ଖୋଳି ଆଳୁ ଅମଳ କରାଯାଏ । ଅମଳବେଳେ ଆଳୁରେ ଯେପରି କ୍ଷତ ନ ହୁଏ ସେଥ‌ିପାଇଁ ଯତ୍ନବାନ ହେବା ଆବଶ୍ୟକ । ଆଳୁ ଖୋଳିବା ପରେ ଏହାକୁ ଛୋଟ ବଡ଼ ଅଲଗା କରି ଗ୍ରେଡିଂ କରିବା ଦରକାର । ଭଲ ଭାବରେ ଚାଷ କଲେ ଏକ ଏକର ଜମିରୁ ୧୦୦ କ୍ୱିଣ୍ଟାଲରୁ ଅଧିକ ଆଳୁ ମିଳିପାରିବ ।

✽✽✽

 

ବାଇଗଣ

 

ଆମ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବାଇଗଣ ଚାଷ କରାଯାଇଥାଏ । ବାଇଗଣକୁ ପ୍ରାୟତଃ ତରକାରୀ କରି ଖିଆଯାଏ । ବାଇଗଣରେ ଶତକଡ଼ା ୪.୦ ଭାଗ ଶ୍ଵେତସାର, ୧.୪ ଭାଗ ପୁଷ୍ଟିସାର, ୦.୩ ଭାଗ ଖଣିଜ ଲବଣ ଏବଂ ୧.୩ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥ‌ିବା ଜଣାଯାଏ-। ବିଭିନ୍ନ ପ୍ରକାରର ମାଟିରେ ବାଇଗଣ ଚାଷ କରାଯାଇପାରିବ । ନିଗିଡ଼ା, ଦୋରସା ମାଟିରେ ଏହା ଭଲ ଅମଳ ଦେଇଥାଏ । ମାଟି ଉର୍ବର ହୋଇଥିଲେ ଗଛ ଭଲ ବଢ଼ିଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୦ ରୁ ୬.୮ ମଧ୍ୟରେ ରହିଥ‌ିବା ଦରକାର । ଆମ ରାଜ୍ୟରେ ବର୍ଷର ସବୁ ଋତୁରେ ବାଇଗଣ ଲଗାଯାଇ ପାରିବ । ବର୍ଷାଦିନ ପାଇଁ ଜୁନ୍ ମାସ, ଶୀତଋତୁ ପାଇଁ ଅକ୍ଟୋବର–ନଭେମ୍ବର ମାସ ଏବଂ ଗ୍ରୀଷ୍ମଋତୁ ପାଇଁ ଫେବ୍ରୁଆରୀ ମାସରେ ବାଇଗଣ ଲଗାଯାଇଥାଏ ।

 

ବାଇଗଣର ଅନେକ ଉନ୍ନତ କିସମ ବାହାରିଲାଣି । ସେସବୁ ମଧ୍ୟରେ ବନିତା, ଅର୍କ ନୀଳାଚଳ ଶ୍ୟାମା, ଅର୍କ ହର୍ଷିତା, ଅର୍କ ଅବିନାଶ, ଉତ୍କଳ ଅନୁଶ୍ରୀ, ଗ୍ରୀନ୍‍ ଲଙ୍ଗ୍‍ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୨୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ । ଲଗାଇବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । ଏହାହେଲେ କେତେକ ରୋଗ ହେବାର ଆଶଙ୍କା କମିଯାଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କାର୍ବେଣ୍ଡାଜିମ ମିଶାଇ ବିଶୋଧନ କରାଯାଇପାରିବ । ଏହାଛଡ଼ା ଟ୍ରାଇକୋଡର୍ମା ଭିରିଡ଼େ ସହିତ ମିଶାଇ ମଧ୍ୟ ବିଶୋଧନ କରାଯାଇପାରେ ।

 

ବାଇଗଣରୁ ତଳି ପ୍ରସ୍ତୁତ କରି ରୋପଣ କରାଯାଇଥାଏ । ଏକ ମିଟର ଓସାରର ତଳି ପଟାଳି ପ୍ରସ୍ତୁତ କରି ଏଥିରେ ଧାଡ଼ି ଧାଡ଼ି କରି ବିହନ ବୁଣିବାକୁ ହେବ । ଚାରାଗଛଗୁଡ଼ିକ ୨୦-୨୫ ଦିନର ହୋଇଗଲେ ମୁଖ୍ୟ ଜମିରେ ରୁଆ ଯାଇଥାଏ । ରୋଇବା ପୂର୍ବରୁ ଜମିକୁ ହଳକରି ମାଟିକୁ ଭଲଭାବେ ଗୁଣ୍ଡ କରିଦେବାକୁ ହେବ । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୪୫ ସେଣ୍ଟିମିଟର ଦୂରତାରେ ଚାରାରୋପଣ କରିବା ଆବଶ୍ୟକ । ଏହି ହିସାବରେ ଏକର ପ୍ରତି ପ୍ରାୟ ୧୪,୮୦୦ ଗଛ ରହିଥାଏ ।

 

ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪୦-୫୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଉଚିତ୍ । ଏହା ସମ୍ଭବ ନହେଲେ ବାଇଗଣ ଫସଲରେ ଏକର ପ୍ରତି ୫୦ କି.ଗ୍ରା. ଯବକ୍ଷାର, ୩୦ କି.ଗ୍ରା. ଫସ୍‍ଫରସ୍‍ ଓ ୫୦ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ଚାରା ରୋଇବାବେଳେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାର, ୩୦ କି.ଗ୍ରା. ଫସ୍‍ଫରସ୍‍ ଓ ୧୦ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୨୨ କି.ଗ୍ରା. ୟୁରିଆ ୧୮୮ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୧୭ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବାଇଗଣ ଲଗାଇବାର ପ୍ରାୟ ତିନି ସପ୍ତାହ ଏବଂ ଛଅ ସପ୍ତାହ ପରେ ପ୍ରତି ଥର ଏକର ପିଛା ୨୦ କି.ଗ୍ରା. ଯବକ୍ଷାରଜାନ ଏବଂ ୨୦ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବାକୁ ହେବ । ଏଥ‌ିପାଇଁ ପ୍ରତିଥର ଏକର ପ୍ରତି ୪୪ କି.ଗ୍ରା. ୟୁରିଆ ଏବଂ ୩୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

ବାଇଗଣ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ହୁଡ଼ା ଟେକିଦେବା ଦରକାର । ଏହାଦ୍ଵାରା ଅନାବନା ଘାସ ମରିଯାଇଥାଏ । ଘାସ ଦମନ ପାଇଁ କେତେକ ରାସାୟନିକ ଔଷଧ ବ୍ୟବହାର କରାଯାଇପାରିବ । ଚାରାରୋପଣ କରିବା ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଟିମେଥାଲିନ୍ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ ।

 

ଉପଯୁକ୍ତ ଭାବେ ପାଣି ମଡ଼ାଇଲେ ବାଇଗଣ ଫସଲରୁ ଅଧିକ ଅମଳ ମିଳିଥାଏ । ଚାରାରୋପଣ ପରେ ଅଳ୍ପପାଣି ଦେଲେ ଭଲ । ସାର ପ୍ରୟୋଗ ପରେ, ଗଛରେ ଫୁଲ ଆସିଲେ ଏବଂ ଫଳ ହେବାବେଳେ ଜଳ ଅଭାବ ହେବା ଉଚିତ୍ ନୁହେଁ I ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ୍ । ସିଆରର ଦୁଇ-ତୃତୀୟାଂଶ ପର୍ଯ୍ୟନ୍ତ ପାଣି ମଡ଼ାଇବା ଉଚିତ୍ । ବର୍ଷାଋତୁରେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ । କାରଣ ଗଛ ମୂଳରେ ପାଣି ଜମି ରହିଲେ ଗଛ ବଢ଼ିପାରେ ନାହିଁ ।

 

ବାଇଗଣ ଫସଲକୁ ବିଭିନ୍ନ ପ୍ରକାରର ପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ କାଣ୍ଡବିନ୍ଧା ପୋକ, ଡାଳ ଓ ଫଳବିନ୍ଧା ପୋକ ଆଦି ପ୍ରମୁଖ ଅଟେ । କାଣ୍ଡବିନ୍ଧା ପୋକ କାଣ୍ଡରେ କଣା କରି ଭିତରେ ପ୍ରବେଶ କରେ । ଡାଳ ଓ ଫଳବିନ୍ଧା ପୋକ ଆକ୍ରମଣ ଯୋଗୁଁ ଗଛର ଅଗଡାଳ ଝାଉଁଳି ପଡ଼େ । ଫଳଗୁଡ଼ିକ କଣା ହେବା ଦ୍ଵାରା ଏହାର ବଜାର ଚାହିଦା କମି ଯାଇଥାଏ-। ଏହି କୀଟ ଦମନ ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧ ସ୍ପ୍ରେ କରାଯାଇପାରିବ ।

 

ବାଇଗଣ ଫସଲରେ ଦେଖାଯାଉଥ‌ିବା ରୋଗମାନଙ୍କ ମଧ୍ୟରେ ବୀଜାଣୁଜନିତ ଝାଉଁଳା ରୋଗ ଏବଂ ଛୋଟପତ୍ର ରୋଗ ପ୍ରମୁଖ ଅଟେ । ବୀଜାଣୁଜନିତ ଝାଉଁଳା ରୋଗ ହେଲେ ଗଛଗୁଡ଼ିକ ହଠାତ୍ ଝାଉଁଳି ମରିଯାଏ । ଏହି ରୋଗ ଦମନ ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜଲ ଏବଂ ୧୨୫ ଗ୍ରାମ୍ ପ୍ଲାଣ୍ଟୋମାଇସିନକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଛୋଟପତ୍ର ରୋଗ ଭୂତାଣୁ ଦ୍ଵାରା ହୋଇଥାଏ । ଏହି ରୋଗ ହେଲେ ଆକ୍ରାନ୍ତ ଗଛକୁ ଉପାଡ଼ି ଫିଙ୍ଗିଦେବା ଆବଶ୍ୟକ । ଏହି ରୋଗର ଭୂତାଣୁ କୀଟ ଦ୍ଵାରା ବ୍ୟାପିଥାଏ । ବାହକ କୀଟ ଦମନ କରିବା ପାଇଁ ଏକର ପ୍ରତି ୮୦ ଗ୍ରାମ୍ ଥାୟାମିଥୋକ୍‌ଜାମ୍ ଔଷଧ ପ୍ରୟୋଗ କରାଯିବା ଦରକାର ।

 

ବିହନ ବୁଣିବାର ପ୍ରାୟ ୧୨୦ ଦିନ ପରେ ବାଇଗଣ ଅମଳ ହେବା ପାଇଁ ଉପଯୁକ୍ତ ହୁଏ । ବାଇଗଣ ଅମଳ ପରେ ଏହାକୁ ଛୋଟବଡ଼ ଅଲଗା କରି ଗ୍ରେଡିଂ କରିବା ଦରକାର । ଭଲ ଭାବରେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୮୦ କ୍ଵିଣ୍ଟାଲ ବାଇଗଣ ମିଳିପାରିବ ।

✽✽✽

 

ବିଲାତି ବାଇଗଣ

 

ଆମ ରାଜ୍ୟରେ ସାଧାରଣତଃ ଶୀତଋତୁରେ ବିଲାତି ବାଇଗଣ ଚାଷ କରାଯାଇଥାଏ । ବିଲାତି ବାଇଗଣରେ ଶତକଡ଼ା ୪.୦ ଭାଗ ଶ୍ଵେତସାର, ୧.୯ ଭାଗ ପୁଷ୍ଟିସାର, ୧.୦ ଭାଗ ଖଣିଜ ଲବଣ ଏବଂ ୧.୨ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥ‌ିବା ଜଣାଯାଏ । ବିଭିନ୍ନ ପ୍ରକାରର ମାଟିରେ ଏହି ଫସଲ ଚାଷ କରାଯାଇପାରିବ । ନିଗିଡ଼ା, ଦୋରସା ମାଟିରେ ଏହା ଭଲ ଅମଳ ଦେଇଥାଏ । ମାଟି ଉର୍ବର ହୋଇଥିଲେ ଗଛର ଅଭିବୃଦ୍ଧି ଭଲ ହୋଇଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୦ ରୁ ୬.୮ ମଧ୍ୟରେ ରହିଥିଲେ ଫସଲରୁ ଭଲ ଅମଳ ମିଳିଥାଏ । ଶୀତଋତୁରେ ଚାଷ କରିବା ପାଇଁ ଅକ୍ଟୋବର–ନଭେମ୍ବର ମାସରେ ବିଲାତି ବାଇଗଣ ଚାରାରୋପଣ କରାଯାଇଥାଏ । ଶୀଘ୍ର ଶୀତ ପଡ଼ୁଥିବା କେତେକ ସ୍ଥାନରେ ଅଗଷ୍ଟ ମାସରେ ମଧ୍ୟ ଚାରାରୋପଣ କରାଯାଇଥାଏ ।

 

ଉନ୍ନତ କିସମ ବ୍ୟବହାର କଲେ ବିଲାତି ବାଇଗଣ ଫସଲରୁ ଆଶାନୁରୂପ ଅମଳ ମିଳିପାରିବ । ଉନ୍ନତ କିସମମାନଙ୍କ ମଧ୍ୟରେ କଳିଙ୍ଗ ଟମାଟୋ ୧୨୧, ଗୌରୀ, ପୁଷା ଶକ୍ତି, ଉତ୍କଳ କୁମାରୀ, ଉତ୍କଳ ଉର୍ବଶୀ, ଅର୍କ ରକ୍ଷକ, ସ୍ଵର୍ଣ୍ଣ ସମ୍ପଦ, ପୁଷା ଟମାଟୋ ହାଇବ୍ରିଡ ୬ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୨୦୦ ଗ୍ରାମ ବିହନ ଦରକାର ହୋଇଥାଏ । ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । ଏହାହେଲେ କେତେକ ରୋଗ ହେବାର ଆଶଙ୍କା କମିଯାଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କାର୍ବେଣ୍ଡାଜିମ ମିଶାଇ ବିଶୋଧନ କରାଯାଇପାରିବ-। ଏହାଛଡ଼ା ପ୍ରତି କିଲୋଗ୍ରାମ ବିହନ ସହିତ ୫ ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼େ ମିଶାଇ ମଧ୍ୟ ବିଶୋଧନ କରାଯାଇପାରେ ।

 

ବିଲାତି ବାଇଗଣରୁ ତଳି ପ୍ରସ୍ତୁତ କରି ରୋପଣ କରାଯାଇଥାଏ । ଏକ ଏକର ଜମିରେ ରୋଇବା ପାଇଁ ୪୦ ବର୍ଗ ମିଟର ସ୍ଥାନରେ ତଳି ପକାଯିବା ଦରକାର । ଏକ ମିଟର ଓସାରର ତଳି ପଟାଳି ପ୍ରସ୍ତୁତ କରି ଏଥିରେ ଧାଡ଼ି ଧାଡ଼ି କରି ବିହନ ବୁଣିବାକୁ ହେବ । ଚାରାଗଛଗୁଡ଼ିକ ତିନି ସପ୍ତାହର ହୋଇଗଲେ ମୁଖ୍ୟ ଜମିରେ ରୁଆ ଯାଇଥାଏ । ରୋଇବା ପୂର୍ବରୁ ଜମିକୁ ହଳକରି ମାଟିକୁ ଭଲଭାବେ ଗୁଣ୍ଡ କରିଦେବାକୁ ହେବ । ଶେଷ ଓଡ଼ି ଚାଷବେଳେ ଏକର ପ୍ରତି ୪୦-୫୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ସାଧାରଣ କିସମ ପାଇଁ ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୪୫ ସେଣ୍ଟିମିଟର ଦୂରତାରେ ଚାରାରୋପଣ କରିବା ଆବଶ୍ୟକ । ସଙ୍କର ଜାତୀୟ କିସମ ଚାଷ କରୁଥିଲେ ଧାଡ଼ିକୁ ଧାଡ଼ି ୭୫ ସେଣ୍ଟିମିଟର ଓ ଗଛକୁ ଗଛ ୫୦ ସେଣ୍ଟିମିଟର ଦୂରତାରେ ତଳି ରୋଇବା ଦରକାର ।

 

ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଉଚିତ୍ । ଏହା ସମ୍ଭବ ନହେଲେ ବିଲାତି ବାଇଗଣ ଫସଲରେ ଏକର ପ୍ରତି ୫୦ କି.ଗ୍ରା. ଯବକ୍ଷାର, ୨୦ କି.ଗ୍ରା. ଫସ୍‍ଫରସ୍‍ ଓ ୪୦ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ଚାରା ରୋଇବାବେଳେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାର, ୨୦ କି.ଗ୍ରା. ଫସ୍‍ଫରସ୍‍ ଓ ୮ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୨୨ କି.ଗ୍ରା. ୟୁରିଆ ୧୨୫ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୧୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବିଲାତି ବାଇଗଣ ଲଗାଇବାର ପ୍ରାୟ ଦୁଇ ସପ୍ତାହ ଏବଂ ଚାରି ସପ୍ତାହ ପରେ ପ୍ରତିଥର ଏକର ପିଛା ୨୦ କି.ଗ୍ରା. ଯବକ୍ଷାରଜାନ ଏବଂ ୧୬ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବାକୁ ହେବ । ଏଥିପାଇଁ ପ୍ରତିଥର ଏକର ପ୍ରତି ୪୪ କି.ଗ୍ରା. ୟୁରିଆ ଏବଂ ୨୬ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ଚାରା ରୋଇବାର ୧୫ଦିନ ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ହିସାବରେ ବୋରନ୍‍ ମିଶାଇ ସ୍ପ୍ରେ କଲେ ଅଧିକ ଅମଳ ମିଳିପାରିବ ।

 

ବିଲାତି ବାଇଗଣ ଲଗାଇବାର ଦୁଇ ସପ୍ତାହ ପରେ ମାଟିକୁ ଖୁସାଇ ହୁଡ଼ା ଟେକିଦେବା ଦରକାର । ଏହାଦ୍ଵାରା ଅନାବନା ଘାସ ମରିଯାଇଥାଏ । ଘାସ ଦମନ ପାଇଁ କେତେକ ରାସାୟନିକ ଔଷଧ ବ୍ୟବହାର କରାଯାଇପାରିବ । ଚାରା ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଟିମେଥାଲିନ୍ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ । ଗଛ ପାଖରେ ବାଡ଼ି ପୋତିଦେଲେ ଡାଳ ମାଟିରେ ଲାଗେ ନାହିଁ । ଫଳରେ ଅଧିକ ଅମଳ ମିଳିଥାଏ ।

 

ବିଲାତି ବାଇଗଣ ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ଭାବେ ପାଣି ମଡ଼ାଇବା ଆବଶ୍ୟକ । ତଳି ରୋଇବା ପରେ ଅଳ୍ପପାଣି ଦେଲେ ଭଲ । ସାର ପ୍ରୟୋଗ ପରେ, ଗଛରେ ଫୁଲ ଆସିଲେ ଏବଂ ଫଳ ହେବାବେଳେ ଜଳ ଅଭାବ ହେବା ଉଚିତ୍ ନୁହେଁ । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ୍ । ସିଆରର ଦୁଇ-ତୃତୀୟାଂଶ ପର୍ଯ୍ୟନ୍ତ ପାଣି ମଡ଼ାଇବା ଉଚିତ୍ । କୌଣସି ସମୟରେ ବୁଡ଼ା ପାଣି ଦେବା ଉଚିତ୍ ନୁହେଁ । ଜମିର ଆବଶ୍ୟକତାକୁ ଚାହିଁ ଜଳସେଚନ କରିବା ଆବଶ୍ୟକ । ବର୍ଷାଋତୁରେ ଚାଷ କରୁଥିଲେ ଜଳ-ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ । କାରଣ ଗଛମୂଳରେ ପାଣି ଜମି ରହିଲେ ଗଛ ରୁଗ୍‍ଣ ହୋଇଯାଏ ।

 

ବିଲାତି ବାଇଗଣ ଫସଲକୁ ବିଭିନ୍ନ ପ୍ରକାରର ପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ଫଳବିନ୍ଧା ପୋକ, ଉକୁଣିଆ ପୋକ ଆଦି ପ୍ରମୁଖ ଅଟେ । ଫଳବିନ୍ଧା ପୋକ ଆକ୍ରମଣ ଯୋଗୁଁ ଫଳଗୁଡ଼ିକରେ କଣା ହୋଇଯାଏ । ଏହାଦ୍ଵାରା ବିଲାତି ବାଇଗଣର ବଜାର ମୂଲ୍ୟ କମି ଯାଇଥାଏ । ଏହି କୀଟ ଦମନ ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧ ସ୍ପ୍ରେ କରାଯାଇପାରିବ । ଉକୁଣିଆ ପୋକ ପତ୍ରରୁ ରସ ଶୋଷି ଖାଇଦେବା ଦ୍ଵାରା ଗଛ ରୁଗ୍‍ଣ ହୋଇଯାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୮୦ ଗ୍ରାମ୍ ଥାୟାମିଥୋକ୍‌ଜାମ୍ ଔଷଧ ପ୍ରୟୋଗ କରାଯିବା ଦରକାର ।

 

ବିଲାତି ବାଇଗଣ ଫସଲରେ ଦେଖାଯାଉଥ‌ିବା ରୋଗମାନଙ୍କ ମଧ୍ୟରେ ବୀଜାଣୁଜନିତ ଝାଉଁଳା ରୋଗ ଏବଂ ଛୋଟପତ୍ର ରୋଗ ପ୍ରମୁଖ ଅଟେ । ବୀଜାଣୁଜନିତ ଝାଉଁଳା ରୋଗ ହେଲେ ଗଛଗୁଡ଼ିକ ହଠାତ୍ ଝାଉଁଳି ମରିଯାଏ । ଏହି ରୋଗ ଦମନ ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜଲ ଏବଂ ୧୨୫ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍‌କୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଛୋଟପତ୍ର ରୋଗ ଭୂତାଣୁ ଦ୍ଵାରା ହୋଇଥାଏ । ଏହି ରୋଗ ହେଲେ ଆକ୍ରାନ୍ତ ଗଛକୁ ଉପାଡ଼ି ଫିଙ୍ଗିଦେବା ଆବଶ୍ୟକ । ଏହି ରୋଗର ଭୂତାଣୁ କୀଟ ଦ୍ଵାରା ବ୍ୟାପିଥାଏ । ବାହକ କୀଟ ଦମନ କରିବା ପାଇଁ ଏକର ପ୍ରତି ୨୫୦ ଗ୍ରାମ୍ ଡାଇଫେନ୍ଥୁରନ୍ ଔଷଧ ପ୍ରୟୋଗ କରାଯିବା ଦରକାର ।

 

ଫଳଗୁଡ଼ିକ ହଳଦିଆ ପଡ଼ିଗଲେ ବିଲାତି ବାଇଗଣ ଅମଳ ହେବା ପାଇଁ ଉପଯୁକ୍ତ ହୋଇଥାଏ । ଅମଳ ପରେ ବିଲାତି ବାଇଗଣକୁ ଛୋଟ ବଡ଼ ଆକାର ଅନୁସାରେ କରିବା ଦରକାର-। ଭଲଭାବରେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୧୨୦ କ୍ଵିଣ୍ଟାଲ ବିଲାତି ବାଇଗଣ ମିଳିପାରିବ ।

✽✽✽

 

ସବ୍‍ଜୀଲଙ୍କା

 

ସବ୍‍ଜୀଲଙ୍କାକୁ କାପସିକମ୍ ବା ଶିମଳା ଲଙ୍କା ମଧ୍ୟ କୁହାଯାଇଥାଏ । ଆମ ରାଜ୍ୟରେ ସାଧାରଣତଃ ଶୀତଋତୁରେ ସବ୍‌ଜୀଲଙ୍କା ଚାଷ କରାଯାଇଥାଏ । ଉର୍ବର, ଦୋରସା ମାଟିରେ ଏହି ଫସଲ ଭଲ ଅମଳ ଦେଇଥାଏ । ତେବେ ଅନ୍ୟାନ୍ୟ ମାଟିରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ-। ଜମି ନିଗିଡ଼ା ହୋଇଥିବା ଦରକାର । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୦ ରୁ ୭.୦ ମଧ୍ୟରେ ରହିଥିଲେ ଫସଲରୁ ଭଲ ଅମଳ ମିଳିଥାଏ । ସାଧାରଣତଃ ଅକ୍ଟୋବର-ନଭେମ୍ବର ମାସରେ ସବ୍‌ଜୀଲଙ୍କା ଚାରାରୋପଣ କରାଯାଇଥାଏ । ଶୀଘ୍ର ଶୀତ ପଡ଼ୁଥିବା କେତେକ ସ୍ଥାନରେ ଅଗଷ୍ଟ ମାସରେ ମଧ୍ୟ ଚାରାରୋପଣ କରାଯାଇପାରିବ । ବର୍ଷାଋତୁରେ ଚାଷ କଲେ କମ୍ ଅମଳ ମିଳେ, କିନ୍ତୁ ବଜାର ଦର ଅଧିକ ଥିବାରୁ ଅଧିକ ଲାଭ ମିଳିଥାଏ ।

 

ସବ୍‌ଜୀଲଙ୍କା ଫସଲରୁ ଆଶାନୁରୂପ ଅମଳ ପାଇବା ପାଇଁ ଉନ୍ନତ କିସମ ବ୍ୟବହାର କରିବା ଉଚିତ୍ । ଉନ୍ନତ କିସମମାନଙ୍କ ମଧ୍ୟରେ ଅର୍କ ଗୌରବ, ଅର୍କ ମୋହିନୀ, ଅର୍କ ଅତୁଲ୍ୟ, ଭରତ, ଗ୍ରୀନ୍‍ ଗୋଲ୍‌ଡ, ୟେଲୋ ୱଣ୍ଡର, କାଲିଫର୍ନିଆ ଓଣ୍ଡର ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୩୦୦ ଗ୍ରାମ ବିହନ ଦରକାର ହୋଇଥାଏ । ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ ଏହାହେଲେ କେତେକ ରୋଗ ହେବାର ଆଶଙ୍କା କମିଯାଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କାର୍ବେଣ୍ଡାଜିମ ମିଶାଇ ବିଶୋଧନ କରାଯାଇପାରିବ । ଏହାଛଡ଼ା ପ୍ରତି କିଲୋଗ୍ରାମ ବିହନ ସହିତ ୫ ଗ୍ରାମ ଟ୍ରାଇକୋଡର୍ମ ଭିରିଡ଼େ ମିଶାଇ ମଧ୍ୟ ବିଶୋଧନ କରାଯାଇପାରେ ।

 

ସବ୍‌ଜୀଲଙ୍କାରୁ ତଳି ପ୍ରସ୍ତୁତ କରି ରୋପଣ କରାଯାଇଥାଏ । ଏକ ଏକର ଜମିରେ ରୋଇବା ପାଇଁ ୪୦ ବର୍ଗ ମିଟର ସ୍ଥାନରେ ତଳି ପକାଯିବା ଦରକାର । ଏକ ମିଟର ଓସାରର ତଳି ପଟାଳି ପ୍ରସ୍ତୁତ କରି ଏଥିରେ ଧାଡ଼ି ଧାଡ଼ି କରି ବିହନ ବୁଣିବାକୁ ହେବ । ଚାରାଗଛଗୁଡ଼ିକ ତିନି ସପ୍ତାହର ହୋଇଗଲେ ମୁଖ୍ୟ ଜମିରେ ରୁଆ ଯାଇଥାଏ । ରୋଇବା ପୂର୍ବରୁ ଜମିକୁ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରିଦେବାକୁ ହେବ ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪୦-୫୦ କମ୍ପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋକ କରିବା ଆବଶ୍ୟକ । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୩୦ ସେଣ୍ଟିମିଟର ଦୂରତାରେ ଚାରାରୋପଣ କରିବା ଆବଶ୍ୟକ-। ଏହି ହିସାବରେ ହୋଇଲେ ଏକର ପ୍ରତି ପ୍ରାୟ ୨୨୨୦୦ ଗଛ ରହିପାରିବ ।

 

ମାଟି ପରୀକ୍ଷା କରି ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍-। ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ଏହି ଫସଲରେ ଏକର ପ୍ରତି ୫୦ କି. ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୪୮ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବା ଆବଶ୍ୟକ । ଚାରା ରୋଇବାବେଳେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୨୪ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୨୨ କି.ଗ୍ରା. ୟୁରିଆ ୧୫୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୪୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ଚାରାରୋପଣ କରିବାର ପ୍ରାୟ ତିନି ସପ୍ତାହ ପରେ ଏକର ପିଛା ୨୦ କି.ଗ୍ରା. ଯବକ୍ଷାରଜାନ ଏବଂ ୨୪ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୪୪ କି.ଗ୍ରା. ୟୁରିଆ ଏବଂ ୪୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ଚାରା ରୋଇବାର ପ୍ରାୟ ଛଅ ସପ୍ତାହ ସପ୍ତାହ ପରେ ଏକର ପିଛା ୨୦ କି.ଗ୍ରା. ଯବକ୍ଷାରଜାନ ବା ୪୪ କି.ଗ୍ରା. ୟୁରିଆ ସାର ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରେ । ଚାରା ରୋଇବାର ୧୫ ଦିନ ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ହିସାବରେ ବୋରନ ମିଶାଇ ସ୍ପ୍ରେ କଲେ ଅମଳ ବୃଦ୍ଧି ପାଇବ ।

 

ସବୁଙ୍ଗୀଲଙ୍କା ଲଗାଇବାର ୧୮-୨୦ ଦିନ ପରେ ମାଟିକୁ ଖୁସାଇ ହୁଡ଼ା ଟେକିଦେବା ଦରକାର । ଏହାଦ୍ଵାରା ଅନାବନା ଘାସ ମରିଯାଇଥାଏ । ରାସାୟନିକ ଔଷଧ ବ୍ୟବହାର କରି ମଧ୍ୟ ଘାସ ଦମନ କରାଯାଇପାରିବ । ଚାରା ରୋଇବା ପରଦିନ ଏକର ପ୍ରତି ୪୦ ଗ୍ରାମ୍ ଅକ୍ସାଡାୟାର୍ଜିଲ କିମ୍ବା ୧୦୦୦ ମିଲିଲିଟର ପେଣ୍ଡିମେଥାଲିନ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ ।

 

ସବୁଜୀଲଙ୍କା ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ପାଣି ମଡ଼ାଇବା ଆବଶ୍ୟକ । ତଳି ରୋଇବା ପରେ ମାଟି ଶୁଖିଲା ଥିଲେ ପାଣି ମଡ଼ାଇବା ଉଚିତ୍ । ରାସାୟନିକ ସାର ପ୍ରୟୋଗ ପରେ, ଗଛରେ ଫୁଲ ଆସିବା ବେଳେ ଏବଂ ଫଳ ହେବାବେଳେ ଜଳ ଅଭାବ ହେବା ଉଚିତ୍ ନୁହେଁ । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ୍ । ସିଆରର ଦୁଇ-ତୃତୀୟାଂଶ ପର୍ଯ୍ୟନ୍ତ ପାଣି ମଡ଼ାଇବା ଉଚିତ । ଜମିର ଆବଶ୍ୟକତାକୁ ଚାହିଁ ଜଳସେଚନ କରିବା ଆବଶ୍ୟକ । ବର୍ଷାଋତୁରେ ଚାଷ କରୁଥିଲେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ । ଗଛ ମୂଳରେ ପାଣି ଜମି ରହିଲେ ଗଛ ରୁଗ୍‍ଣ ହୋଇଯାଏ ।

 

ସବୁଜୀଲଙ୍କା ଫସଲକୁ ବିଭିନ୍ନ ପ୍ରକାରର ପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ଜଉପୋକ, ଉକୁଣିଆ ପୋକ ଆଦି ପ୍ରମୁଖ ଅଟେ । ଏସବୁ ପୋକ ପତ୍ର ଓ କଅଁଳ ଡାଳରୁ ରସ ଶୋଷି ଖାଇଦେବା ଦ୍ଵାରା ଗଛ ରୁଗ୍‍ଣ ହୋଇଯାଏ । ଉକୁଣିଆ ପୋକ ଆକ୍ରମଣ କଲେ ପତ୍ର ଲୋଚାକୋଚା ହେବା ପରି ଦେଖାଯାଏ । ଏସବୁ କୀଟକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୮୦ ଗ୍ରାମ୍ ଥାୟାମିଥୋକ୍ଜାମ କିମ୍ବା ୫୦ ମିଲିଲିଟର ଇମିଡ଼ାକ୍ଲୋପ୍ରିଡ ଔଷଧ ପ୍ରୟୋଗ କରାଯିବା ଦରକାର ।

 

ସବୁଜୀଲଙ୍କା ଫସଲରେ ଦେଖାଯାଉଥିବା ରୋଗମାନଙ୍କ ମଧ୍ୟରେ ବୀଜାଣୁଜନିତ ଝାଉଁଳା ରୋଗ ଏବଂ ପତ୍ରଦାଗ ରୋଗ ପ୍ରମୁଖ ଅଟେ । ବୀଜାଣୁଜନିତ ଝାଉଁଳା ରୋଗ ହେଲେ ଗଛଗୁଡ଼ିକ ହଠାତ୍ ଝାଉଁଳି ମରିଯାଏ । ଏହି ରୋଗ ଦମନ ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜଲ ଏବଂ ୧୨୫ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍କୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର | ପତ୍ରଦାଗ ରୋଗ ହେଲେ ପତ୍ର ଉପରେ ଗାଢ଼ ଧୂସର ରଙ୍ଗର ଦାଗମାନ ଦେଖାଯାଏ । ଏହି ରୋଗ ଦମନ ପାଇଁ ଏକର ପ୍ରତି ୩୦୦ ମିଲିଲିଟର ଟେବୁକୋନାଜଲ ଔଷଧ ପ୍ରୟୋଗ କରିବା ଆବଶ୍ୟକ ।

 

ଫଳଗୁଡ଼ିକୁ ହାତରେ ତୋଳି ଯନର ସହିତ ଅମଳ କରାଯାଇଥାଏ । ଅମଳ ପରେ ସବ୍‍ଜୀଲଙ୍କାକୁ ଛୋଟ ବଡ଼ ଆକାର ଅନୁସାରେ ଗ୍ରେଡିଂ କରିବା ଦରକାର ଭଲ ଭାବରେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୮୦ କ୍ଵିଣ୍ଟାଲ ସବ୍‍ଜୀଲଙ୍କା ଅମଳ ହୋଇପାରିବ ।

✽✽✽

 

ଲଙ୍କାମରିଚ

 

ଆମ ରାଜ୍ୟରେ ବର୍ଷର ସମସ୍ତ ଋତୁରେ ଲଙ୍କାମରିଚ ଚାଷ କରାଯାଇଥାଏ । ବିଭିନ୍ନ ପ୍ରକାରର ମାଟିରେ ଲଙ୍କାମରିଚ ଚାଷ କରାଯାଇପାରିବ । ବାଲିଆ ଦୋରସା ମାଟିରେ ଏହା ଭଲ ଅମଳ ଦେଇଥାଏ । ମାଟି ନିଗିଡ଼ା ହୋଇଥବା ଦରକାର । ଉର୍ବର ମାଟିରେ ଗଛର ଅଭିବୃଦ୍ଧି ଭଲ ହୋଇଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୦ ରୁ ୭.୦ ମଧ୍ୟରେ ରହିଲେ ଲଙ୍କାମରିଚ ଗଛ ଭଲ ବଢ଼ିଥାଏ । ବର୍ଷାଦିନ ପାଇଁ ମାସ, ଶୀତଋତୁ ପାଇଁ ଅକ୍ଟୋବର–ନଭେମ୍ବର ମାସ ଏବଂ ଗ୍ରୀଷ୍ମଋତୁ ପାଇଁ ଫେବ୍ରୁଆରୀ ମାସରେ ଲଙ୍କାମରିଚ ଲଗାଯାଇଥାଏ ।

 

ଲଙ୍କାମରିଚର ଅନେକ ଉନ୍ନତ କିସମ ବାହାରିଲାଣି । ସେସବୁ ମଧ୍ୟରେ ଅର୍କ ତେଜସ୍ଵୀ, ଅର୍କ ନୀଳାଚଳ ପ୍ରଭା, ରାଗିଣୀ, ପନ୍ତ ୧, ଉତ୍କଳ ଆଭା, ଉତ୍କଳ ରଶ୍ମି, ପୁଷା ଜ୍ଵାଳା, ଅଗ୍ନିବାଣ, ତେଜସ୍ଵିନୀ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୩୦୦ ଗ୍ରାମ ମଞ୍ଜି ଦରକାର ହୋଇଥାଏ । ଲଗାଇବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । ଏହାହେଲେ ବିହନବାହିତ ରୋଗ ହେବାର ଆଶଙ୍କା କମିଯାଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କାର୍ବେଣ୍ଡାଜିମ ମିଶାଇ ବିଶୋଧନ କରାଯାଇପାରିବ । ଏହାଛଡ଼ା ଟ୍ରାଇକୋଡର୍ମା ଭିରିଡ଼େ ସହିତ ମିଶାଇ ମଧ୍ୟ ବିଶୋଧନ କରାଯାଇପାରିବ ।

 

ଲଙ୍କାମରିଚକୁ ରୋଇବା ପୂର୍ବରୁ ତଳି ପ୍ରସ୍ତୁତ କରିବାକୁ ହେବ । ଏକ ମିଟର ଓସାରର ତଳି ପଟାଳି ପ୍ରସ୍ତୁତ କରି ଏଥିରେ ଧାଡ଼ି ଧାଡ଼ି କରି ବିହନ ବୁଣିବାକୁ ହେବ । ଚାରାଗଛଗୁଡ଼ିକ ୨୦-୨୫ ଦିନର ହୋଇଗଲେ ମୁଖ୍ୟ ଜମିରେ ରୁଆ ଯାଇଥାଏ । ରୋଇବା ପୂର୍ବରୁ ଜମିକୁ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରିଦେବାକୁ ହେବ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪୦-୫୦ କ୍ଵିଣ୍ଟାଲ ସଢ଼ା କମ୍ପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ଉଚ୍ଚ ହେବାର ଆଶଙ୍କା ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ଧାଡ଼ି ୫୦ ସେଣ୍ଟିମିଟର ଓ ଗଛକୁ ଗଛ ୩୦ ସେଣ୍ଟିମିଟର ଦୂରତାରେ ତଳି ରୋଇବା କରିବା ଆବଶ୍ୟକ । ଏହି ହିସାବରେ ଏକର ପ୍ରତି ପ୍ରାୟ ୨୬୭୦୦ ଗଛ ରହିଥାଏ ।

 

ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବ ଉଚିତ୍ । ଏହା ସମ୍ଭବ ନହେଲେ ଲଙ୍କାମରିଚ ଫସଲରେ ଏକର ପ୍ରତି ୫୦କି.ଗ୍ରା. ଯବକ୍ଷାର, ୨୦ କି.ଗ୍ରା. ଫସ୍‍ଫରସ୍‍ ଓ ୪୦ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବ ନ ଆବଶ୍ୟକ । ଚାରା ରୋଇବାବେଳେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାର, ୨୦୧ କି.ଗ୍ରା. ଫସ୍‍ଫରସ୍‍ ଓ ୮ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ବଜାରରେ ମିଳୁଥିବ ହିଁ ସାର କଥା ହିସାବକୁ ନେଲେ ଏକର ପ୍ରତି ୨୨ କି.ଗ୍ରା. ୟୁରିଆ ୧୨୫ କି.ଗ୍ରା ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୧୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ଚାରା ରୋଇବାର ପ୍ରାୟ ଦୁଇ ସପ୍ତାହ ଏବଂ ଚାରି ସପ୍ତାହ ପରେ ପ୍ରତି ଥନ : ଏକର ପିଛା ୨୦ କି.ଗ୍ରା. ଯବକ୍ଷାରଜାନ ଏବଂ ୧୬ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବାକୁ ହେବ । ଏଥିପାଇଁ ପ୍ରତିଥର ଏକର ପ୍ରତି ୪୪ କି.ଗ୍ରା. ୟୁରିଆ ଏବଂ ୨୬ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

ଲଙ୍କାମରିଚ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ହୁଡ଼ା ଟେକିଦେବା ଦରକାର । ଏହାଦ୍ଵାରା ଅନାବନା ଘାସ ମରିଯାଇଥାଏ । ଘାସ ଦମନ ପାଇଁ କେତେକ ରାସାୟନିକ ଔଷଧ ବ୍ୟବହାର କରାଯାଇପାରିବ । ଚାରାରୋପଣ କରିବା ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଟିମେଥାଲିନ୍ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ ।

 

ଆବଶ୍ୟକତା ଅନୁସାରେ ପାଣି ମଡ଼ାଇଲେ ଲଙ୍କାମରିଚ ଫସଲରୁ ଅଧିକ ଅମଳ ମିଳିଥାଏ । ଚାରାରୋପଣ ପରେ ଅଳ୍ପ ପାଣି ଦେଲେ ଭଲ । ସାର ପ୍ରୟୋଗ ପରେ, ଗଛରେ ଫୁଲ ଆସିଲେ ଏବଂ ଫଳ ହେବାବେଳେ ଜଳ ଅଭାବ ହେବା ଉଚିତ୍ ନୁହେଁ । ବର୍ଷାଋତୁରେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ । କାରଣ ଗଛ ମୂଳରେ ପାଣି ଜମି ରହିଲେ ଗଛ ବଢ଼ିପାରେ ନାହିଁ ।

 

ଲଙ୍କାମରିଚ ଫସଲକୁ ବିଭିନ୍ନ ପ୍ରକାରର ପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ଉକୁଣିଆ ପ୍ରମୁଖ ଅଟେ । ଏହି ପୋକ ପତ୍ରରୁ ରସ ଶୋଷି ଖାଇବା ଦ୍ଵାରା ଗଛ ରୁଗ୍‍ଣ ଦେଖାଯାଏ । ଏହି କୀଟ ଦମନ ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ବା ମିଥାଇଲ ଡିମେଟନ ଔଷଧ ପ୍ରୟୋଗ କରାଯାଇପାରିବ ।

 

ଲଙ୍କାମରିଚ ଫସଲରେ ବୀଜାଣୁଜନିତ ଝାଉଁଳା ରୋଗ ଏବଂ ପତ୍ରମୋଡ଼ା ରୋଗ ଦେଖାଯାଇଥାଏ । ବୀଜାଣୁଜନିତ ଝାଉଁଳା ରୋଗ ହେଲେ ଗଛଗୁଡ଼ିକ ହଠାତ୍ ଝାଉଁଳି ମରିଯାଏ । ଏହି ରୋଗ ଦମନ ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜଲ ଏବଂ ୧୨୫ ଗ୍ରାମ୍ ପ୍ଲାଣ୍ଟୋମାଇସିକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ପତ୍ରମୋଡ଼ା ରୋଗ ଭୂତାଣୁ ଦ୍ଵାରା ହୋଇଥାଏ । ଏହି ରୋଗ ହେଲେ ଆକ୍ରାନ୍ତ ଗଛକୁ ଉପାଡ଼ି ଫିଙ୍ଗିଦେବା ଆବଶ୍ୟକ । ଏହି ରୋଗର ଭୂତାଣୁ କୀଟ ଦ୍ଵାରା ବ୍ୟାପିଥାଏ । ବାହକ କୀଟ ଦମନ କରିବା ପାଇଁ ଏକର ପ୍ରତି ୮୦ ଗ୍ରାମ୍ ଥାୟାମିଥୋକ୍‍ଜାମ୍ ଔଷଧ ପ୍ରୟୋଗ କରାଯିବା ଦରକାର ।

 

ଉଭୟ ପାକଳ ଓ କଞ୍ଚା ଅବସ୍ଥାରେ ଲଙ୍କାମରିଚ ଅମଳ କରଯାଇଥାଏ । ଏକ ଏକର ଜମିରୁ ପ୍ରାୟ ୨୦-୨୨ କ୍ଵିଣ୍ଟାଲ କଞ୍ଚା ଲଙ୍କା ଅମଳ ହୋଇଥାଏ । ଶୁଖିଲା ଲଙ୍କା ପାଇଁ ଚାଷ କରୁଥିଲେ ଏକର ପ୍ରତି ପ୍ରାୟ ୮-୧୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

✽✽✽

 

ଫୁଲକୋବି

 

ଆମ ରାଜ୍ୟରେ ସାଧାରଣତଃ ଶୀତଋତୁରେ ଫୁଲକୋବି ଚାଷ କରାଯାଇଥାଏ | ଫୁଲକୋବିରେ ଶତକଡ଼ା ୪.୦ ଭାଗ ଶ୍ଵେତସାର, ୨.୬ ଭାଗ ପୁଷ୍ଟିସାର, ୧.୯ ଭାଗ ଖଣିଜ ଲବଣ ଏବଂ ୧.୨ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଦୋରସା ବା ବାଲି ଦୋରସା ମାଟିରେ ଏହି ଫସଲ ଭଲ ଅମଳ ଦେଇଥାଏ । ତେବେ ଅନ୍ୟାନ୍ୟ ମାଟିରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ । ଜମି ଉର୍ବର ଓ ନିଗିଡ଼ ହୋଇଥବା ଦରକାର । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୬.୫ ମଧ୍ୟରେ ରହିଥିଲେ ଫସଲରୁ ଭଲ ଅମଳ ମିଳିଥାଏ । ସାଧାରଣତଃ ଅକ୍ଟୋବର–ନଭେମ୍ବର ମାସରେ ଫୁଲକୋବି ଚାରାରୋପଣ କରାଯାଇଥାଏ । ଶୀଘ୍ର ଶୀତ ପଡ଼ୁଥିବା କେତେକ ସ୍ଥାନରେ ଅଗଷ୍ଟ ମାସରେ ମଧ୍ୟ ଚାରାରୋପଣ କରାଯାଇପାରିବ ।

 

ଫୁଲକୋବି ଫସଲରୁ ଆଶାନୁରୂପ ଅମଳ ପାଇବା ପାଇଁ ଉନ୍ନତ କିସମର ବିହନ ବ୍ୟବହାର କରିବା ଉଚିତ୍ । ଉନ୍ନତ କିସମମାନଙ୍କ ମଧ୍ୟରେ ୟାର୍ଲି କୁଆଁରୀ, ସ୍ନୋବଲ୍‍-୧୬, ପୁଷା ସ୍ନୋବଲ୍‍ ୧, ଇମ୍ପୃଭ୍‍ଡ଼ ଜାପାନିଜ, କାଶି କୁଆଁରୀ, କାଶି ଆଗାନି, ହିମାନୀ, ସ୍ଵାତୀ ଆଦିର ନାମ ଉଲ୍ଲେଖଯୋଗ୍ୟ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୨୦୦ ଗ୍ରାମ ବିହନ ଦରକାର ହୋଇଥାଏ । ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । ଏହାହେଲେ ବିହନବାହିତ ରୋଗ ହେବାର ଆଶଙ୍କା କମିଯାଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କାର୍ବେଣ୍ଡାଜିମ ମିଶାଇ ବିଶୋଧନ କରାଯାଇପାରିବ । ଏହାଛଡ଼ା ପ୍ରତି କିଲୋଗ୍ରାମ ବିହନ ସହିତ ୫ ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼େ ମିଶାଇ ମଧ୍ୟ ବିଶୋଧନ କରାଯାଇପାରେ ଫୁଲକୋବିରୁ ତଳି ପ୍ରସ୍ତୁତ କରି ରୋପଣ କରାଯାଇଥାଏ । ଏକ ଏକର ଜମିରେ ରୋଇବା ପାଇଁ ୪୦ ବର୍ଗ ମିଟର ସ୍ଥାନରେ ତଳି ପକାଯିବା ଦରକାର ତିନିରୁ ଚାରି ଫୁଟ ଓସାରର ତଳି ପଟାଳି ପ୍ରସ୍ତୁତ କରି ଏଥିରେ ଧାଡ଼ି ଧାଡ଼ି କରି ବିହନ ବୁଣିବାକୁ ହେବ । ଚାରାଗଛଗୁଡ଼ିକ ତିନି ସପ୍ତାହର ହୋଇଗଲେ ଏହାକୁ ଉପାଡ଼ି ନେଇ ମୁଖ୍ୟ ଜମିରେ ରୁଆ ଯାଇଥାଏ । ରୋଇବା ପୂର୍ବରୁ ଜମିକୁ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରିଦେବାକୁ ହେବ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୩୦-୪୫ ସେଣ୍ଟିମିଟର ଦୂରତାରେ ଚାରାରୋପଣ କରିବା ଆବଶ୍ୟକ ।

 

ମାଟି ପରୀକ୍ଷା କରି ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍-। ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ଫୁଲକୋବି ଫସଲରେ ଏକର ପ୍ରତି ୫୦ କି.ଗ୍ରା. ଯବକ୍ଷାର, ୨୫ କି.ଗ୍ରା. ଫସ୍‍ଫରସ୍‍ ଓ ୨୫ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବା ଆବଶ୍ୟକ-। ଚାରା ରୋଇବାବେଳେ ଏକର ପ୍ରତି ୧୦ କି.ଗ୍ରା. ଯବକ୍ଷାର, ୨୫ କି.ଗ୍ରା. ଫସ୍‍ଫରସ୍‍ ଓ ୫ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୨୨ କି.ଗ୍ରା. ୟୁରିଆ ୧୫୬ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୮ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ଚାରାରୋପଣ କରିବାର ଦୁଇ ସପ୍ତାହ ଏବଂ ଚାରି ସପ୍ତାହ ପରେ ପ୍ରତିଥର ଏକର ପିଛା ୨୦ କି.ଗ୍ରା. ଯବକ୍ଷାରଜାନ ଏବଂ ୧୦ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୪୪ କି.ଗ୍ରା. ୟୁରିଆ ଏବଂ ୧୭ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରେ । ଚାରା ରୋଇବାର ୧୫ ଦିନ ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ହିସାବରେ ବୋରନ ମିଶାଇ ସ୍ପ୍ରେ କଲେ ଅମଳ ବୃଦ୍ଧି ପାଇଥାଏ ।

 

ଫୁଲକୋବି ଲଗାଇବାର ୧୮-୨୦ ଦିନ ପରେ ମାଟିକୁ ଖୁସାଇଦେଲେ ଅନାବନା ଘାସ ମରିଯାଇଥାଏ । ଏହାପରେ ଗଛମୂଳକୁ ହୁଡ଼ା ଟେକିଦେବା ଦରକାର । ଏହାଦ୍ଵାରା ଜଳସେଚନ ଏବଂ ଜଳ ନିଷ୍କାସନରେ ସୁବିଧା ହୋଇଥାଏ । ରାସାୟନିକ ଔଷଧ ବ୍ୟବହାର କରି ମଧ୍ୟ ଅନାବା ଘାସ ଦମନ କରାଯାଇପାରିବ । ଏଥିପାଇଁ ଚାରା ରୋଇବାର ତିନିଦିନ ଭିତରେ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଟିମେଥାଲିନ୍ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ ।

 

ଫୁଲକୋବି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ପାଣି ମଡ଼ାଇବା ଆବଶ୍ୟକ । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ୍ ।

 

ତଳି ରୋଇବା ପରେ ମାଟି ଶୁଖିଲା ଥିଲେ ପାଣି ମଡ଼ାଇବା ଉଚିତ୍ । ରାସାୟନିକ ସାର ପ୍ରୟୋଗ ପରେ ଏବଂ ଗଛର ଅଭିବୃଦ୍ଧି ସମୟରେ ଜଳ ଅଭାବ ହେବା ଉଚିତ ନୁହେଁ । ସିଆରର ଦୁଇ-ତୃତୀୟାଂଶ ଗଭୀରତା ପର୍ଯ୍ୟନ୍ତ ପାଣି ମଡ଼ାଇବା ଉଚିତ୍ । ଜମିଛ ଆବଶ୍ୟକତାକୁ ଚାହିଁ ଜଳସେଚନ କରିବା ଆବଶ୍ୟକ । ଗଛମୂଳରେ ପାଣି ଜମି, ରହିଲେ ଗଛ ଭଲ ବଢ଼ିନଥାଏ । ସେଥିପାଇଁ ବର୍ଷାଋତୁରେ ଚାଷ କରୁଥିଲେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ ।

 

ଫୁଲକୋବି ଫସଲକୁ ବିଭିନ୍ନ ପ୍ରକାରର ପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ଠିକିରିଆ ପୋକ, ବନ୍ଧାକୋବି ଶୂକ, ବନ୍ଧାକୋବି ପୋକ ଆଦି ପ୍ରମୁଖ ଅଟେ । ଏସବୁ କୀଟ ପତ୍ରକୁ ଖାଇ ନଷ୍ଟ କରିବା ସହିତ କୋବିରେ କ୍ଷତ ସୃଷ୍ଟି କରିଥାନ୍ତି ଏସବୁ କୀଟକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ କିମ୍ବା ମିଥାଇଲ ଡିମେଟନ୍ ଔଷଧ ପ୍ରୟୋଗ କରାଯିବା ଦରକାର ।

 

ଫୁଲକୋବି ଫସଲରେ ପତ୍ରପୋଡ଼ା ରୋଗ ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଉପରେ ବାଦାମୀ ମିଶା କଳାରଙ୍ଗର ଚିହ୍ନ ଦେଖାଯାଏ । ଏହି ରୋଗକୁ ଦମନ କରିବା ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜଲ କିମ୍ବା ୨୦୦ ଗ୍ରାମ କାର୍ବେଣ୍ଡାଜିମ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ପ୍ରେ କରିବା ଦରକାର ।

 

ଫୁଲଗୁଡ଼ିକ କଢ଼ ଅବସ୍ଥାରେ ଥିବାବେଳେ ଫୁଲକୋବି ଅମଳ କରାଯାଇଥାଏ । ଅମଳ ପରେ ଫୁଲକୋବିକୁ ଛୋଟ ବଡ଼ ଆକାର ଅନୁସାରେ ଗ୍ରେଡିଂ କରିବା ଦରକାର ଭଲ ଭାବରେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୮୦ କ୍ଵିଣ୍ଟାଲ ଫୁଲକୋବି ଅମଳ ମିଳିଥାଏ ।

✽✽✽

 

ବନ୍ଧାକୋବି

 

ଆମ ରାଜ୍ୟରେ ବନ୍ଧାକୋବି ଏକ ପ୍ରମୁଖ ପନିପରିବା ଫସଲ ଅଟେ । ବନ୍ଧାକୋବିରେ ଶତକଡ଼ା ୫.୨ ଭାଗ ଶ୍ଵେତସାର, ୧.୮ ଭାଗ ପୁଷ୍ଟିସାର, ୦.୬ ଭାଗ ଖଣିଜ ଲବଣ ଏବଂ ୧,୦ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥାଏ । ଏହି ଫସଲକୁ ସାଧାରଣତଃ ଶୀତଋତୁରେ ଚାଷ କରାଯାଇଥାଏ । ଦୋରସା ବା ବାଲିଆ ଦୋରସା ମାଟିରେ ବନ୍ଧାକୋବି ଭଲ ଅମଳ ଦେଇଥାଏ । ତେବେ ଅନ୍ୟାନ୍ୟ ମାଟିରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ । ଜମି ଉର୍ବର ଓ ନିଗିଡ଼ା ହୋଇଥିବା ଦରକାର । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୬.୫ ମଧ୍ୟରେ ରହିଥିଲେ ଏହି ଫସଲରୁ ଭଲ ଅମଳ ମିଳିଥାଏ । ସାଧାରଣତଃ ଅକ୍ଟୋବର–ନଭେମ୍ବର ମାସରେ ବନ୍ଧାକୋବି ଚାରାରୋପଣ କରାଯାଇଥାଏ । ଶୀଘ୍ର ଶୀତ ପଡ଼ୁଥିବା ଅଞ୍ଚଳରେ ଅଗଷ୍ଟ–ସେପ୍ଟେମ୍ବର ମାସରେ ମଧ୍ୟ ଚାରାରୋପଣ କରାଯାଇପାରିବ ।

 

ଏକ ବନ୍ଧାକୋବି ଫସଲରେ ଅନେକ ଉନ୍ନତ କିସମ ରହିଛି । ସେସବୁ କିସମ ଚାଷ କଲେ ଅଧିକ ଅମଳ ମିଳିଥାଏ । ଉନ୍ନତ କିସମମାନଙ୍କ ମଧ୍ୟରେ ଗୋଲଡେନ ଏକର, ପୁଷା ଡ୍ରମହେଡ୍, ପ୍ରାଇଡ୍‍ ଅଫ ଇଣ୍ଡିଆ, ଗ୍ରୀନ୍‍ ଏକ୍ସପ୍ରେସ, କ୍ରାନ୍ତି ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୨୦୦ ଗ୍ରାମ ବିହନ ଦରକାର ହୋଇଥାଏ । ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । ଏହାହେଲେ ବିହନବାହିତ ରୋଗ ହେବାର ଆଶଙ୍କା କମିଯାଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କାର୍ବେଣ୍ଡାଜିମ ମିଶାଇ ବିଶୋଧନ କରାଯାଇପାରିବ-। ଏହାଛଡ଼ା ପ୍ରତି କିଲୋଗ୍ରାମ ବିହନ ସହିତ ୫ ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼େ ମିଶାଇ ମଧ୍ୟ ବିଶୋଧନ କରାଯାଇପାରେ ।

 

ବନ୍ଧାକୋବିର ତଳି ପ୍ରସ୍ତୁତ କରି ଜମିରେ ରୋପଣ କରାଯାଇଥାଏ । ଏକ ଏକର ଜମିରେ ରୋଇବା ପାଇଁ ୪୦ ବର୍ଗ ମିଟର ସ୍ଥାନରେ ତଳି ପକାଯିବା ଦରକାର । ତିନିରୁ ଚାରିଫୁଟ ଓସାରର ତଳି ପଟାଳି ପ୍ରସ୍ତୁତ କରି ଏଥିରେ ଧାଡ଼ି ଧାଡ଼ି କରି ବିହନ ବୁଣିବାକୁ ହେବ । ଚାରାଗଛଗୁଡ଼ିକ ତିନି ସପ୍ତାହର ହୋଇଗଲେ ଏହାକୁ ଉପାଡ଼ି ନେଇ ମୁଖ୍ୟ ଜମିରେ ରୁଆ ଯାଇଥାଏ । ରୋଇବା ପୂର୍ବରୁ ଜମିକୁ ହଳକରି ମାଟିକୁ ଭଲଭାବେ ଗୁଣ୍ଡ କରିଦେବାକୁ ହେବ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୩୦-୪୦କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ଉଇ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୩୦-୪୫ ସେଣ୍ଟିମିଟର ଦୂରତାରେ ଚାରାରୋପଣ କରିବା ଆବଶ୍ୟକ ।

 

ମାଟି ପରୀକ୍ଷାର ଫଳାଫଳ ଅନୁସାରେ କିଆରୀରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ବନ୍ଧାକୋବି ଫସଲରେ ଏକର ପ୍ରତି ୬୦ କି.ଗ୍ରା. ଯବକ୍ଷାର, ୨୦ କି.ଗ୍ରା. ଫସ୍‍ଫରସ୍‍ ଓ ୩୦ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବା ଆବଶ୍ୟକ । ଚାରା ରୋଇବାବେଳେ ଏକର ପ୍ରତି ୧୨ କି.ଗ୍ରା. ଯବକ୍ଷାର, ୨୦ କି.ଗ୍ରା. ଫସ୍‍ଫରସ୍‍ ଓ ୬ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୨୬ କି.ଗ୍ରା. ୟୁରିଆ ୧୨୫ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୧୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ଚାରାରୋପଣ କରିବାର ଦୁଇ ସପ୍ତାହ ଏବଂ ଚାରି ସପ୍ତାହ ପରେ ପ୍ରତିଥର ଏକର ପିଛା ୨୪ କି.ଗ୍ରା. ଯବକ୍ଷାରଜାନ ଏବଂ ୧୨ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୫୩ କି.ଗ୍ରା. ୟୁରିଆ ଏବଂ ୨୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରେ । ଚାରା ରୋଇବାର ୧୫ ଦିନ ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ହିସାବରେ ବୋରନ ମିଶାଇ ସ୍ପ୍ରେ କଲେ ଅମଳ ବୃଦ୍ଧି ପାଇଥାଏ ।

 

ବନ୍ଧାକୋବି ଲଗାଇବାର ୧୮-୨୦ ଦିନ ପରେ ମାଟିକୁ ଖୁସାଇଦେଲେ ଅନାବନା ଘାସ ମରିଯାଇଥାଏ । ଏହାପରେ ଗଛମୂଳକୁ ହୁଡ଼ା ଟେକିଦେବା ଦରକାର । ଏହାଦ୍ଵାରା ଜଳସେଚନ ଏବଂ ଜଳ ନିଷ୍କାସନରେ ସୁବିଧା ହୋଇଥାଏ । ରାସାୟନିକ ଔଷଧ ବ୍ୟବହାର କରି ମଧ୍ୟ ଅନାବନା ଘାସ ଦମନ କରାଯାଇପାରିବ । ଏଥିପାଇଁ ଚାରା ରୋଇବାର ତିନିଦିନ ଭିତରେ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଟିମେଥାଲିନ୍ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ ।

 

ବନ୍ଧାକୋବି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ପାଣି ମଡ଼ାଇବା ଆବଶ୍ୟକ । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ୍ । ତଳି ରୋଇବା ପରେ ମାଟି ଶୁଖିଲା ଥିଲେ ପାଣି ମଡ଼ାଇବା ଦରକାର । ରାସାୟନିକ ସାର ପ୍ରୟୋଗ ପରେ ଏବଂ ଗଛର ଅଭିବୃଦ୍ଧି ସମୟରେ ଜଳ ଅଭାବ ହେବା ଉଚିତ୍ ନୁହେଁ । ସିଆରର ଦୁଇ-ତୃତୀୟାଂଶ ଗଭୀରତା ପର୍ଯ୍ୟନ୍ତ ପାଣି ମଡ଼ାଇବା ଉଚିତ୍ । ଜମିର ଆବଶ୍ୟକତାକୁ ଚାହିଁ ଜଳସେଚନ କରିବା ଆବଶ୍ୟକ । ଗଛମୂଳରେ ପାଣି ଜମି ରହିଲେ ଗଛ ଭଲ ବଢ଼ି ନଥାଏ । ସେଥିପାଇଁ ବର୍ଷାଋତୁରେ ଚାଷ କରୁଥିଲେ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ ।

 

ବନ୍ଧାକୋବି ଫସଲକୁ ବିଭିନ୍ନ ପ୍ରକାରର ପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ଠିକିରିଆ ପୋକ, ବନ୍ଧାକୋବି ଶୁକ ଆଦି ପ୍ରମୁଖ ଅଟେ । ଏସବୁ କୀଟ ପତ୍ରକୁ ଖାଇ ନଷ୍ଟ କରିବା ସହିତ କୋବିରେ କ୍ଷତ ସୃଷ୍ଟି କରିଥାନ୍ତି । ଏସବୁ କୀଟକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୫୦ ମିଲିଲିଟର ଲାମ୍ବଡ଼ା ସିହାଲୋଥିଅନ୍ କିମ୍ବା ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧ ପ୍ରୟୋଗ କରାଯିବା ଦରକାର ।

 

ବନ୍ଧାକୋବି ଫସଲରେ ପତ୍ରପୋଡ଼ା ରୋଗ ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଉପରେ ବାଦାମୀ ମିଶା କଳା ରଙ୍ଗର ଚିହ୍ନ ଦେଖାଯାଏ । ଏହି ରୋଗକୁ ଦମନ କରିବା ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜଲ କିମ୍ବା ୨୦୦ ଗ୍ରାମ କାର୍ବେଣ୍ଡାଜିମ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ପ୍ରେ କରିବା ଦରକାର ।

 

ଭଲଭାବେ ବାନ୍ଧିଥିବାବେଳେ ବନ୍ଧାକୋବି ଅମଳ କରାଯାଇଥାଏ । ଅମଳ ପରେ କୋବିକୁ ଛୋଟ ବଡ଼ ଆକାର ଅନୁସାରେ ଗ୍ରେଡିଂ କରିବା ଦରକାର । ଭଲଭାବେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୧୦୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

✽✽✽

 

ବ୍ରକୋଲି

 

ବ୍ରେକୋଲି ଦେଖିବାକୁ ଫୁଲକୋବି ପରି । କିନ୍ତୁ ଏହାର ରଙ୍ଗ ସବୁଜ, ଧଳା ବା ବାଇଗଣି ହୋଇଥାଏ । ଆମ ରାଜ୍ୟର କେତେକ ଅଞ୍ଚଳରେ ବ୍ରକୋଲି ଚାଷ କରାଯାଇଥାଏ । ଏହି ଫସଲକୁ ସାଧାରଣତଃ ଶୀତଋତୁରେ ଚାଷ କରାଯାଏ । ଦୋରସା ମାଟିରେ ବ୍ରେକୋଲି ଭଲ ଅମଳ ଦେଇଥାଏ । ତେବେ ଅନ୍ୟାନ୍ୟ ମାଟିରେ ମଧ୍ୟ ଏହାକୁ ଚାଷ କରାଯାଇପାରିବ । ଜମି ଉର୍ବର ଓ ନିଗିଡ଼ା ହୋଇଥିବା ଦରକାର । ମାଟିର ପରିମାପକ ମୂଲ୍ୟ ୬.୦ ରୁ ୬.୮ ମଧ୍ୟରେ ରହିଥିଲେ ଏହି ଫସଲରୁ ଭଲ ଅମଳ ମିଳିଥାଏ । ସାଧାରଣତଃ ଅକ୍ଟୋବର–ନଭେମ୍ବର ମାସରେ ବ୍ରେକୋଲି ଚାରାରୋପଣ କରାଯାଇଥାଏ ।

 

ବ୍ରେକୋଲି ଫସଲର ଅନେକ ଉନ୍ନତ କିସମ ରହିଛି । ସେସବୁ କିସମ ଚାଷ କଲେ ଅଧିକ ଅମଳ ମିଳିଥାଏ । ଉନ୍ନତ କିସମମାନଙ୍କ ମଧ୍ୟରେ କାଲାବ୍ରିଜ, ବ୍ରୋଞ୍ଜିନେଦା, ଡେଷକିନି, ସନ୍‍କିଙ୍ଗ, ଗ୍ରୀନ୍‍ ମ୍ୟାଜିକ୍ ଆଦିର ନାମ ଉଲ୍ଲେଖଯୋଗ୍ୟ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୨୦୦ ଗ୍ରାମ ବିହନ ଦରକାର ହୋଇଥାଏ । ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । ଏହାହେଲେ କେତେକ ରୋଗ ହେବାର ଆଶଙ୍କା କମିଯାଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କାର୍ବେଣ୍ଡାଜିମ ମିଶାଇ ବିଶୋଧନ କରାଯାଇପାରିବ-। ଏହାଛଡ଼ା ପ୍ରତି କିଲୋଗ୍ରାମ ବିହନ ସହିତ ୫ ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼େ ମିଶାଇ ମଧ୍ୟ ବିଶୋଧନ କରାଯାଇପାରେ ।

 

ବ୍ରେକୋଲିର ମଞ୍ଜିରୁ ଚାରା ଉତ୍ପାଦନ କରି ଜମିରେ ରୋପଣ କରାଯାଇଥାଏ । ଏକ ଏକର ଜମିରେ ରୋଇବା ପାଇଁ ୪୦ ବର୍ଗ ମିଟର ସ୍ଥାନରେ ତଳି ପକାଯିବା ଦରକାର । ତିନିରୁ ଚାରି ଫୁଟ ଓସାରର ତଳି ପଟାଳି ପ୍ରସ୍ତୁତ କରି ଏଥିରେ ଧାଡ଼ି ଧାଡ଼ି କରି ବିହନ କର କରେ । ତଳିପଟାଳିର ଉଚ୍ଚତା ଛଅ ଇଞ୍ଚ ହୋଇଥିବା ଦରକାର | ଚାରାଗଛଗୁଡ଼ିକ ତିନି ସପ୍ତାହର ହୋଇଗଲେ ଏହାକୁ ଉପାଡ଼ି ମୁଖ୍ୟ ଜମିରେ ରୁଆ ଯାଇଥାଏ । ରୋଇବା ପୂର୍ବରୁ ଜମିକୁ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରିଦେବାକୁ ହେବ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଆବଶ୍ୟକ । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୬୦-୭୫ ସେଣ୍ଟିମିଟର ଓ ଗଛକୁ ଗଛ ୩୦-୪୫ ସେଣ୍ଟିମିଟର ଦୂରତାରେ ଚାରାରୋପଣ କରିବା ଆବଶ୍ୟକ ।

 

ଅଧିକ ଅମଳ ପାଇବା ପାଇଁ ଫସଲରେ ଆବଶ୍ୟକ ମୁତାବକ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷାର ଫଳାଫଳ ଅନୁସାରେ କିଆରୀରେ ଖାଦ୍ୟସାର ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରାଯାଇ ନଥିଲେ ବ୍ରେକୋଲି ଫସଲରେ ଏକର ପ୍ରତି ୪୮ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୨୪ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବା ଆବଶ୍ୟକ । ଚାରା ରୋଇବାବେଳେ ଏକର ପ୍ରତି ୨୪ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୧୬ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏଥିପାଇଁ ଏକର ପ୍ରତି ୫୩ କି.ଗ୍ରା. ୟୁରିଆ ୧୫୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍ ଓ ୨୭ କି.ଗ୍ରା. ମ୍ୟୁରେଟ୍‍ ଅଫ ପଟାସ୍‍ ଆବଶ୍ୟକ ହେବ । ଚାରାରୋପଣ କରିବାର ଚାରି ସପ୍ତାହ ପରେ ଏକର ପିଛା ୨୪ କି.ଗ୍ରା. ଯବକ୍ଷାରଜାନ ଏବଂ ୮ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବାକୁ ପଡ଼ିବ-। ଏଥିପାଇଁ ଏକର ପ୍ରତି ୫୩ କି.ଗ୍ରା. ୟୁରିଆ ଏବଂ ୧୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରେ । ଅଧିକ ଅମଳ ପାଇବା ପାଇଁ ଚାରା ରୋଇବାର ଦୁଇ ସପ୍ତାହ ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ହିସାବରେ ବୋରନ ମିଶାଇ ସ୍ପ୍ରେ କରିବା ଉଚିତ୍ ।

 

ଚାରାରୋପଣ କରିବାର ୧୫-୨୦ ଦିନ ପରେ ଜମିକୁ ଖୁସାଇଦେଇ ଅନାବନା ଘାସ ବାଛିଦେବା ଦରକାର । ଏହି ସମୟରେ ସାର ପ୍ରୟୋଗ କରି ଗଛମୂଳକୁ ହୁଡ଼ା ଟେକିଦେଲେ ଜଳସେଚନ ଏବଂ ଜଳ ନିଷ୍କାସନ କରିବାରେ ସୁବିଧା ହୋଇଥାଏ । ଅନାବନା ଘାସ ଦମନ କରିବା ପାଇଁ ରାସାୟନିକ ଔଷଧ ବ୍ୟବହାର କରାଯାଇପାରିବ । ଏଥିପାଇଁ ଚାରା ରୋଇବାର ତିନିଦିନ ମଧ୍ୟରେ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଡିମେଥାଲିନ୍ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥବା ଆବଶ୍ୟକ ।

 

ବ୍ରେକୋଲି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଆବଶ୍ୟକ । ତଳି ରୋଇବା ପରେ ମାଟି ଶୁଖିଲା ଥିଲେ ପାଣି ମଡ଼ାଇବା ଉଚିତ୍ । ରାସାୟନିକ ସାର ପ୍ରୟୋଗ ପରେ ଏବଂ ଗଛର ଅଭିବୃଦ୍ଧି ସମୟରେ ଜଳ ଅଭାବ ହେବା ଉଚିତ୍ ନୁହେଁ । ଜମିର ଆବଶ୍ୟକତାକୁ ଚାହିଁ ଜଳସେଚନ କରିବା ଆବଶ୍ୟକ । ସିଆରର ଦୁଇ-ତୃତୀୟାଂଶ ଗଭୀରତା ପର୍ଯ୍ୟନ୍ତ ପାଣି ମଡ଼ାଇବା ଉଚିତ୍ । ଗଛ ମୂଳରେ ପାଣି ଜମି ରହିଲେ ଗଛ ଭଲ ବଢ଼ିନଥାଏ । ସେଥିପାଇଁ ଏକାଥରେ ଅଧିକ ପରିମାଣରେ ଜଳସେଚନ କରିବା ଉଚିତ୍ ନୁହେଁ ।

 

ବ୍ରେକୋଲି ଫସଲକୁ ବିଭିନ୍ନ ପ୍ରକାରର କୀଟ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ଠିକିରିଆ ପୋକ, ବନ୍ଧାକୋବି ଶୂକ ଆଦି ପ୍ରମୁଖ ଅଟେ । ଏସବୁ କୀଟ ପତ୍ର ଖାଇ ନଷ୍ଟ କରିବା ସହିତ ବ୍ରେକୋଲିରେ କ୍ଷତ ସୃଷ୍ଟି କରିଥାନ୍ତି । ଏସବୁ କୀଟକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୫୦ ମିଲିଲିଟର ଲାମ୍ବଡ଼ା ସିହାଲୋଥ୍ରୀଅନ୍ କିମ୍ବା ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧ ପ୍ରୟୋଗ କରାଯିବା ଦରକାର ।

 

ବ୍ରୋକୋଲି ଫସଲରେ ପତ୍ରପୋଡ଼ା ରୋଗ ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଉପରେ ବାଦାମୀ ମିଶା କଳା ରଙ୍ଗର ଚିହ୍ନ ଦେଖାଯାଏ । ଏହି ରୋଗକୁ ଦମନ କରିବା ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜଲ କିମ୍ବା ୨୦୦ ଗ୍ରାମ କାର୍ବେଣ୍ଡାଜିମ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସେ କରିବା ଦରକାର ।

 

ବ୍ରେକୋଲିକୁ କଢ଼ ଅବସ୍ଥାରେ ଅମଳ କରାଯାଇଥାଏ । ଅମଳ ପରେ ଏହାକୁ ଛୋଟ ବଡ଼ ଆକାର ଅନୁସାରେ ଗ୍ରେଡିଂ କରିବା ଦରକାର । ଏକ ଏକର ଜମିରୁ ହାରାହାରି ୪୦-୫୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

✽✽✽

 

ମଟର

 

ବିଭିନ୍ନ ଉଦ୍ଦେଶ୍ୟରେ ମଟର ଚାଷ କରାଯାଇଥାଏ । ଚେନାଚୁର ପ୍ରସ୍ତୁତିବେଳେ ମଟର ମଞ୍ଜି ଆବଶ୍ୟକ ହୋଇଥାଏ । ମଟର ମଞ୍ଜିକୁ ମଧ୍ୟ ତରକାରୀ କରି ଖିଆ ଯାଇଥାଏ । ମଟରରେ ଶତକଡ଼ା ୧୫.୮ ଭାଗ ଶ୍ଵେତସାର, ୭.୨ ଭାଗ ପୁଷ୍ଟିସାର, ୧.୨ ଭାଗ ଖଣିଜ ଲବଣ ଏବଂ ୪.୦ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଏହି ଫସଲର ଚେରରେ ଥିବା ଭାତୁଡ଼ି ଯବକ୍ଷାର ବିବନ୍ଧନରେ ସହାୟକ ହୋଇଥାଏ । ଫଳରେ ବାୟୁମଣ୍ଡଳରୁ ଯବକ୍ଷାର ଆଣି ଫସଲକୁ ଯୋଗାଇଥାଏ । ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ମଟର ଚାଷ କରାଯାଇଥାଏ । ମଟର ଫସଲରୁ ଆଶାନୁରୂପ ଅମଳ ପାଇବା ପାଇଁ ମାଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ମଟର ଚାଷ ପାଇଁ ମାଟି ନିଗିଡ଼ା ଓ ଦୋରସା ହୋଇଥିବା ଭଲ । ମଟାଳ ଦୋରସା ଓ ବାଲିଆ ଦୋରସା ମାଟିରେ ମଧ୍ୟ ମଟର ଚାଷ କରାଯାଇପାରିବ । ଉର୍ବର ମାଟିରେ ଗଛ ଭଲ ବଢ଼ିଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୦ ରୁ ୭.୫ ମଧ୍ୟରେ ରହିଥିବା ଦରକାର ।

 

ଅଧିକ ଅମଳ ପାଇବା ନିମନ୍ତେ ଭଲ ବିହନ ବ୍ୟବହାର କରିବା ଉଚିତ୍ । ମଟରର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ଆର୍ସେଲ, ଅର୍କ ଉତ୍ତମ, ଅର୍କ ମୟୂର, ଭିଏଲ ମଟର ୪୭, ଆକାଶ, ପନ୍ତ ପି ୨୫୦, ରଚନା ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ୨୦ ରୁ ୩୦ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ବିହନ ଓ ମାଟି ଦ୍ଵାରା ଫସଲରେ କେତେକ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ । ସେସବୁ ରୋଗ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ସଫା ମାଠିଆ କିମ୍ବା ବିହନ ବିଶୋଧନ ଡ୍ରମ୍ ସାହାଯ୍ୟରେ ଏସବୁ ଔଷଧ ଗୋଳାଇ ବିହନ ବିଶୋଧନ କରାଯାଇଥାଏ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିଗିଡେ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ମଟର ଗଛର ଚେରରେ ଭାତୁଡ଼ି ପରି ରହିଥାଏ । ଏହା ମଧ୍ୟରେ ରହିଥିବା ରାଇଜୋବିଅମ୍ ବୀଜାଣୁ ବାୟୁମଣ୍ଡଳରୁ ଯବକ୍ଷାର ସାର ଆଣି ଗଛକୁ ଯୋଗାଇଥାଏ । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବୁଣିବା ପୂର୍ବରୁ ବିହନ ସହିତ ରାଇଜୋବିଅମ ବୀଜାଣୁ ଗୋଳାଇବା ଦରକାର । ଏହାଛଡ଼ା କେତେକ ପରିମାଣରେ ଫସ୍‍ଫରସ୍‍ ସାର ମାଟି ସହିତ ବାନ୍ଧି ହୋଇ ରହିଥାଏ । ଏହାକୁ ଗଛର ଚେର ଗ୍ରହଣ କରିପାରେ ନାହିଁ, ଏହି ସାରକୁ ଗଛ ପାଇଁ ସହଜରେ ଉପଲବ୍ଧ କରାଇବା ନିମନ୍ତେ ମଞ୍ଜି ସହିତ ଫସ୍ଫୋକଲ୍ଚର ବା ପିଏସ୍‍ବି ଗୋଳାଇ ବୁଣିବା ଉଚିତ୍ । ଏଥିପାଇଁ ଏକର ପ୍ରତି ୨୫୦ ଗ୍ରାମ୍ ରାଇଜୋବିଅମ୍ ଜୀବାଣୁ ଏବଂ ୨୫୦ ଗ୍ରାମ୍ ପିଏସ୍‍ବିକୁ ଏକ ଏକର ପାଇଁ ଉଦ୍ଦିଷ୍ଟ ବିହନ ସହିତ ଭଲ ଭାବେ ଗୋଳାଇ ଦେବାକୁ ହେବ ।

 

ବିହନ ବୁଣିବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ କରିବାର ଆଶଙ୍କା କମିଯାଇଥାଏ ।

 

ନିଶୁ ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ମଟର ଚାଷ କରାଯାଇଥାଏ । ଏଥିପାଇଁ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ବିହନ ବୁଣିବା ଦରକାର । ଧାଡ଼ି ଧାଡ଼ି କରି ବିହନ ବୁଣିଲେ ଆବଶ୍ୟକ ସଂଖ୍ୟାରେ ଗଛ ରହିପାରିବ । ଏଥିସହିତ ଘାସ ବାଛିବା ଏବଂ ଜଳସେଚନ କରିବାରେ ସୁବିଧା ହୋଇଥାଏ । ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ଦୂରତାରେ ବିହନ ବୁଣାଯିବା ଆବଶ୍ୟକ ।

 

ଅଧିକ ଅମଳ ପାଇବା ପାଇଁ ଖାଦ୍ୟସାର ପ୍ରୟୋଗ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ମଟର ଫସଲ ବୁଣିବା ବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୨୦ କିଲୋଗ୍ରାମ ଫସ୍‍ଫରସ୍‍ ଓ ୧୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୧୨୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୧୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ବୋରାକ୍ସ ଏବଂ ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର ।

 

ଜଳ, ସୂର୍ଯ୍ୟ କିରଣ ଏବଂ ଖାଦ୍ୟସାର ପାଇବା ପାଇଁ ଅନାବନା ଘାସ ଫସଲ ସହିତ ପ୍ରତିଯୋଗିତା କରିଥାନ୍ତି । ତେଣୁ ଉପଯୁକ୍ତ ସମୟରେ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ-। ଗଛ ହେବାର ୧୮-୨୦ ଦିନ ପରେ ହାତରେ ବାଛି ଅଥବା କିଆରୀକୁ ଖୁସାଇ ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ବିହନ ବୁଣିବା ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଡିମେଥାଲିନ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ । ଉପଯୁକ୍ତ ସମୟରେ ଜଳସେଚନ କଲେ ମଟର ଫସଲରୁ ଅଧିକ ଅମଳ ମିଳିଥାଏ । ବିହନ ବୁଣିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଛୁଇଁ ଆସିବାବେଳେ ପାଣି ମଡ଼ାଇବା ଦରକାର । ଫସଲରେ ବୁଡ଼ାପାଣି ଦେବା ଉଚିତ୍ ନୁହେଁ ।

 

ମଟର ଫସଲକୁ ବିଭିନ୍ନ ପ୍ରକାରର ରୋଗ ଓ କୀଟ ଆକ୍ରମଣ କରିଥାନ୍ତି । ଏହି ଫସଲରେ ପାଉଁଶିଆ ରୋଗ ବିଶେଷ ଭାବେ ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ-। ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ-। ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇ ପାରିବ ।

 

ମଟର ଫସଲରେ ଜଉପୋକ ଓ ଛୁଇଁବିନ୍ଧା ପୋକ ଆକ୍ରମଣ କରିବାର ଦେଖାଯାଏ । ଜଉପୋକ ଗଛରୁ ରସ ଶୋଷି ଖାଇବା ଯୋଗୁଁ ଗଛ ରୁଗ୍‍ଣ ହୋଇଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦ ମିଲିଲିଟର ଇମିଡ଼ାକ୍ଲୋପ୍ରିଡ଼କୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ପ୍ରେ କରିବାକୁ ହେବ । ଛୁଇଁବିନ୍ଧା ପୋକ କଣାକରି ଛୁଇଁ ଭିତରେ ପଶିଯାଆନ୍ତି । ଏମାନେ ମଞ୍ଜିକୁ ଖାଇ ନଷ୍ଟ କରି ଦିଅନ୍ତି । ଫଳରେ ଅମଳ ହ୍ରାସ ପାଇଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସେ କରିବା ଦରକାର ।

 

ମଟର ଛୁଇଁକୁ ହାତରେ ତୋଳି ଅମଳ କରାଯାଇଥାଏ । ଭଲଭାବେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୨୫ କ୍ଵିଣ୍ଟାଲ ମଟର ଛୁଇଁ ଅମଳ ହୋଇପାରିବ ।

✽✽✽

 

ମୂଳା

 

ଓଡ଼ିଶାରେ ଚାଷ କରାଯାଉଥିବା ମୂଳ ଜାତୀୟ ପନିପରିବା ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ମୂଳାରେ ଶତକଡ଼ା ୩.୪ ଭାଗ ଶ୍ଵେତସାର, ୦.୭ ଭାଗ ପୁଷ୍ଟିସାର, ୦.୬ ଭାଗ ଖଣିଜ ଲବଣ ଏବଂ ୦.୮ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ମୂଳା ଚାଷ କରାଯାଇଥାଏ । କିନ୍ତୁ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ବର୍ଷାଋତୁରେ ମୂଳା ଚା କରାଯାଇପାରିବ । ମୂଳା ଫସଲରୁ ଆଶାନୁରୂପ ଅମଳ ପାଇବା ପାଇଁ ମାଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବାଲିଆ ଦୋରସା ମାଟିରେ ମୂଳା ଭଲ ହୋଇଥାଏ । ମୂଳା ଚାଷ ପାଇଁ ମାଟି ନିଗିଡ଼ା ଓ ଉର୍ବର ହୋଇଥବା ଭଲ । ମାଟି ଫସ୍‍ଫସିଆ ହେଲେ ମୂଳା ଚେର ଭଲ ବଢ଼ିଥାଏ ।

 

ଅଧିକ ଅମଳ ପାଇବା ନିମନ୍ତେ ଭଲ ବିହନ ବ୍ୟବହାର କରିବା ଉଚିତ୍ । ମୂଳାର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ଜାପାନିଜ୍ ହ୍ଵାଇଟ୍, ପୁଷ ଚେତକୀ, ରଶ୍ମି, ପୁଷା ରେଶମୀ, ଅର୍କ ନିଶାନ୍ତ, ସମର କୁଇନ୍ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ୫ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ବିହନ ଓ ମାଟି ଦ୍ଵାରା ବ୍ୟାପୁଥିବା ରୋଗ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ବିହନ ବିଶୋଧନ ପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ବିହନ ବୁଣିବା ପୂର୍ବରୁ ଭଲ ଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଚ୍ଚ ଆକ୍ରମଣ କରିବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ମୂଳା ଚାଷ କରାଯାଇଥାଏ । ଏଥିପାଇଁ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ବିହନ ବୁଣିବା ଦରକାର । ବର୍ଷାଋତୁରେ ଚାଷ କରୁଥିଲେ ଜୁନ୍-ଜୁଲାଇ ମାସରେ ବିହନ ବୁଣାଯାଇପାରେ । ଧାଡ଼ି ଧାଡ଼ି କରି ବିହନ ବୁଣିଲେ ଆବଶ୍ୟକ ସଂଖ୍ୟାରେ ଗଛ ରହିପାରିବ । ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ଦୂରତାରେ ବିହନ ବୁଣାଯିବା ଆବଶ୍ୟକ ।

 

ଅଧିକ ଅମଳ ପାଇବା ପାଇଁ ଖାଦ୍ୟସାର ପ୍ରୟୋଗ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ମୂଳା ଫସଲ ପାଇଁ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର, ୨୦ କିଲୋଗ୍ରାମ ଫସ୍‍ଫରସ୍‍ ଓ ୩୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ବୁଣିବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୨୦ କିଲୋଗ୍ରାମ ଫସ୍‍ଫରସ୍‍ ଓ ୩୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୧୨୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୫୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବୁଣିବାର ତିନି ସପ୍ତାହ ପରେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର ବା ୨୨ କିଲୋଗ୍ରାମ ୟୁରିଆ ପ୍ରୟୋଗ କରିକୁ ହୋଇଥାଏ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

ଜଳ, ସୂର୍ଯ୍ୟ କିରଣ ଏବଂ ଖାଦ୍ୟସାର ପାଇବା ପାଇଁ ଅନାବନା ଘାସ ଫସଲ ସହିତ ପ୍ରତିଯୋଗିତା କରିଥାନ୍ତି । ତେଣୁ ଅନାବନା ଘାସ ଦମନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ ହାତରେ ବାଛି ଅଥବା କିଆରୀକୁ ଖୁସାଇ ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ବିହନ ବୁଣିବା ପରଦିନ ଏକର ପ୍ରତି ୮୦୦ ମିଲିଲିଟର ମେଟୋଲାକ୍ଟୋର କିମ୍ବା ୧୦୦୦ ମିଲିଲିଟର ପେଣ୍ଟିମେଥାଲିନ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶକ । ଉପଯୁକ୍ତ ସମୟରେ ଜଳସେଚନ କଲେ ମୂଳା ଫସଲରୁ ଅଧିକ ଅମଳ ମିଳିଥାଏ । ବିହନ ବୁଣିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ାଖୁସା ପରେ ଏବଂ ଗଛର ଅଭିବୃଦ୍ଧି ସମୟରେ ପାଣି ମଡ଼ାଇବା ଦରକାର ।

 

ମୂଳା ଫସଲକୁ ବିଭିନ୍ନ ପ୍ରକାରର ରୋଗ ଓ କୀଟ ଆକ୍ରମଣ କରିଥାନ୍ତି । ଫସଲରେ ପାଉଁଶିଆ ରୋଗ ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜି ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହି ମିଶାଇ ସ୍ପ୍ରେ କରିବାକୁ ହେବ । ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଟି ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମ କରାଯାଇ ପାରିବ ।

 

ମୂଳା ଫସଲରେ ଜଉପୋକ ଓ ପତ୍ରୱ୍ଆ ପୋକ ଆକ୍ରମଣ କରିବା ଦେଖାଯାଏ । ଜଉପୋକ ଗଛରୁ ରସ ଶୋଷି ଖାଇବା ଯୋଗୁଁ ଗଛ ରୁଗ୍‍ଣ ହୋଇଯାଏ ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦ ମିଲିଲିଟର ଇମିଡ଼ାକ୍ଲୋପ୍ରିଡ଼କୁ ୨୦୧ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ପ୍ରେ କରିବାକୁ ହେବ । ପତ୍ରଖିଆ ପୋକ ପତ୍ରକୁ ଖାଇ ନଷ୍ଟ କରିଦିଅନ୍ତି । ଫଳରେ ଗଛ ଭଲ ବଢ଼ି ନଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର ।

 

ମୂଳାକୁ ମାଟିରୁ ଉପାଡ଼ି ଅମଳ କରାଯାଇଥାଏ । ଉପାଡ଼ିବାବେଳେ ଦେଖୁ କଥା ଯେପରି ଏହା ଭାଙ୍ଗି ନଯାଏ । ଏକ ଏକର ଜମିରୁ ପ୍ରାୟ ୭୦-୮୦ କ୍ରିଷ୍ଣା ଅମଳ ମିଳିଥାଏ ।

✽✽✽

 

ଗାଜର

 

ଓଡ଼ିଶାରେ ଚାଷ କରାଯାଉଥିବା ମୂଳ ଜାତୀୟ ପନିପରିବା ମଧ୍ୟରେ ଗାଜର ଅନ୍ୟତମ-। ଗାଜରରେ ଶତକଡ଼ା ୧୦.୬ ଭାଗ ଶ୍ଵେତସାର, ୦.୯ ଭାଗ ପୁଷ୍ଟିସାର, ୧.୧ ଭାଗ ଖଣିଜ ଲବଣ ଏବଂ ୨.୮ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥାଏ । ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ଗାଜର ଚାଷ କରାଯାଇଥାଏ । ଗାଜର ଫସଲରୁ ଆଶାନୁରୂପ ଅମଳ ପାଇବା ପାଇଁ ମାଟି ପ୍ରମୁଖ ଭୂମିକା ଦୋରସା ମାଟିରେ ଗାଜର ଭଲ ହୋଇଥାଏ । ହାଲୁକା ଚେର ଭଲ ବଢ଼ିଥାଏ-। ଗାଜର ଚାଷ ପାଇଁ ମାଟି ନିଗିଡ଼ା ତେବେ ଅନ୍ୟାନ୍ୟ ମାଟିରେ ମଧ୍ୟ ଗାଜର ଚାଷ କରଯାଇପାରିବ-

 

ଅଧିକ ଅମଳ ପାଇବା ନିମନ୍ତେ ଭଲ ବିହନ ବ୍ୟବହାର କରିବା ଉଚିତ । ଗାଜରର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ପୁଷା ମେଘାଲି, ୟାର୍ଲି ନାଣ୍ଟେସ୍, ପୁଷା କେଶର, କୋରଲେସ୍, ନିତା, ସିଲେକ୍ସନ ୨୨୩ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ୨ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ବିହନ ବିଶୋଧନ କରିବା ଆବଶ୍ୟକ । ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିହନ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ବିଶୋଧନ ପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ବିହନ ବୁଣିବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ କରିବାର ଆଶଙ୍କା କମିଯାଇଥାଏ ।

 

ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ଗାଜର ଚାଷ କରାଯାଇଥାଏ । ଏଥିପାଇଁ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ବିହନ ବୁଣିବା ଦରକାର । ଧାଡି ଧାଡ଼ି କରି ବିହନ ବୁଣିଲେ ଆବଶ୍ୟକ ସଂଖ୍ୟାରେ ଗଛ ରହିପାରିବ । ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ଦୂରତାରେ ବିହନ ବୁଣାଯିବା ଆବଶ୍ୟକ । ଧାଡ଼ିରେ ବୁଣିଲେ କୋଡ଼ାଖୁସା ଏବଂ ଘାସ ବାଛିବାରେ ସୁବିଧା ହୋଇଥାଏ ।

 

ଆଶାନୁରୂପ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ଗାଜର ଫସଲ ପାଇଁ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର, ୨୦ କିଲୋଗ୍ରାମ ଫସ୍‍ଫରସ୍‍ ଓ ୩୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋ କରିବାକୁ ପଡ଼ିଥାଏ । ବିହନ ବୁଣିବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର ୨୦ କିଲୋଗ୍ରାମ ଫସ୍‍ଫରସ୍‍ ଓ ୩୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ହେବ । ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୧୨୫ କିଲୋଗ୍ରାମ ସିଙ୍ଗ ସୁପର୍‍ ଫସଫେଟ୍‍ ଏବଂ ୫୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ ବୁଣିବାର ତିନି ସପ୍ତାହ ପରେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର ବା ୨ କିଲୋଗ୍ରାମ ୟୁରିଆ ପ୍ରୟୋଗ କରିବାକୁ ହୋଇଥାଏ । ବଜାରରେ ମିଳୁଥିବା ଅନ୍ୟାନ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

ଅନାବନା ଘାସ ଜଳ, ସୂର୍ଯ୍ୟ କିରଣ ଏବଂ ଖାଦ୍ୟସାର ପାଇବା ପାଇଁ ଫସଲ ସହିତ ପ୍ରତିଯୋଗିତା କରିଥାନ୍ତି । ଏହାଦ୍ଵାରା ଫସଲର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । ତେଣୁ ଅନାବନା ଘାସ ଦମନ ଉପରେ ଗୁରୁତ୍ଵ ୧୮-୨୦ ଦିନ ପରେ ହାତରେ ବାଛି ଅଥବା କିଆରୀକୁ ଖୁସାଇ ଘାସ ଦମ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ବିହନ ବୁଣିବ ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଟିମେଥାଲିନ୍ କିମ୍ବା ୩୦୦–୩୫୦ ଗ୍ରାମ୍ ମେଟ୍ରିବୁଜିନ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶକ । ଉପଯୁକ୍ତ ସମୟରେ ଜଳସେଚନ କଲେ ଗାଜର ଫସଲରୁ ଅଧିକ ଅମଳ ମିଳିଥାଏ । ବିହନ ବୁଣିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ାଖୁସା ପରେ ଏବ ଗଛର ଅଭିବୃଦ୍ଧି ସମୟରେ ପାଣି ମଡ଼ାଇବା ଦରକାର ।

 

ଏହି ଫସଲରେ ବିଭିନ୍ନ ପ୍ରକାରର ରୋଗପୋକ ଦେଖାଯାଇଥାଏ । ପାଉଁଶିଆ ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ । ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସେ କଲେ ଏହି ରୋଗକୁ ଦମନ କରାଯାଇ ପାରିବ ।

 

ଗାଜର ଫସଲରେ ଜଉପୋକ ଆକ୍ରମଣ କରିବାର ଦେଖାଯାଏ । ଏହି ପୋକ ଗଛରୁ ରସ ଶୋଷି ଖାଇବା ଦ୍ଵାରା ଗଛ ରୁଗ୍‍ଣ ହୋଇଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୮୦ ଗ୍ରାମ ଥାୟାମିଥୋକଜାମ କିମ୍ବା ୫୦ ମିଲିଲିଟର ଇମିଡ଼ାକ୍ଲୋପ୍ରିଡ଼କୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ପ୍ରେ କରିବାକୁ ହେବା ।

 

ଗାଜରକୁ ମାଟିରୁ ଉପାଡ଼ି ବା ଖୋଳିକରି ଅମଳ କରାଯାଇଥାଏ । ଖୋଳିବାବେଳେ ଦେଖିବା କଥା ଯେପରି ଏହା ଭାଙ୍ଗିନଯାଏ । କାରଣ ଚେର ଭାଙ୍ଗିଗଲେ ବିକ୍ରି କରିବାରେ ଅସୁବିଧା ହୋଇଥାଏ । ଏକ ଏକର ଜମିରୁ ପ୍ରାୟ ୪୦-୫୦ କ୍ଵିଣ୍ଟାଲ ଗାଜର ମିଳିପାରିବ ।

✽✽✽

 

ବିଟ୍

 

ମୂଳ ଜାତୀୟ ପନିପରିବା ମଧ୍ୟରେ ବିଟ୍ ଅନ୍ୟତମ । ଏଥିରେ ଯଥେଷ୍ଟ ପରିମାଣରେ ଖଣିଜ ଲବଣ ଓ ଭିଟାମିନ୍ ରହିଥାଏ । ବିଟ୍‍ରେ ଶତକଡ଼ା ୮.୮ ଭାଗ ଶ୍ଵେତସାର ଏବଂ ୦.୯ ଭାଗ ପୁଷ୍ଟିସାର ରହିଥାଏ । ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ବିଟ୍ ଚାଷ କରାଯାଇଥାଏ । ବାଲିଆ ଦୋରସା ମାଟିରେ ବିଟ୍ ଭଲ ହୋଇଥାଏ । ମାଟି ହାଲୁକା ହୋଇଥିଲେ ଏହାର ଚେର ଭଲ ବଢ଼ିଥାଏ । ବିଟ୍ ଚାଷ ପାଇଁ ମାଟି ନିଗିଡ଼ା ଓ ଉର୍ବର ହୋଇଥିବା ଭଲ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୮ ରୁ ୭.୦ ମଧ୍ୟରେ ରହିଲେ ଗଛ ଭଲ ବଢ଼ିଥାଏ ।

 

ବିଶ୍ୱର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ କ୍ରିମସନ୍ ଗୋଲ୍ଡ, ଡାର୍କ ରେଡ୍, ରେଡ୍ ବଲ୍‍, ଉଟି-୧ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୨ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ବିହନ ବିଶୋଧନ କରିବା ଆବଶ୍ୟକ । ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିହନ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ବିଶୋଧନ ପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମ ଭିଗିଡେ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ବିହନ ବୁଣିବା ପୂର୍ବରୁ ଭଲ ଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୩୦-୪୦ କ୍ୱିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ କରିବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ବିଟ୍ ଚାଷ କରାଯାଇଥାଏ । ଏଥିପାଇଁ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ବିହନ ବୁଣିବା ଦରକାର । ଧାଡ଼ି ଧାଡ଼ି କରି ବିହନ ବୁଣିଲେ ଆବଶ୍ୟକ ସଂଖ୍ୟାରେ ଗଛ ରହିପାରିବ । ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ଦୂରତାରେ ବିହନ ବୁଣାଯିବା ଆବଶ୍ୟକ । ଧାଡ଼ିରେ ବୁଣିଲେ କୋଡ଼ାଖୁସା ଏବଂ ଘାସ ବାଛିବାରେ ସୁବିଧା ହୋଇଥାଏ ।

 

ଆଶାନୁରୂପ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ବିଟ୍ ଫସଲ ପାଇଁ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର,୨୦ କିଲୋଗ୍ରାମ ଫସ୍‍ଫରସ୍‍ ଓ ୪୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ବୁଣିବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୨୦ କିଲୋଗ୍ରାମ ଫସ୍‍ଫରସ୍ ଓ ୪୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୧୨୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୬୬ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବୁଣିବାର ତିନି ସପ୍ତାହ ପରେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର ବା ୨୨ କିଲୋଗ୍ରାମ ୟୁରିଆ ପ୍ରୟୋଗ କରିକୁ ହୋଇଥାଏ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

ଅନାବନା ଘାସ ଦମନ ଉପରେ ଗୁରୁତ୍ଵ ଦେବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ ହାତରେ ବାଛି ଅଥବା କିଆରୀକୁ ଖୁସାଇ ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ବିହନ ବୁଣିବା ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଟିମେଥାଲିନ୍ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶକ । ଉପଯୁକ୍ତ ସମୟରେ ଜଳସେଚନ କଲେ ବିଟ୍ ଫସଲରୁ ଅଧିକ ଅମଳ ମିଳିଥାଏ । ବିହନ ବୁଣିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାଛଡ଼ା କୋଡ଼ାଖୁସା ପରେ ଏବଂ ଗଛର ଅଭିବୃଦ୍ଧି ସମୟରେ ପାଣି ମଡ଼ାଇବା ଦରକାର ।

 

ଏହି ଫସଲରେ ବିଭିନ୍ନ ପ୍ରକାରର ରୋଗପୋକ ଦେଖାଯାଇଥାଏ । ପାଉଁଶିଆ ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ିନଥାଏ । ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ । ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇ ପାରିବ । ବିଟ୍ ଫସଲରେ ପତ୍ର ଉକୁଣୀ ପୋକ ଏବଂ ଜଉପୋକ ଆକ୍ରମଣ କରିବାର ଦେଖାଯାଏ । ଏହି ପୋକଗୁଡ଼ିକ ଗଛରୁ ରସ ଶୋଷି ଖାଇବା ଦ୍ଵାରା ଗଛ ରୁଗ୍‍ଣ ହୋଇଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୮୦ ଗ୍ରାମ ଥାୟାମିଥୋକ୍ଜାମ କିମ୍ବା । ୫୦ ମିଲିଲିଟର ଇମିଡାକ୍ଲୋପ୍ରିଡ଼କୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ତେ କରିବାକୁ ହେବ ।

 

ବୁଣିବାର ପ୍ରାୟ ପ୍ରାୟ ୬୦-୭୦ ଦିନ ପରେ ବିଟ୍ ଅମଳ କରାଯାଇଥାଏ । ଏକ ଏକର ଜମିରୁ ହାରାହାରି ୪୦-୫୦ କ୍ୱିଣ୍ଟାଲ ବିଟ୍ ମିଳିଥାଏ ।

✽✽✽

 

କନ୍ଦମୂଳ

 

ଆମ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ କନ୍ଦମୂଳ ଚାଷ କରାଯାଇଥାଏ । କନ୍ଦମୂଳ ଚାଷ କରିବା ବେଶ୍ ସହଜ । ବାଲିଆ ଦୋରସା ମାଟିରେ କନ୍ଦମୂଳ ଭଲ ହୋଇଥାଏ । ଅଧିକ ଉର୍ବର ତଥା ଅଧିକ ଜୈବିକ ଅଂଶ ଥବା ମାଟି କନ୍ଦମୂଳ ପାଇଁ ଉପଯୋଗୀ ଅଟେ । ମାଟିର ଅମ୍ଳ ପରିମାପକ (ପିଏଚ୍) ମୂଲ୍ୟ ୫.୮ ରୁ ୬.୭ ମଧ୍ୟରେ ରହିଲେ କନ୍ଦମୂଳ ଗଛ ଭଲ ବଢ଼ିଥାଏ । ତେବେ ଅନ୍ୟାନ୍ୟ ମାଟିରେ ମଧ୍ୟ ଏହି ଫସଲ ଚାଷ କରାଯାଇପାରିବ । ଆମ ରାଜ୍ୟରେ ବର୍ଷାଋତୁ ଏବଂ ଶୀତଋତୁରେ କନ୍ଦମୂଳ ଚାଷ କରାଯାଇଥାଏ । ଏଥିପାଇଁ ଜୁନ ଓ ସେପ୍ଟେମ୍ବର ଅକ୍ଟୋବର ମାସରେ ବିହନ ଲଗାଇବା ଭଲ ।

 

ଉ: କନ୍ଦମୂଳର ଅନେକ ଉନ୍ନତ କିସମ ବାହାରିଲାଣି । ସେସବୁ ଚାଷ କଲେ ଅଧିକ ଅମଳ ମିଳିପାରିବ । ଉନ୍ନତ କିସମ ହିସାବରେ କିସାନ୍, ପୁଷା ସଫେଦ୍, ପୁଷାଲାଲ, ଭୂସ୍ଵାମୀ, ଭୂକ୍ରିଷ୍ଣା, ଭୂସୋନା, ସୌରିନ୍ ଆଦି ଚାଷ କରାଯାଇପାରିବ । ଲତା ଦ୍ଵାରା କନ୍ଦମୂଳର ବଂଶବୃଦ୍ଧି କରାଯାଇଥାଏ । ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ୨୮୦୦୦ ଖଣ୍ଡ ଡାଳ ଦରକାର ହୋଇଥାଏ । ଲଗାଇବା ପୂର୍ବରୁ ଲତାକୁ ବିଶୋଧନ କରିଦେବା ଉଚିତ । କାର୍ବେଣ୍ଡାଜିମ ବା ମାଙ୍କୋଜେବ ଦ୍ରବଣରେ ବୁଡ଼ାଇ ଲତାକୁ ବିଶୋଧନ କରାଯାଇପାରିବ ।

 

ଜମିକୁ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରିଦେବାକୁ ହେବ । ଉଇ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪୦-୫୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୨୫ ସେଣ୍ଟିମିଟର ଦୂରତାରେ କନ୍ଦମୂଳ ଲଗାଇବା ଆବଶ୍ୟକ । ଏହି ହିସାବରେ ଲଗାଇଲେ ଏକର ପ୍ରତି ପ୍ରାୟ ୨୬୬୦୦ ଗଛ ରହିବ । ବର୍ଷାଋତୁରେ ଚାଷ କରୁଥିଲେ ହୁଡ଼ା କରି କନ୍ଦମୂଳ ଲଗାଇବା ଭଲ ।

 

ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ । ଏହା ସମ୍ଭବ ନହେଲେ କନ୍ଦମୂଳ ଫସଲରେ ଏକର ପ୍ରତି ୩୨ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଏବଂ ୩୨ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବିହନ ଲଗାଇବା ବେଳେ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାର,୨୪ କି.ଗ୍ରା. ଫସ୍‍ ଫରସ୍ ଓ ୩୨ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୩୫ କି.ଗ୍ରା. ୟୁରିଆ ୧୫୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୫୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । କନ୍ଦମୂଳ ଲଗାଇବାର ପ୍ରାୟ ଚାରି ସପ୍ତାହ ପରେ ଏକର ପିଛା ୧୬ କିଲୋଗ୍ରାମ୍ ଯବକ୍ଷାର ସାର ବା ୩୫ କି.ଗ୍ରା. ୟୁରିଆ ବ୍ୟବହାର କରିବାକୁ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

କନ୍ଦମୂଳ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ହୁଡ଼ା ଟେକିଦେବା ଦରକାର-। ଏହାଦ୍ଵାରା ଅନାବନା ଘାସ ମରିଯାଇଥାଏ । ତା’ଛଡ଼ା ଜଳସେଚନ ଓ ଜଳ ନିଷ୍କାସନରେ ସୁବିଧା ହୋଇଥାଏ । ଶୀତଦିନେ ଚାଷ କରୁଥିଲେ ଉପଯୁକ୍ତ ଭାବେ ପାଣି ମଡ଼ାଇବା ଦରକାର-। ଏହାଦ୍ଵାରା କନ୍ଦମୂଳ ଫସଲରୁ ଅଧିକ ଅମଳ ମିଳିଥାଏ । ବିହନ ଲଗାଇବା ପରେ ପାଣି ମଡ଼ାଇବା ଦରକାର । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ୍ । ବର୍ଷାଋତୁରେ ଚାଷ କରୁଥିଲେ ଜଳ ନିଷ୍କାସନ ଉପରେ ଗୁରୁତ୍ଵ ଦେବାକୁ ହେବ ।

 

କନ୍ଦମୂଳ ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ପତ୍ରଖିଆ ପୋକ, ଘୁଣିପୋକ ଆଦି ପ୍ରମୁଖ ଅଟେ । ପତ୍ରଖିଆ ପୋକ ସବୁଜ ପତ୍ର ଓ କଅଁଳିଆ କାଣ୍ଡକୁ ଖାଇ ନଷ୍ଟ କରି ଦେଇଥାଏ । ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧ ସ୍ପ୍ରେ କଲେ ଏହାକୁ ଦମନ କରାଯାଇପାରିବ । ଘୁଣିପୋକ ଆକ୍ରମଣ କଲେ ଚେରରେ କଣାମାନ ହୋଇଥାଏ । ପରବର୍ତ୍ତୀ ସମୟରେ କନ୍ଦମୂଳ ପଚି ଯାଇଥାଏ । ଏହି କୀଟ ଆକ୍ରମଣ ହ୍ରାସ ପାଇଁ ସୁସ୍ଥଲତାକୁ ରୋପଣ କରିବା ଦରକାର । ଅମଳରେ ବିଶେଷ ବିଳମ୍ବ ଘଟିଲେ କୀଟ ଆକ୍ରମଣ ହେବାର ଆଶଙ୍କା ରହିଛି ।

 

ପତ୍ର ସାମାନ୍ୟ ହଳଦିଆ ପଡ଼ିଗଲେ କନ୍ଦମୂଳ ଅମଳ ପାଇଁ ଉପଯୁକ୍ତ ହୁଏ । ମାଟିରୁ ଖୋଳି କନ୍ଦମୂଳ ଅମଳ କରାଯାଏ । ଅମଳବେଳେ ଚେରରେ ଯେପରି କ୍ଷତ ନ ହୁଏ ସେଥିପାଇଁ ଯତ୍ନବାନ ହେବା ଆବଶ୍ୟକ । କନ୍ଦମୂଳ ଖୋଳିବା ପରେ ଏହାକୁ ଛୋଟ ବଡ଼ ଅଲଗା କରି ଗ୍ରେଡିଂ କରିବା ଦରକାର । ଭଲଭାବରେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୮୦ କ୍ଵିଣ୍ଟାଲ ଅମଳ ମିଳିପାରିବ ।

✽✽✽

 

ସାରୁ

 

ଆମ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସାରୁ ଚାଷ କରାଯାଇଥାଏ । ସାରୁରେ ଶତକଡ଼ା ୨୧.୦ ଭାଗ ଶ୍ଵେତସାର, ୩.୦ ଭାଗ ପୁଷ୍ଟିସାର, ୧.୭ ଭାଗ ଖଣିଜ ଲବଣ ଏବଂ ୨.୯ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ବିଭିନ୍ନ ପ୍ରକାରର ମାଟିରେ ସାରୁ ଚାଷ କରାଯାଇପାରିବ । ଦୋରସା ମାଟିରେ ସାରୁ ଭଲ ହୋଇଥାଏ । ଅଧିକ ଉର୍ବର ତଥା ଅଧିକ ଜୈବିକ ଅଂଶ ଥିବା ମାଟି ସାରୁ ପାଇଁ ଉପଯୋଗୀ ଅଟେ | ମାଟି ହାଲୁକା ହୋଇଥିଲେ ସାରୁ ପୁଆ ଭଲ ବଢ଼ିଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୭.୦ ମଧ୍ୟରେ ରହିଲେ ସାରୁ ଗଛ ଭଲ ବଢ଼ିଥାଏ । ଆମ ରାଜ୍ୟରେ ବର୍ଷାଋତୁ ଏବଂ ଗ୍ରୀଷ୍ମଋତୁରେ ସାରୁ ଚାଷ କରାଯାଇଥାଏ । ଏଥିପାଇଁ ଜୁନ୍-ଜୁଲାଇ ଏବଂ ଫେବ୍ରୁଆରୀ ମାସରେ ବିହନ ଲଗାଇବା ଭଲ ।

 

ସାରୁର ଅନେକ ଉନ୍ନତ କିସମ ବାହାରିଲାଣି । ସେସବୁ ଚାଷ କଲେ ଅଧିକ ଅମଳ ମିଳିପାରିବ । ଉନ୍ନତ କିସମ ହିସାବରେ ପଲ୍ଲବୀ, ଶ୍ରୀରଶ୍ମି, ସାତମୁଖ, ମୁକ୍ତକେଶୀ ଆଦି ଚାଷ କରାଯାଇପାରିବ । ସାରୁପୁଆକୁ ବିହନ ଭାବେ ବ୍ୟବହାର କରାଯାଇଥାଏ । ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ୪-୫ କ୍ଵିଣ୍ଟାଲ ବିହନ ଦରକାର ହୋଇଥାଏ । ଲଗାଇବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । କାର୍ବେଣ୍ଡାଜିମ ବା ମାଙ୍କୋଜେବ ଦ୍ରବଣରେ ବୁଡ଼ାଇ ବିହନକୁ ବିଶୋଧନ କରାଯାଇପାରିବ ।

 

ବିହନ ଲଗାଇବା ପୂର୍ବରୁ ଜମିକୁ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରିଦେବାକୁ ହେବ । ଉଇ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪୦-୫୦ କ୍ଲିଣ୍ଡାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୨୫ ସେଣ୍ଟିମିଟର ଦୂରତାରେ ସାରୁ ଲଗାଇବା ଆବଶ୍ୟକ । ଏହି ହିସାବରେ ଲଗାଇଲେ ଏକର ପ୍ରତି ପ୍ରାୟ ୨୬୬୦୦ ଗଛ ରହିବ ।

 

ସାରୁ ଫସଲରୁ ଭଲ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଆବଶ୍ୟକ । ମାଟି ପରୀକ୍ଷା କରି ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ଏକର ପ୍ରତି ୩୨ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଏବଂ ୩୨ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବିହନ ଲଗାଇବାବେଳେ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୧୬ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ଏଥିପାଇଁ ଏକର ପ୍ରତି ୩୫ କି.ଗ୍ରା. ୟୁରିଆ, ୧୫୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୨୭ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ସାର ଆବଶ୍ୟକ ପଡ଼ିବ । ସାରୁ ଲଗାଇବାର ପ୍ରାୟ ଚାରି ସପ୍ତାହ ପରେ ଏକର ପିଛା ୧୬ କିଲୋଗ୍ରାମ୍ ଯବକ୍ଷାର ଏବଂ ୧୬ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ଏଥିପାଇଁ ଏକର ପ୍ରତି ୩୫ କି.ଗ୍ରା. ୟୁରିଆ ଏବଂ ୨୭ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ସାର ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

ସାରୁ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ଘାସ ବାଛିଦେବା ଦରକାର । ଗଛମୂଳକୁ ହୁଡ଼ା ଟେକି ଦେଲେ ଜଳସେଚନ ଓ ଜଳ ନିଷ୍କାସନରେ ସୁବିଧା ହୋଇଥାଏ । ଗ୍ରୀଷ୍ମଋତୁରେ ଚାଷ କରୁଥିଲେ ଉପଯୁକ୍ତ ଭାବେ ଜଳସେଚନ କରିବା ଦରକାର । ବିହନ ଲଗାଇବା ପରେ ପାଣି ମଡ଼ାଇବା ଦରକାର । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ୍ । ବର୍ଷାଋତୁରେ ଚାଷ କରୁଥିଲେ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ ହେବ ।

 

ସାରୁ ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଆନ୍ତି । ପତ୍ରପୋଡ଼ା ରୋଗ ହେଲେ ପତ୍ର ଉପରେ ପାଟଳ ବା ବାଦାମୀ ରଙ୍ଗର ଦାଗମାନ ଦେଖାଯାଏ । ପରବର୍ତ୍ତୀ ସମୟରେ ସମଗ୍ର ପତ୍ର ପୋଡ଼ିଯିବା ପରି ଦେଖାଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜଲକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ-। ସାରୁ ଫସଲକୁ ବେଳେଳେ ଜଉପୋକ ଆକ୍ରମଣ କରିବାର ଦେଖାଯାଏ । ଏହି ପୋକ ଆକ୍ରମଣ କଲେ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୫୦ ମିଲିଲିଟର ଇମିଡାକ୍ଲୋପ୍ରିଡ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ପ୍ରେ କରିବାକୁ ହେବ ।

 

ପତ୍ରଗୁଡ଼ିକ ହଳଦିଆ ପଡ଼ି ଶୁଖୁବା ଆରମ୍ଭ ହେଲେ ସାରୁ ଅମଳ ପାଇଁ ଉପଯୁକ୍ତ ହୁଏ । ମାଟିରୁ ଖୋଳି ସାରୁ ଅମଳ କରାଯାଏ । ସାରୁ ଖୋଳିବା ପରେ ଏହାକୁ ଛୋଟ ବଡ଼ ଅଲଗା କରି ଗ୍ରେଡିଂ କରିବା ଦରକାର । ଭଲ ଭାବରେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୬୦-୭୦ କ୍ୱିଣ୍ଟାଲ ଅମଳ ମିଳିପାରିବ ।

✽✽✽

 

ଦେଶୀଆଳୁ

 

ଦେଶୀଆଳୁକୁ ଖମ୍ବଆଳୁ ମଧ୍ୟ କୁହାଯାଇଥାଏ । ବିଭିନ୍ନ ପ୍ରକାରର ମାଟିରେ ଦେଶୀଆଳୁଚାଷ କରାଯାଇପାରିବ । ଦୋରସା ମାଟିରେ ଦେଶୀଆଳୁ ଭଲ ହୋଇଥାଏ । ଅଧିକ ଉର୍ବର ତଥା ଅଧିକ ଜୈବିକ ଅଂଶ ଥିବା ମାଟି ଦେଶୀଆଳୁ ପାଇଁ ଉପଯୋଗୀ ଅଟେ । ଅଧିକ ଗଭୀର ପର୍ଯ୍ୟନ୍ତ ମାଟି ହାଲୁକା ହୋଇଥିଲେ ଦେଶୀଆଳୁ ଭଲ ବଢ଼ିଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୬.୫ ମଧ୍ୟରେ ରହିଲେ ଏହି ଫସଲରୁ ଭଲ ଅମଳ ମିଳିଥାଏ । ଆମ ରାଜ୍ୟରେ ବର୍ଷାଋତୁରେ ଦେଶୀଆଳୁଚାଷ କରାଯାଇଥାଏ । ଏଥିପାଇଁ ଜୁନ୍-ଜୁଲାଇ ମାସରେ ବିହନ ଲଗାଇବାକୁ ହୁଏ ।

 

ଦେଶୀଆଳୁର ଅନେକ ଉନ୍ନତ କିସମ ବାହାରିଲାଣି । ଉନ୍ନତ କିସମ ହିସାବରେ ଶ୍ରୀଲତା, ଶ୍ରୀରୂପା, ଶ୍ରୀପ୍ରିୟା, ଓଡ଼ିଶା ଇଲାଇଟ୍, ଶ୍ରୀ କୀର୍ତ୍ତି, ଶ୍ରୀ ଶିବା ଆଦି ପ୍ରମୁଖ ଅଟେ । ଦେଶୀଆଳୁକୁ ଖଣ୍ଡ ଖଣ୍ଡ କାଟି ବିହନ ଭାବେ ବ୍ୟବହାର କରାଯାଇଥାଏ । ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ୫ କ୍ଵିଣ୍ଟାଲ ବିହନ ଦରକାର ହୋଇଥାଏ । ଲଗାଇବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । କାର୍ବେଣ୍ଡାଜିମ ବା ମାଙ୍କୋଜେବ ଦ୍ରବଣରେ ବୁଡ଼ାଇ ବିହନ ବିଶୋଧନ କରାଯାଇପାରିବ ।

 

ବିହନ ଲଗାଇବା ପୂର୍ବରୁ ଜମିକୁ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରିଦେବାକୁ ହେବ । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪୦-୫୦ କ୍ଵିଣ୍ଟାଲ ସଜା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଧାଡ଼ିକୁ ଧାଡ଼ି ୯୦ ସେଣ୍ଟିମିଟର ଓ ଗଛକୁ ଗଛ ୯୦ ସେଣ୍ଟିମିଟର ଦୂରତାରେ ମନ୍ଦା କରି ଦେଶୀଆଳୁ ଲଗାଇବା ଆବଶ୍ୟକ । ଏହି ହିସାବରେ ଲଗାଇଲେ ଏକର ପ୍ରତି ପ୍ରାୟ ୪୯୦୦ ଗଛ ରହିବ ।

 

ଦେଶୀଆଳୁ ଫସଲରୁ ଭଲ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଆବଶ୍ୟକ । ମାଟି ପରୀକ୍ଷା କରି ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ଏକର ପ୍ରତି ୩୨ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍ ଏବଂ ୨୪ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବିହନ ଲଗାଇବାବେଳେ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୨୪ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ଏଥିପାଇଁ ଏକର ପ୍ରତି ୩୫ କି.ଗ୍ରା. ୟୁରିଆ, ୧୫୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୪୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ସାର ଆବଶ୍ୟକ ପଡ଼ିବ । ବିହନ ଲଗାଇବାର ପ୍ରାୟ ଛଅ ସପ୍ତାହ ପରେ ଏକର ପିଛା ୧୬ କିଲୋଗ୍ରାମ୍ ଯବକ୍ଷାର ବା ୩୫ କି.ଗ୍ରା. ୟୁରିଆ ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

ଦେଶୀଆଳୁ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ଘାସ ବାଛିଦେବା ଦରକାର । ଏହାପରେ ଗଛ ମୂଳକୁ ହୁଡ଼ା ଟେକି ଦେଲେ ଜଳସେଚନ ଓ ଜଳ ନିଷ୍କାସନରେ ସୁବିଧା ହୋଇଥାଏ । ଶୀତଦିନେ ଏହି ଫସଲରେ ଉପଯୁକ୍ତ ଭାବେ ଜଳସେଚନ କରିବା ଦରକାର । ଏହାଦ୍ଵାରା ଦେଶୀଆଳୁ ଫସଲରୁ ଅଧିକ ଅମଳ ମିଳିଥାଏ । ବିହନ ଲଗାଇବା ପରେ ମାଟି ଶୁଖିଲା ଥିଲେ ପାଣି ମଡ଼ାଇବା ଦରକାର । ବର୍ଷାଋତୁରେ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ ହେବ ।

 

ଏହି ଫସଲରେ ବେଳେବେଳେ ସଁବାଳୁଆ ଆକ୍ରମଣ କରିବାର ଦେଖାଯାଏ । ଏହି ପୋକ ଆକ୍ରମଣ କଲେ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ପ୍ରେ କରିବାକୁ ହେବ । ଦେଶୀଆଳୁ ଗଛରେ ଡାଇବ୍ୟାକ୍ ରୋଗ ହେବାର ଦେଖାଯାଏ । ଏହି ରୋଗହେଲେ କଅଁଳ ପତ୍ର ଉପରେ ବାଦାମୀ ରଙ୍ଗର ଛୋଟ ଦାଗମାନ ଦେଖାଯାଏ । ପରବର୍ତ୍ତୀ ସମୟରେ ଏହା ବଡ଼ ଆକାରର ହୋଇ ସମଗ୍ର ପତ୍ରକୁ ବ୍ୟାପିଯାଏ । ଗଛର ଅଗଡାଳ ଶୁଖୁଯିବା ପରି ଦେଖାଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୩୦୦ ମିଲିଲିଟର ଟେବୁକୋନାଜଲକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ । ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇ ପାରିବ ।

 

ଦେଶୀଆଳୁ ଅମଳ ହେବା ପାଇଁ ପ୍ରାୟ ୮-୯ ମାସ ସମୟ ଲାଗିଥାଏ । ଭଲ ଭାବରେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୧୦ ୧୦୦-୧୨୦ କ୍ଵିଣ୍ଟାଲ ଅମଳ ମିଳିପାରିବ ।

✽✽✽

 

ଓଲୁଅ

 

ଆମ ରାଜ୍ୟରେ ଓଲୁଅ ଚାଷ ପାଇଁ ଯଥେଷ୍ଟ ସୁଯୋଗ ରହିଛି । ଓଲୁଅର ଅନେକ ଔଷଧୀୟ ଗୁଣ ରହିଛି । ଆଜିକାଲି ଏହାର ବଜାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଓଲୁଅରେ ଶତକଡ଼ା ୧୮.୪ ଭାଗ ଶ୍ଵେତସାର, ୧.୨ ଭାଗ ପୁଷ୍ଟିସାର, ୦.୮ ଭାଗ ଖଣିଜ ଲବଣ ଏବଂ ୦.୮ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ବିଭିନ୍ନ ପ୍ରକାରର ମାଟିରେ ଓଲୁଅ ଚାଷ କରାଯାଇପାରିବ । ଦୋରସା ମାଟିରେ ଓଲୁଅ ଭଲ ହୋଇଥାଏ । ଅଧିକ ଉର୍ବର ତଥା ଅଧିକ ଜୈବିକ ଅଂଶ ଥବା ମାଟି ଓଲୁଅ ପାଇଁ ଉପଯୋଗୀ ଅଟେ । ଅଧିକ ଗଭୀରତା ପର୍ଯ୍ୟନ୍ତ ମାଟି ହାଲୁକା ହୋଇଥିଲେ ଓଲୁଅ ଭଲ ବଢ଼ିଥାଏ । ସନ୍ତସନ୍ତିଆ ଜମିରେ ଓଲୁଅ ଚାଷ କରିବା ଉଚିତ୍ ନୁହେଁ । ଆମ ରାଜ୍ୟରେ ବର୍ଷାଋତୁରେ ଓଲୁଅ ଚାଷ କରାଯାଇଥାଏ । ଏଥିପାଇଁ ମେ-ଜୁନ୍ ମାସରେ ବିହନ ଲଗାଇବାକୁ ହୁଏ ।

 

ଓଲୁଅର ଉନ୍ନତ କିସମ ହିସାବରେ ଗଜେନ୍ଦ୍ର, ସନ୍ଧ୍ୟାରଗଛି, ଏମ୍ ୧୫, ଶ୍ରୀପଦ୍ମ ଆଦି ଚାଷ କରାଯାଇପାରେ । ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ୨୫ କ୍ଵିଣ୍ଟାଲ ବିହନ ଦରକାର ହୋଇଥାଏ । ଲଗାଇବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । କାର୍ବେଣ୍ଡାଜିମ ବା ମାଙ୍କୋଜେବ ଦ୍ରବଣରେ ବୁଡ଼ାଇ ବିହନ ବିଶୋଧନ କରାଯାଇପାରିବ ।

 

ବିହନ ଲଗାଇବା ପୂର୍ବରୁ ଜମିକୁ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରିଦେବାକୁ ହେବ । ଉଇ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪୦-୫୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର ଧାଡ଼ିକୁ ଧାଡ଼ି ୯୦ ସେଣ୍ଟିମିଟର ଓ ଗଛକୁ ଗଛ ୯୦ ସେଣ୍ଟିମିଟର ଦୂରତାରେ ମନ୍ଦା କରି ଓଲୁଅ ଲଗାଇବା ଆବଶ୍ୟକ । ଏହି ହିସାବରେ ଲଗାଇଲେ ଏକର ପ୍ରତି ପ୍ରାୟ ୪୯୦୦ ଗଛ ରହିବ ।

 

ଓଲୁଅ ଫସଲରୁ ଭଲ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଆବଶ୍ୟକ । ମାଟି ପରୀକ୍ଷା କରି ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ଏକର ପ୍ରତି ୬୦ କି.ଗ୍ରା. ଯବକ୍ଷାର, ୪୦ କି.ଗ୍ରା. ଫସ୍‍ଫରସ୍‍ ଏବଂ ୬୦ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବିହନ ଲଗାଇବାବେଳେ ଏକର ପ୍ରତି ୩୦ କି.ଗ୍ରା. ଯବକ୍ଷାର, ୪୦ କି.ଗ୍ରା. ଫସ୍‍ଫରସ୍‍ ଓ ୩୦ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ଏଥିପାଇଁ ଏକର ପ୍ରତି ୬୬ କି.ଗ୍ରା. ୟୁରିଆ, ୨୫୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୫୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ସାର ଆବଶ୍ୟକ ପଡ଼ିବ । ବିହନ ଲଗାଇବାର ଏକ ମାସ ଏବଂ ଦୁଇ ମାସ ପରେ ପ୍ରତି ଥର ଏକର ପିଛା ୧୫ କିଲୋଗ୍ରାମ୍ ଯବକ୍ଷାର ଏବଂ ୧୫ କିଲୋଗ୍ରାମ୍ ପଟାସ୍ ପ୍ରୟୋଗ କରିବାକୁ ହେବ । ଏଥିପାଇଁ ପ୍ରତି ଥର ଏକର ପ୍ରତି ୩୩ କି.ଗ୍ରା. ୟୁରିଆ ଓ ୨୫ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ସାର ଆବଶ୍ୟକ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରେ ।

 

ଓଲୁଅ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ଘାସ ବାଛିଦେବା ଦରକାର । ଏହାପରେ ଗଛ ମୂଳକୁ ହୁଡ଼ା ଟେକି ଦେଲେ ଜଳସେଚନ ଓ ଜଳ ନିଷ୍କାସନରେ ସୁବିଧା ହୋଇଥାଏ । ବର୍ଷା ନହେଲେ ଏହି ଫସଲରେ ଉପଯୁକ୍ତ ଭାବେ ଜଳସେଚନ କରିବା ଦରକାର । ବିହନ ଲଗାଇବା ପରେ ମାଟି ଶୁଖିଲା ଥିଲେ ପାଣି ମଡ଼ାଇବା ଦରକାର । ବର୍ଷାଋତୁରେ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ ହେବ ।

 

ଓଲୁଅ ଫସଲରେ ବେଳେଳେ କନ୍ଦସଢ଼ା ରୋଗ ହୋଇଥାଏ । ଏହି ରୋଗହେଲେ ଗଛର ପତ୍ର ଓ କାଣ୍ଡ ହଳଦିଆ ପଡ଼ିଯାଏ । ଅଧିକ ଆକ୍ରାନ୍ତ ହେଲେ ଗଛ ଝାଉଁଳି ପଡ଼େ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦୦ ଗ୍ରାମ କପର ଅକ୍ସିକ୍ଲୋରାଇଡ୍ କିମ୍ବା ୨୦୦ ମିଲିଲିଟର ପ୍ରୋପିକୋନାଜଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସେ କରିବା ଦରକାର । ଏହି ଫସଲରେ ପତ୍ରଦାଗ ରୋଗ ହେବାର ଆଶଙ୍କା ରହିଛି । ଏହି ରୋଗହେଲେ ପତ୍ର ଉପରେ ଧଳା ଓ ହଳଦିଆ ରଙ୍ଗର ଗାରମାନ ଦେଖାଯାଏ । ଏହାଦ୍ଵାରା ଅମଳ ହ୍ରାସ ପାଇଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୩୦୦ ମିଲିଲିଟର ଟେବୁକୋନାଜଲ କିମ୍ବା ୫୦୦ ଗ୍ରାମ୍ ମାଙ୍କୋଜେବ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ଫସଲରେ ସ୍ପ୍ରେ କରିବା ଆବଶ୍ୟକ ।

 

ଓଲୁଅ ଅମଳ ହେବା ପାଇଁ ପ୍ରାୟ ୮-୯ ମାସ ସମୟ ଲାଗିଥାଏ । ଭଲଭାବରେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୧୦୦-୧୨୦ କ୍ଵିଣ୍ଟାଲ ଅମଳ ମିଳିପାରିବ ।

✽✽✽

 

ପିଆଜ

 

ଆଜିକାଲି ପିଆଜର ଚାହିଦା ବିଶେଷ ଭାବେ ବୃଦ୍ଧି ପାଇଛି । ଦୁଇ ପ୍ରକାର ପିଆଜ ଚାଷ କରାଯାଏ । ସେସବୁ ହେଲା, ଓଲି ପିଆଜ ଏବଂ ଦେଶୀ ବା ଛୋଟ ପିଆଜ । ଆମ ରାଜ୍ୟର କେତେକ ଜିଲ୍ଲାରେ ପିଆଜ ଚାଷ କରାଯାଇଥାଏ । ଦୋର ଓ ବାଲିଆ ଦୋରସା ମାଟିରେ ପିଆଜ ଭଲ ହୋଇଥାଏ । ଅଧିକ ଜୈବିକ ଅଂଶ ଥିବା ମାଟି ପିଆଜ ପାଇଁ ଖୁବ୍ ଭଲ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୮ ରୁ ୬. ମଧ୍ୟରେ ରହିଲେ ପିଆଜ ଗଛ ଭଲ ବଢ଼ିଥାଏ । ଆମ ରାଜ୍ୟରେ ସାଧାରଣତଃ ଶୀତଦିନେ ପିଆଜ ଚାଷ କରାଯାଇଥାଏ । ଏଥିପାଇଁ ନଭେମ୍ବର– ଡିସେମ୍ବର ମାସରେ ପିଆକୁ ଲଗାଇବା ଭଲ । ତେବେ ଶୀଘ୍ର ଶୀତ ପଡ଼ୁଥିବା ପାହାଡ଼ିଆ ଅଞ୍ଚଳରେ ଜୁଲାଇ–ଅଗଷ୍ଟ ମାସରେ ମଧ୍ୟ ପିଆଜ ଲଗାଯାଇ ପାରିବ ।

 

ପିଆଜ ଫସଲରୁ ଭଲ ଅମଳ ପାଇବା ପାଇଁ ଉନ୍ନତ କିସମ ବ୍ୟବହାର କରିବା ଉଚିତ୍-। ଉନ୍ନତ କିସମ ହିସାବରେ ନାସିକ ରେଡ୍, ଭୀମା ସୁପର୍‍, ଏନ ୫୩, ଏଗ୍ରି ଫାଉଣ୍ଡ ଡାର୍କ ରେଡ୍, ଭିଏଲ-୧, ଅର୍କ ବିନ୍ଦୁ, ଭୀମା ଶକ୍ତି ଆଦି ଚାଷ କରାଯାଇପାରିବ ଓଲି ପିଆଜ ଲଗାଇବା ପାଇଁ ପ୍ରଥମେ ମଞ୍ଜିରୁ ଚାରା ପ୍ରସ୍ତୁତ କରିବାକୁ ହୋଇଥାଏ । ଏଥି ନିମନ୍ତେ ୩-୪ ଫୁଟ୍ ଓସାରର ତଳିପଟାଳି କରିବାକୁ ହେବ । ଏହି ପଟାଳିର ଉଚ୍ଚତା ଛଅ ଇଞ୍ଚ ହୋଇଥିବା ଆବଶ୍ୟକ-। ଏକ ଏକର ଜମି ପାଇଁ ୪ କିଲୋଗ୍ରାମ ମଞ୍ଜି ଦରକାର ହୋଇଥାଏ । ବୁଣିବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । ଏହାହେଲେ କେତେକ ରୋଗ ହେବାର ଆଶଙ୍କା କମିଯାଇଥାଏ-। ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କାର୍ବେଣ୍ଡାଜିମ ମିଶାଇ ବିଶୋଧନ କରାଯାଇପାରିବ । ଏହାଛଡ଼ା ପ୍ରତି କିଲୋଗ୍ରାମ ବିହନ ସହିତ ୫ ଗ୍ରାମ ଟ୍ରାଇକୋଡର୍ମ ଭିରିଡ଼େ ମିଶାଇ ମଧ୍ୟ ବିଶୋଧନ କରାଯାଇପାରେ । ତଳି ପଟାଳିରେ ଧାଡ଼ି ଧାଡ଼ି କରି ବିହନ ବୁଣିବା ଦରକାର । ଚାରାଗଛଗୁଡ଼ିକ ସାତରୁ ଆଠ ସପ୍ତାହର ହୋଇଗଲେ ଏହାକୁ ନେଇ ଜମିରେ ରୋପଣ । ଦେଶୀ ପିଆଜ କୋଲାକୁ ବଂଶବିସ୍ତାର ପାଇଁ ବ୍ୟବହାର କରାଯାଏ । ଏଥିପାଇଁ ଏକର ପ୍ରତି ୪-୫ କ୍ଵିଣ୍ଟାଲ କୋଲା ଆବଶ୍ୟକ ହୋଇଥାଏ । ବିହନ ଲଗାଇବା ପୂର୍ବରୁ ଜମିକୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିବା ଦରକାର । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪୦-୫୦ କ୍ଵିଣ୍ଟାଲ ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୧୫ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ଦୂରତାରେ ଚାରାଗଛ ରୋଇବା ଆବଶ୍ୟକ-

 

ମାଟି ପରୀକ୍ଷା କରି ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍-। ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ପିଆଜ ଫସଲରେ ଏକର ପ୍ରତି ୪୮ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୪୦ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବିହନ ଲଗାଇବା ବେଳେ ଏକର ପ୍ରତି ୨୪ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୨୦ କି.ଗ୍ରା. ପଟାସ୍‍ ଦେବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୫୨ କି.ଗ୍ରା. ୟୁରିଆ ୧୫୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୩୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ପିଆଜ ଲଗାଇବାର ପ୍ରାୟ ତିନି ସପ୍ତାହ ପରେ ଏକର ପିଛା ୨୪ କିଲୋଗ୍ରାମ୍ ଯବକ୍ଷାର ଏବଂ ୨୦ କି.ଗ୍ରା. ପଟାସ୍‍ ସାର ବ୍ୟବହାର କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୫୨ କି.ଗ୍ରା. ୟୁରିଆ ଓ ୩୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ-। ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ-

 

ପିଆଜ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ଘାସ ବାଛିଦେବା ଆବଶ୍ୟକ-। ଏହି ସମୟରେ ଗଛ ମୂଳକୁ ହୁଡ଼ା ଟେକି ଦେଲେ ଜଳସେଚନରେ ସୁବିଧା ହୋଇଥାଏ-। ଘାସ ଦମନ ପାଇଁ କେତେକ ରାସାୟନିକ ଔଷଧ ବ୍ୟବହାର କରାଯାଇପାରିବ । ଏଥିପାଇଁ ପିଆଜ ଲଗାଇବା ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଡିମେଥାଲିନ୍ କିମ୍ବା ୬୦୦ ଗ୍ରାମ ଅକସାଡାୟାର୍ଜିଲ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥବା ଆବଶ୍ୟକ ।

 

ଉପଯୁକ୍ତ ଭାବେ ପାଣି ମଡ଼ାଇଲେ ପିଆଜ ଫସଲରୁ ଅଧିକ ଅମଳ ମିଳିଥାଏ । ଚାରାଗଛ ରୋଇବା ପରେ ଅଳ୍ପ ପାଣି ମଡ଼ାଇବା ଭଲ । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଉଚିତ୍ । ମାଟିରେ ପାଣି ଅଭାବ ହେଲେ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ ।

 

ପିଆଜ ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ଉକୁଣିଆ ପୋକ, ପତ୍ରପୋଡ଼ା ରୋଗ ଆଦି ପ୍ରମୁଖ ଅଟେ । ଉକୁଣିଆ ପୋଷ ଗଛରୁ ରସ ଶୋଷି ଖାଇଦିଏ । ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ । ଫଳରେ ଗଛ ଭଲ ବଢ଼ିପାରେ ନାହିଁ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦ ମିଲିଲିଟର ଇମିଡ଼ାକ୍ଲୋପ୍ରିଡ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର ପତ୍ରପୋଡ଼ା ରୋଗହେଲେ ପତ୍ର ଉପରେ ବାଦାମୀ ରଙ୍ଗର ଦାଗମାନ ଦେଖାଯାଏ । ଏହାଦ୍ଵାରା ଅମଳ ହ୍ରାସ ପାଇଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୩୦୦ ଗ୍ରାମ୍ କ୍ଲୋରୋଥାଲୋନିଲକୁ ୨୦୦ ଲିଟର ପାଣି ସହ ମିଶାଇ ଫସଲରେ ସ୍ପ୍ରେ କରିବା ଆବଶ୍ୟକ ।

 

ପତ୍ର ହଳଦିଆ ପଡ଼ିଗଲେ ପିଆଜ ଅମଳ ହେବା ପାଇଁ ଉପଯୁକ୍ତ ହୁଏ । ପ୍ରାୟ ୪-୫ ମାସ ପରେ ପିଆଜ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଏକ ଏକର ଜମିରୁ ହାରାହାରି ୧୦୦ କ୍ଵିଣ୍ଟାଲ ଓଲି ପିଆଜ ଅମଳ ହୋଇଥାଏ । ଦେଶୀ ପିଆଜ ଚାଷ କରୁଥିଲେ ଏକର ପ୍ରତି ୪୦-୫୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

✽✽✽

 

Unknown

ରସୁଣ

 

ଆମ ରାଜ୍ୟର କେତେକ ଜିଲ୍ଲାରେ ରସୁଣ ଚାଷ କରାଯାଇଥାଏ । ଦୋରସା ଓ ବାଲି ଦୋରସା ମାଟିରେ ରସୁଣ ଭଲ ହୋଇଥାଏ । ଅଧିକ ଜୈବିକ ଅଂଶ ଥିବା ଉର୍ବର ମାଟି ରସୁଣ ଫସଲ ପାଇଁ ଉପଯୋଗୀ ଅଟେ । ଜମି ନିଗିଡ଼ା ହୋଇଥବା ଦରକାର । ଆମ ରାଜ୍ୟରେ ସାଧାରଣତଃ ଶୀତଦିନେ ରସୁଣ ଚାଷ କରାଯାଇଥାଏ । ଏଥିପାଇଁ ଅକ୍ଟୋବର–ନଭେମ୍ବର ମାସରେ ରସୁଣ ଲଗାଯାଏ । ରସୁଣ ଫସଲରୁ ଭଲ ଅମଳ ପାଇବା ପାଇଁ ଉନ୍ନତ କିସମ ବ୍ୟବହାର କରିବା ଉଚିତ୍ । ଉନ୍ନତ କିସମ ହିସାବରେ ଫଙ୍ଖାରି, ଯାମନଗର, ଯମୁନା ସଫେଦ, ଭୀମା ପର୍ପଲ, ଏଗ୍ରୀ ଫାଉଣ୍ଡ ପାର୍ବତୀ ଆଦି ପ୍ରମୁଖ ଅଟେ ।

 

ରସୁଣ ବିହନ ଭାବେ ଏହାର ପାଖୁଡ଼ା ବା କୋଲା ବ୍ୟବହାର କରାଯାଇଥାଏ । ଏକ ଏକର ଜମି ପାଇଁ ୨୦୦ କିଲୋଗ୍ରାମ ବିହନ ଦରକାର ହୋଇଥାଏ । ଲଗାଇବା ପୂର୍ବରୁ ବିହନକୁ ବିଶୋଧନ କରିଦେବା ଉଚିତ୍ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କାର୍ବେଣ୍ଡାଜିମ ମିଶାଇ ବିଶୋଧନ କରାଯାଇପାରିବ । ଏହାଛଡ଼ା ପ୍ରତି କିଲୋଗ୍ରାମ ବିହନ ସହିତ ୫ ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼େ ମିଶାଇ ମଧ୍ୟ ବିଶୋଧନ କରାଯାଇପାରେ । ବିହନ ଲଗାଇବା ପୂର୍ବରୁ ଜମିକୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ରାକର । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୩୦- ୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୧୫ ସେଣ୍ଟିମିଟର ଓ ଗଛକୁ ଗଛ ୭-୮ ସେଣ୍ଟିମିଟର ଦୂରତାରେ ବିହନ ଲଗାଇବା ଆବଶ୍ୟକ ।

 

ତିନି ମାଟି ପରୀକ୍ଷା କରି ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ରସୁଣ ଫସଲ ପାଇଁ ଏକର ପ୍ରତି ୪୮ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୪୮ କି.ଗ୍ରା. ପଟାସ୍‍ ସାର ଆବଶ୍ୟକ ହୋଇଥାଏ । ବିହନ ଲଗାଇବା ବେଳେ ଏକର ପ୍ରତି ୨୪ କି.ଗ୍ରା. ଯବକ୍ଷାର, ୨୪ କି.ଗ୍ରା. ଫସ୍‍ଫରସ୍‍ ଓ ୨୪ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୫୨ କି.ଗ୍ରା. ୟୁରିଆ ୧୫୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୪୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ରସୁଣ ଲଗାଇବାର ତିନି ସପ୍ତାହ ପରେ ଏକର ପିଛା ୧୨ କି.ଗ୍ରା. ଯବକ୍ଷାର ବା ୨୬ କି.ଗ୍ରା. ୟୁରିଆ ବ୍ୟବହାର କରିବାକୁ ହେବ । ବିହନ ଲଗାଇବାର ଛଅ ସପ୍ତାହ ପରେ ଏକର ପିଛା ୧୨ କି.ଗ୍ରା. ଯବକ୍ଷାର ଏବଂ ୨୪ କି.ଗ୍ରା. ପଟାସ୍‍ ସାର ବ୍ୟବହାର କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୨୬ କି.ଗ୍ରା. ୟୁରିଆ ଓ ୪୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

ରସୁଣ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ଦେଇ ଘାସ ବାଛିଦେବା ଆବଶ୍ୟକ । ଏହି ସମୟରେ ଗଛମୂଳକୁ ହୁଡ଼ା ଟେକି ଦେଲେ ଜଳସେଚନ କରିବାରେ ସୁବିଧା ହୋଇଥାଏ । ଘାସ ଦମନ ପାଇଁ କେତେକ ରାସାୟନିକ ଔଷଧ ବ୍ୟବହାର କରାଯାଇପାରିବ । ଏଥିପାଇଁ ରସୁଣ ଲଗାଇବା ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଡିମେଥାଲିନ୍ କିମ୍ବା ୬୦୦ ଗ୍ରାମ ଅକସାଡାୟାର୍ଜିଲ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ । ରସୁଣ ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ଭାବେ ପାଣି ମଡ଼ାଇବା ଉଚିତ୍ । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଦରକାର । ଜମିରେ ପାଣି ଅଭାବ ହେଲେ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ ।

 

ରସୁଣ ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ପତ୍ର ଉକୁଣି ପୋକ ଏବଂ ପତ୍ରପୋଡ଼ା ରୋଗ ପ୍ରମୁଖ ଅଟେ । ପତ୍ର ଉକୁଣି ପୋକ ଗଛରୁ ରସ ଶୋଷି ଖାଇଦିଏ । ଏଥିଯୋଗୁଁ ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ । ଫଳରେ ଗଛ ଭଲ ବଢ଼ିପାରେ ନାହିଁ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦ ମିଲିଲିଟର ଇମିଡ଼ାକ୍ଲୋପ୍ରିଡ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ପତ୍ରପୋଡ଼ା ରୋଗହେଲେ ପତ୍ର ଉପରେ ବାଦାମୀ ରଙ୍ଗର ଦାଗମାନ ଦେଖାଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦୦ ଗ୍ରାମ୍ ମାକ୍ରୋଜେବ୍ ବା ୩୦୦ ଗ୍ରାମ୍ କ୍ଲୋରୋଥାଲୋନିଲକୁ ୨୦୦ ଲିଟର ପାଣି ସହ ମିଶାଇ ଫସଲରେ ସ୍ପ୍ରେ କରିବା ଆବଶ୍ୟକ ।

 

ଅଗପତ୍ରଗୁଡ଼ିକ ହଳଦିଆ ପଡ଼ି ଶୁଖୁଲେ ରସୁଣ ଅମଳ ହେବା ପାଇଁ ଉପଯୁକ୍ତ ହୋଇଥାଏ । ରସୁଣ ଅମଳ ହେବାକୁ ପ୍ରାୟ ୪-୫ ମାସ ସମୟ ନେଇ ହୋଇଥାଏ । ଏକ ଏକର ଜମିରୁ ହାରାହାରି ୨୦-୨୫ କ୍ଵିଣ୍ଟାଲ ଅମଳ ମିଳିଥାଏ ।

✽✽✽

 

ଅଦା

 

ଦୋରସା ଏବଂ ମସଲା ଜାତୀୟ ଫସଲ ହିସାବରେ ଅଦାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ-। ଅଦାକୁ ଶୁଖିଲା ଓ କଞ୍ଚା ଖିଆ ଯାଇଥାଏ-। ଔଷଧ ପ୍ରସ୍ତୁତିବେଳେ ଅଦା ଆବଶ୍ୟକ ହୋଇଥାଏ । ଆମ ରାଜ୍ୟରେ ଅଦା ଚାଷ ପାଇଁ ବ୍ୟାପକ ସୁଯୋଗ ରହିଛି । ବାଲିଆ ଲାଲ ଦୋରସା ମାଟିରେ ଅଦା ଭଲ ହୋଇଥାଏ । ଅଧିକ ଜୈବିକ ଅଂଶ ଥବା ମାଟି ଅଦା ପାଇଁ ଉପଯୁକ୍ତ । ମାଟିର ଅମ୍ଳ ପରିମାପକ (ପିଏଚ୍) ମୂଲ୍ୟ ୫.୨ ରୁ ୬.୪ ମଧ୍ୟରେ ରହିଲେ ଅଦା ଗଛ ଭଲ ବଢ଼ିଥାଏ । ଅଧିକ ଅମ୍ଳୀୟ ବା କ୍ଷାରୀୟ ମାଟିରେ ଅଦା ଭଲ ଅମଳ ଦେଇନଥାଏ । ଜମି ସନ୍ତସନ୍ତିଆ ରହିଲେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ବର୍ଷାଋତୁ ଆରମ୍ଭ ପୂର୍ବରୁ ଅଦା ଲଗାଇବା ଭଲ । ଏପ୍ରିଲ-ମେ ମାସରେ ଅଦା ଲଗା ଯାଇଥାଏ । ତେବେ ସମତଳ ଅଞ୍ଚଳରେ ମେ-ଜୁନ୍ ମାସରେ ଅଦା ଲଗାଯାଇ ପାରିବ ।

 

ଏହି ଫସଲରୁ ଆଶାନୁରୂପ ଅମଳ ପାଇବା ପାଇଁ ଉନ୍ନତ କିସମ ବ୍ୟବହାର କରିବା ଉଚିତ୍ । ଉନ୍ନତ କିସମ ହିସାବରେ ସୁପ୍ରଭା, ସୁରଭି, ସୁରୁଚି, ଅମ୍ବା, ଶୁଭଦା, । ସୌରଭ, ପ୍ରୟାଗ ଆଦି ଚାଷ କରାଯାଇପାରିବ । ଦୁଇଟି ଆଖୁ ଥାଇ ୧୫-୨୦ ଗ୍ରାମ୍ ବିଶିଷ୍ଟ ଅଦାଖଣ୍ଡକୁ ବିହନ ଭାବେ ବ୍ୟବହାର କରାଯାଇପାରିବ । ଏକ ଏକର ଜମି ପାଇଁ ୬-୭ କ୍ଵିଣ୍ଟାଲ ବିହନ ଦରକାର ହୋଇଥାଏ । ଲଗାଇବା ପୂର୍ବରୁ ବିହନକୁ । ବିଶୋଧନ କରିଦେବା ଉଚିତ୍ । ଏହାହେଲେ କେତେକ ରୋଗ ହେବାର ଆଶଙ୍କା କମିଯାଇଥାଏ । ବିହନ ବିଶୋଧନ ପାଇଁ ପ୍ରତି ଦଶ ଲିଟର ପାଣି ସହିତ ଦଶ ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା ଚାଳିଶ ଗ୍ରାମ୍‍ ମାଙ୍କୋଜେବ ଜାତୀୟ ଔଷଧ ମିଶାଇ ଦ୍ରବଣ ପ୍ରସ୍ତୁତ କରିବାକୁ ହେବ । ଏଥିରେ ୫୦ କିଲୋଗ୍ରାମ ଅଦା ବିହନକୁ ଅଧଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇବାକୁ ପଡ଼ିବ । ଜୈବିକ ପଦ୍ଧତିରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ଟ୍ରାଇକୋଡର୍ମା ଭିରିଡ଼େ, ନିମ ତେଲ, ନିମଜାତ ଔଷଧ ଆଦି ବ୍ୟବହାର କରାଯିବ ।

 

ବିହନ ଲଗାଇବା ପୂର୍ବରୁ ଜମିକୁ ଭଲଭାବେ ହଳ କରି ମାଟିକୁ ଗୁଣ୍ଡ କରିଦେବା ଦରକାର । ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୫୦-୬୦ କ୍ଵିଣ୍ଟାଲ ସଜା ଗୋବର ପ୍ରୟୋଗ କରିବା ଦରକାର । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ପଟାଳି କରି ଅଦା ଲଗାଯାଇଥାଏ । ଏଥି ନିମନ୍ତେ ଏକ ମିଟର ଓସାରର ପଟାଳିମାନ କରିବାକୁ ହେବ । ପଟାଳିର ଉଚ୍ଚତା ଛଅ ଇଞ୍ଚ ହୋଇଥିବା ଆବଶ୍ୟକ । ପଟାଳିରେ ଧାଡ଼ି ଧାଡ଼ିକୁ ୩୦ ସେଣ୍ଟିମିଟର ଓ ଗଛକୁ ଗଛ ୨୦-୨୫ ସେଣ୍ଟିମିଟର ଦୂରତାରେ ବିହନ ଲଗାଇବା ଆବଶ୍ୟକ । ଅଦା ଲଗାଇ ସାରିବା ପରେ କିଆରୀରେ ମଲ୍‍ଚିଂ ବା ଆଚ୍ଛାଦୀକରଣ କରିବା ଆବଶ୍ୟକ । ଆଚ୍ଛାଦୀକରଣ ପାଇଁ ଶୁଖିଲା ନଡ଼ା ବା ଡାଳପତ୍ର ବ୍ୟବହାର କରାଯାଇଥାଏ ।

 

ମାଟି ପରୀକ୍ଷା ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ଅଦା ଫସଲରେ ଏକର ପ୍ରତି ୫୦ କି.ଗ୍ରା. ଯବକ୍ଷାର, ୪୦ କି.ଗ୍ରା. ଫସ୍‍ଫରସ୍‍ ଓ ୪୦ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବିହନ ଲଗାଇବା ବେଳେ ଏକର ପ୍ରତି ୪୦ କି.ଗ୍ରା. ଫସ୍‍ଫରସ୍‍ ଓ ୨୦ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୨୫୦ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୩୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ଅଦା ଲଗାଇବାର ପ୍ରାୟ ଛଅ ସପ୍ତାହ ପରେ ଏକର ପିଛା ୨୫ କି.ଗ୍ରା. ଯବକ୍ଷାର ବା ୫୫ କି.ଗ୍ରା. ୟୁରିଆ ସାର ବ୍ୟବହାର କରିବାକୁ ହେବ । ଅଦା ଲଗାଇବାର ପ୍ରାୟ ତିନି ମାସ ପରେ ଏକର ପିଛା ୨୫ କିଲୋଗ୍ରାମ୍ ଯବକ୍ଷାର ଏବଂ ୨୦ କି.ଗ୍ରା. ପଟାସ୍‍ ସାର ବ୍ୟବହାର କରିବାକୁ ପଡ଼ିବ । ଏଥିପାଇଁ ଏକର ପ୍ରତି ୫୫ କି.ଗ୍ରା. ୟୁରିଆ ଓ ୩୩ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ ।

 

ଅଦା ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ଘାସ ବାଛିଦେବା ଆବଶ୍ୟକ । ସମୟରେ ଗଛ ମୂଳକୁ ହୁଡ଼ା ଟେକିଦେଲେ ଜଳସେଚନରେ ସୁବିଧା ହୋଇଥାଏ । ଏହାଦ୍ଵାରା ବର୍ଷାଋତୁରେ ଜଳ ନିଷ୍କାସନ ମଧ୍ୟ ହୋଇଥାଏ । ଘାସ ଦମନ ପାଇଁ କେତେକ ରାସାୟନିକ ଔଷଧ ବ୍ୟବହାର କରାଯାଇପାରିବ । ଏଥିପାଇଁ ଅଦା ଲଗାଇବା ପରଦିନ ଏକର ପ୍ରତି ୧୨୦ ଗ୍ରାମ ଅକ୍ସିଫ୍ଲୋରୋଫେନ୍ କିମ୍ବା ୧୦୦୦ ଗ୍ରାମ ଆଟ୍ରାଜିନ୍ ଜାତୀୟ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ । ଅଦା ଫସଲରେ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ ହେବ । କାରଣ ଗଛ ମୂଳରେ ପାଣି ଜମି ରହିଲେ ଅମଳ ବାଧାପ୍ରାପ୍ତ ହୋଇଥାଏ । ମାଟି ଶୁଖିଯାଇଥିଲେ ପାଣି ମଡ଼ାଇବା ଦରକାର । ବିଶେଷ କରି ବିହନ ଲଗାଇବା ପରେ ଓ ସାର ପ୍ରୟୋଗ ପରେ ଜଳ ଅଭାବ ହେବା ଉଚିତ୍ ନୁହେଁ ।

 

ଅଦା ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ମୂଳସଢ଼ା ରୋଗ, ପତ୍ରଦାଗ ରୋଗ, କାଣ୍ଡବିନ୍ଧା ପୋକ ଆଦି ପ୍ରମୁଖ ଅଟେ । ମୂଳସଢ଼ା ରୋଗହେଲେ ପତ୍ର ଓ କାଣ୍ଡ ହଳଦିଆ ପଡ଼ିଯାଏ । ଅଧିକ ଆକ୍ରାନ୍ତ ହେଲେ ଗଛ ଝାଉଁଳି ପଡ଼େ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦୦ ଗ୍ରାମ କପର ଅକ୍ସିକ୍ଲୋରାଇଡ୍ କିମ୍ବା ୨୦୦ ମିଲିଲିଟର ପ୍ରୋପିକୋନାଜଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର-। ପତ୍ରଦାଗ ରୋଗହେଲେ ପତ୍ର ଉପରେ ଧଳା ଓ ହଳଦିଆ ରଙ୍ଗର ଗାରମାନ ଦେଖାଯାଏ । ଏହାଦ୍ଵାରା ଅମଳ ହ୍ରାସ ପାଇଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୩୦୦ ମିଲିଲିଟର ଟେବୁକୋନାଜଲ କିମ୍ବା ୫୦୦ ଗ୍ରାମ୍ ମାକ୍ରୋଜେନ୍ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ଫସଲରେ ସ୍ପ୍ରେ କରିବା ଆବଶ୍ୟକ । କାଣ୍ଡବିନ୍ଧା ପୋକ ଆକ୍ରମଣ କଲେ ପତ୍ର ହଳଦିଆ ପଡ଼ିଯାଏ । ବେଳେବେଳେ ଗଛ ମରିଯିବାର ଦେଖାଯାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ଫସଲରେ ସେ କରିବା ଦରକାର ।

 

ଗଛଗୁଡ଼ିକ ଶୁଣ୍ଢ ମରିଗଲେ ଅଦା ଅମଳ କରାଯାଇଥାଏ । ମାଟିରୁ ଖୋଳି ଅଦା ଅମଳ କରାଯାଏ । ଏହାକୁ ସଫା କରି ସାଇତି ରଖାଯାଏ । ଏକ ଏକର ଜମିରୁ ହାରାହାରି ୬୦-୭୦ କ୍ଵିଣ୍ଟାଲ ଅଦା ଅମଳ ହୋଇଥାଏ ।

✽✽✽

 

ହଳଦୀ

 

ଆମ ରାଜ୍ୟରେ ବହୁ ପୁରାକାଳରୁ ହଳଦୀ ଚାଷ କରାଯାଉଛି । ହଳଦୀକୁ ବିଭିନ୍ନ ଭାବରେ ବ୍ୟବହାର କରାଯାଇଥାଏ । ଏହା ଏକ ପ୍ରମୁଖ ମସଲା ଅଟେ । ଔଷଧ ପ୍ରସ୍ତୁତିବେଳେ ହଳଦୀ ଆବଶ୍ୟକ ହୋଇଥାଏ । ପୂଜାପାର୍ବଣବେଳେ ହଳଦୀ ଦରକାର ହୋଇଥାଏ । ଆମ ରାଜ୍ୟରେ ହଳଦୀ ଚାଷ ପାଇଁ ବ୍ୟାପକ ସୁଯୋଗ ରହିଛି । ବାଲିଆ ଦୋରସା ମାଟିରେ ହଳଦୀ ଭଲ ହୋଇଥାଏ । ମାଟି ହାଲୁକା ଓ ଫସ୍‍ଫସିଆ ହୋଇଥିଲେ ହଳଦୀ ଭଲ ବଢ଼ିଥାଏ । ମାଟିର ଅମ୍ଳ ପରିମାପକ (ପିଏଚ୍) ମୂଲ୍ୟ ୫.୦ ରୁ ୭.୫ ମଧ୍ୟରେ ରହିଲେ ହଳଦୀ ଗଛ ଭଲ ବଢ଼ିଥାଏ । ଅଧିକ ଅମ୍ଳୀୟ ବା କ୍ଷାରୀୟ ମାଟିରେ ହଳଦୀ ଭଲ ଅମଳ ଦେଇନଥାଏ । ଜମି ସନ୍ତସନ୍ତିଆ ରହିଲେ ଗଛ ଭଲ ବଢ଼ିନଥାଏ । ଆମ ରାଜ୍ୟରେ ବର୍ଷାଋତୁରେ ହଳଦୀ ଚାଷ କରଯାଇଥାଏ । ସାଧାରଣତଃ ମେ-ଜୁନ୍ ମାସରେ ହଳଦୀ ଲଗା ଯାଇଥାଏ ।

 

ଉନ୍ନତ କିସମ ବ୍ୟବହାର କଲେ ଏହି ଫସଲରୁ ଭଲ ଅମଳ ମିଳିଥାଏ । ଉନ୍ନତ କିସମ ହିସାବରେ ସୁରଙ୍ଗୀ, ଗୌରବ, ରଙ୍ଗ, ରଶ୍ମି, ରୋମା, ସୁରମା, ସୋନା, ସୁଗୁଣା, ଲାଲଡଙ୍ଗ ଆଦି ଚାଷ କରାଯାଇପାରିବ । ହଳଦୀର ମୁଣ୍ଡା ଓ ଏଥିରୁ ବାହାରିଥିବା ପୁଆକୁ ବିହନ ଭାବେ ବ୍ୟବହାର କରାଯାଇଥାଏ । ପ୍ରତିଖଣ୍ଡ ବିହନର ଓଜନ ପ୍ରାୟ ୨୫ ଗ୍ରାମ ହୋଇଥିବା ଆବଶ୍ୟକ । ଏକ ଏକର ଜମି ପାଇଁ ୮-୧୦ କ୍ଵିଣ୍ଟାଲ ବିହନ ଦରକାର ହୋଇଥାଏ । ଲଗାଇବା ପୂର୍ବରୁ ବିହନକୁ ବିଶୋଧନ କଲେ କେତେକ ରୋଗ ହେବାର ଆଶଙ୍କା କମିଯାଇଥାଏ । ବିହନ ବିଶୋଧନ ପାଇଁ ପ୍ରତି ଦଶ ଲିଟର ପାଣି ସହିତ ଦଶ ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା ଚାଳିଶ ଗ୍ରାମ ମାଙ୍କୋଜେବ ଜାତୀୟ ଔଷଧ ମିଶାଇ ଦ୍ରବଣ ପ୍ରସ୍ତୁତ କରିବାକୁ ହେବ । ଏଥିରେ ୫୦ କିଲୋଗ୍ରାମ ହଳଦୀ ବିହନକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇବାକୁ ପଡ଼ିବ । ଜୈବିକ ପଦ୍ଧତିରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ଟ୍ରାଇକୋଡର୍ମା ଭିରିଡ଼େ, ନିମ ତେଲ, ନିମଜାତ ଔଷଧ ଆଦି ବ୍ୟବହାର କରାଯାଇପାରିବ ।

 

ବିହନ ଲଗାଇବା ପୂର୍ବରୁ ଜମିକୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଉଚିତ୍-। ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୫୦-୬୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଉଚ୍ଚ ହେବାର ଆଶଙ୍କା ଥିଲେ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ ବା କରଞ୍ଜ ପିଡ଼ିଆ ପ୍ରୟୋଗ କରିବା ଆବଶ୍ୟକ । ପଟାଳି କରି ହଳଦୀ ଲଗାଯାଇଥାଏ-। ଏଥି ନିମନ୍ତେ ଏକ ମିଟର ଓସାରର ପଟାଳିମାନ କରିବାକୁ ହେବ । ପଟାଳିର ଉଚ୍ଚତା ଛଅ ଇଞ୍ଚ ହୋଇଥିବା ଆବଶ୍ୟକ । ପଟାଳିରେ ଧାଡ଼ି ଧାଡ଼ିକୁ ୩୦ ସେଣ୍ଟିମିଟର ଓ ଗଛକୁ ଗଛ ୨୦-୨୫ ସେଣ୍ଟିମିଟର ଦୂରତାରେ ବିହନ ଲଗାଇବା ଆବଶ୍ୟକ । ହଳଦୀ ଲଗାଇ ସାରିବା ପରେ କିଆରୀରେ ମଲ୍‍ଚିଙ୍ଗ ବା ଆଚ୍ଛାଦୀକରଣ କରିବା ଆବଶ୍ୟକ । ଆଚ୍ଛାଦୀକରଣ ପାଇଁ ଶୁଖିଲା ନଡ଼ା ବା ଡାଳପତ୍ର ହାର କରାଯାଇଥାଏ ।

 

ମାଟି ପରୀକ୍ଷାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରିବା ସମ୍ଭବ ନହେଲେ ହଳଦୀ ଫସଲରେ ଏକର ପ୍ରତି ୨୪ କି.ଗ୍ରା. ଯବକ୍ଷାର, ୧୨ କି.ଗ୍ରା. ଫସ୍‍ଫରସ୍‍ ଓ ୩୬ କି.ଗ୍ରା. ପଟାସ୍‍ ପ୍ରୟୋଗ କରିବା ଆବଶ୍ୟକ । ବିହନ ଲଗାଇବା ବେଳେ ଏକର ପ୍ରତି ୧୨ କି.ଗ୍ରା. ଫସ୍‍ଫରସ୍‍ ଓ ୧୮ କି.ଗ୍ରା. ପଟାସ୍‍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାର କଥା ହିସାବକୁ ନେଲେ ଏକର ପ୍ରତି ୭୫ କି.ଗ୍ରା. ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଓ ୩୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ହଳଦୀ ଲଗାଇବାର ପ୍ରାୟ ଛଅ ସପ୍ତାହ ପରେ ଏକର ପିଛା ୧୨ କି.ଗ୍ରା. ଯବକ୍ଷାର ବା ୨୬ କି.ଗ୍ରା. ୟୁରିଆ ସାର ବ୍ୟବହାର କରିବାକୁ ହେବ । ହଳଦୀ ଲଗାଇବାର ପ୍ରାୟ ତିନି ମାସ ପରେ ଏକର ପିଛା ୧ ୨ କିଲୋଗ୍ରାମ୍ ଯବକ୍ଷାର ଏବଂ ୧୮ କି.ଗ୍ରା. ପଟାସ୍‍ ସାର ବ୍ୟବହାର କରିବାକୁ ପଡ଼ିବ । ଏଥିପାଇଁ ଏକର ପ୍ରତି ୨୬ କି.ଗ୍ରା. ୟୁରିଆ ଓ ୩୦ କି.ଗ୍ରା. ମ୍ୟୁରେଟ୍‍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାର ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଜିଆଖତ, ହାଣ୍ଡିଖତ ଆଦି ପ୍ରୟୋଗ କରିବା ଉଚିତ୍ ।

 

ହଳଦୀ ଲଗାଇବାର ତିନି ସପ୍ତାହ ପରେ ମାଟିକୁ ଖୁସାଇ ଘାସ ବାଛିଦେବା ଆବଶ୍ୟକ-। ଏହି ସମୟରେ ଗଛ ମୂଳକୁ ହୁଡ଼ା ଟେକି ଦେଲେ ଜଳସେଚନରେ ସୁବିଧା ହୋଇଥାଏ-। ଏହାଦ୍ଵାରା ବର୍ଷାଋତୁରେ ଜଳ ନିଷ୍କାସନ ମଧ୍ୟ ହୋଇଥାଏ । ଘାସ ଦମନ ପାଇଁ କେତେକ ରାସାୟନିକ ଔଷଧ ବ୍ୟବହାର କରାଯାଇପାରିବ । ଏଥିପାଇଁ ହଳଦୀ ଲଗାଇବା ପରଦିନ ଏକର ପ୍ରତି ୩୦୦ ଗ୍ରାମ ମେଟ୍ରିବୁଜିନ୍ କିମ୍ବା ୧୦୦. ଗ୍ରାମ ଆଟ୍ରାଜିନ୍ ଜାତୀୟ ଔଷଧ ପ୍ରୟୋଗ କରିବାକୁ ହେବ । ଘାସମରା ଔଷଧ ପ୍ରୟୋଗବେଳେ ମାଟିରେ ବତର ଥିବା ଆବଶ୍ୟକ-। ହଳଦୀ ଫସଲରେ ଜଳ ନିଷ୍କାସନ ଉପରେ ଗୁରୁତ୍ୱ ଦେବାକୁ ହେବ । କାରଣ ଗଛ ମୂଳରେ ପାଣି ଜମି ରହିଲେ ଅମଲ ବାଧାପ୍ରାପ୍ତ ହୋଇଥାଏ । ବିଶେଷ କରି ବିହନ ଲଗାଇବା ପରେ ଓ ସାର ପ୍ରୟୋଗ ପରେ ଜଳ ଅଭାବ ହେବା ଉଚିତ୍ ନୁହେଁ । ଅକ୍ଟୋବର ମାସବେଳକୁ ବର୍ଷା ଛାଡ଼ିଗଲେ ପାଣି ମଡ଼ାଇବା ଦରକାର ।

 

ହଳଦୀ ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଆନ୍ତି । ସେସବୁ ମଧ୍ୟରେ ମୂଳସଢ଼ା ରୋଗ, ପତ୍ରଚିତା ରୋଗ, ପତ୍ରଉକୁଣି ପୋକ ଆଦି ପ୍ରମୁଖ ଅଟେ । ମୂଳସଢ଼ା ରୋଗହେଲେ ପତ୍ର ଓ କାଣ୍ଡ ହଳଦିଆ ପଡ଼ିଯାଏ । ଅଧିକ ଆକ୍ରାନ୍ତ ହେଲେ ଗଛ ଝାଉଁଳି ପଡ଼େ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୫୦୦ ଗ୍ରାମ କପର ଅକ୍ସିକ୍ଳୋରାଇଡ୍ କିମ୍ବା ୨୦୦ ମିଲିଲିଟର ପ୍ରୋପିକୋନାଜଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର-। ପତ୍ରଚିତା ରୋଗହେଲେ ପତ୍ର ଉପରେ ବାଦାମୀ ରଙ୍ଗର ଚିହ୍ନମାନ ଦେଖାଯାଏ । ପରବର୍ତ୍ତୀ ସମୟରେ ପତ୍ର ସମ୍ପୂର୍ଣ୍ଣ ଶୁଖଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୩୦୦ ମିଲିଲିଟର ଟେବୁକୋନାଜଲ କିମ୍ବା ୫୦୦ ଗ୍ରାମ୍ କପର ଅକ୍ସିକ୍ଳୋରାଇଡ୍ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ଫସଲରେ ସ୍ପ୍ରେ କରିବା ଆବଶ୍ୟକ । ପତ୍ରଉକୁଣି ପୋକ ଗଛରୁ ରସ ଶୋଷି ଖାଇଦିଏ । ଫଳରେ ଗଛ ରୁଗ୍‍ଣ ହୋଇଯାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୫୦ ମିଲିଲିଟର ଇମିଡାକ୍ଲୋପ୍ରିଡ୍ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ଫସଲରେ ସେ କରିବା ଦରକାର ।

 

ଏ ଗଛଗୁଡ଼ିକ ଶୁଖି ମରିଗଲେ ହଳଦୀ ଅମଳ କରାଯାଇଥାଏ । ମାଟିରୁ ଖୋଳି ହଳଦୀ ଅମଳ କରାଯାଏ । ଅମଳ କରିବାବେଳେ ଦେଖିବା କଥା ଯେପରି ହଳଦୀରେ କ୍ଷତ ନହୁଏ । ଏହାକୁ ସଫା କରି ସାଇତି ରଖାଯାଏ । ଏକ ଏକର ଜମିରୁ ହାରାହାରି ୮୦-୧୦୦ କ୍ଵିଣ୍ଟାଲ ହଳଦୀ ଅମଳ ହୋଇଥାଏ । ଏହାକୁ ପ୍ରକ୍ରିୟାକରଣ କଲେ ପ୍ରାୟ ୨୫-୩୦ କ୍ଵିଣ୍ଟାଲ ଶୁଖିଲା ହଳଦୀ ମିଳିଥାଏ ।

✽✽✽

 

ଭେଣ୍ଡି

 

ଆମ ରାଜ୍ୟରେ ଭେଣ୍ଡି ପ୍ରାୟ ସମସ୍ତ ଅଞ୍ଚଳରେ ଚାଷ କରାଯାଇଥାଏ । ପନିପରିବାମାନଙ୍କ ମଧ୍ୟରେ ଭେଣ୍ଡି ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଭେଣ୍ଡିରେ ଶତକଡ଼ା ୬.୪ ଭାଗ ଶ୍ଵେତସାର, ୧.୯ ଭାଗ ପୁଷ୍ଟିସାର, ୦.୭ ଭାଗ ଖଣିଜ ଲବଣ ଏବଂ ୩.୨ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଆମ ରାଜ୍ୟରେ ମୁଖ୍ୟତଃ ବର୍ଷାଋତୁ ଏବଂ ଗ୍ରୀଷ୍ମଋତୁରେ ଭେଣ୍ଡି ଚାଷ କରାଯାଏ । କେତେକ ସ୍ଥାନରେ ଶୀତଋତୁରେ ମଧ୍ୟ ଭେଣ୍ଡି ଚାଷ କରାଯାଇଥାଏ । ଭେଣ୍ଡି ଫସଲରୁ ଭଲ ଅମଳ ପାଇବା ପାଇଁ ମାଟି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଭେଣ୍ଡି ଚାଷ ପାଇଁ ମାଟି ନିଗିଡ଼ା ଓ ଦୋରସା ହୋଇଥିବା ଦରକାର । ମଟାଳ ଦୋରସା ଓ ବାଲିଆ ଚାଷ କରାଯାଇପାରିବ । ମାଟିର ଅମ୍ଳ ପରିମାପକ ମୂଲ୍ୟ ରହିଥିବା ଦରକାର ।

 

ଅଧିକ ଅମଳ ପାଇବା ନିମନ୍ତେ ଭଲ ବିହନ ବ୍ୟବହାର କରିବା ଉଚିତ୍ । ଭେଣ୍ଡିର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ଅର୍କ ଅନାମିକା, ଅର୍କ ଅଭୟ, ଅର୍କ ନିକିତା, କାଶୀ ସୃଷ୍ଟି, ଉତ୍କଳ ଗୌରବ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ୪ ରୁ ୫ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ସଫା ମାଠିଆ କିମ୍ବା ବିହନ ବିଶୋଧନ ଡ୍ରମ୍ ସାହାଯ୍ୟରେ ଏସବୁ ଔଷଧ ଗୋଳାଇ ବିହନ ବିଶୋଧନ କରାଯାଇଥାଏ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ବିହନ ବୁଣିବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କୃଷ୍ଣାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ର କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଚ୍ଚ ଆକ୍ରମଣ ହେବାର ଆଶଙ୍କା କମିଯାଇଥାଏ ।

 

ଆମ ରାଜ୍ୟରେ ମୁଖ୍ୟତଃ ବର୍ଷା ଓ ଗ୍ରୀଷ୍ମଋତୁରେ ଭେଣ୍ଡି ଚାଷ କରାଯାଇଥାଏ । ଏଥିପାଇଁ ଯଥାକ୍ରମେ ଜୁନ୍-ଜୁଲାଇ ଏବଂ ଜାନୁଆରୀ–ଫେବ୍ରୁଆରୀ ମାସରେ ବିହନ ବୁଣିବା ଦରକାର । ଧାଡ଼ି ଧାଡ଼ି କରି ବିହନ ବୁଣିଲେ ଆବଶ୍ୟକ ସଂଖ୍ୟାରେ ଗଛ ରହିପାରିବ । ଏଥିସହିତ ଘାସ ବାଛିବା ଏବଂ ଜଳସେଚନରେ ସୁବିଧା ହେବ । ଧାଡ଼ିକୁ ଧାଡ଼ି ୫୦ ସେଣ୍ଟିମିଟର ଓ ଗଛକୁ ଗଛ ୩୦ ସେଣ୍ଟିମିଟର ଦୂରତାରେ ବିହନ ବୁଣାଯିବା ଆବଶ୍ୟକ । ଏହି ହିସାବରେ ବୁଣିଲେ ଏକର ପ୍ରତି ପ୍ରାୟ ୨୬୬୦୦ ଗଛ ରହିପାରିବ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ଭେଣ୍ଡି ଫସଲ ପାଇଁ ଏକର ପ୍ରତି ୩୨ କିଲୋଗ୍ରାମ ଯବକ୍ଷାର, ୧୬ କିଲୋଗ୍ରାମ ଫସ୍‍ଫରସ୍‍ ଓ ୧୬ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ବୁଣିବାବେଳେ ଏକର ପ୍ରତି ୬ କିଲୋଗ୍ରାମ ଯବକ୍ଷାର, ୧୬ କିଲୋଗ୍ରାମ ଫସ୍‍ଫରସ୍‍ ଓ ୪ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୧୩ କିଲୋଗ୍ରାମ ୟୁରିଆ, ୧୦୦ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବିହନ ବୁଣିବାର ୧୫ ଦିନ ଏବଂ ୩୦ ଦିନ ପରେ ପ୍ରତିଥର ଏକର ପ୍ରତି ୧୩ କିଲୋଗ୍ରାମ ଯବକ୍ଷାର ଓ ୬ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିବ । ଏଥିପାଇଁ ଏକର ପ୍ରତି ୨୮ କିଲୋଗ୍ରାମ ୟୁରିଆ ଏବଂ ୧୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ବୋରାକ୍ସ ଏବଂ ଜିଙ୍କ୍ ସଲ୍‍ଫେଟ୍‍ ପ୍ରୟୋଗ କରିବା ଦରକାର ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ ହାତରେ ବାଛି ଅଥବା କିଆରୀକୁ ଖୁସାଇ ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ବିହନ ବୁଣିବା ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଡିମେଥାଲିନ୍ କିମ୍ବା ୬୦ ଗ୍ରାମ ଅକ୍ସିଫ୍ଲେରୋଫେନ୍ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶକ । ଉପଯୁକ୍ତ ସମୟରେ ଜଳସେଚନ କଲେ ଭେଣ୍ଡି ଫସଲରୁ ଅଧିକ ଅମଳ ମିଳିଥାଏ । ବିହନ ବୁଣିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାଛଡ଼ା କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର ।

 

ଭେଣ୍ଡି ଫସଲକୁ ବିଭିନ୍ନ ପ୍ରକାରର ରୋଗ ଓ କୀଟ ଆକ୍ରମଣ କରିଥାନ୍ତି । ଏହି ଫସଲରେ ସାହେବୀ ରୋଗ ବିଶେଷ ଭାବେ ଦେଖାଯାଇଥାଏ । ଏହା ଏକ ଭୂତାଣୁ ଜନିତ ରୋଗ-। ଏହି ରୋଗ ହେଲେ ପତ୍ରର ଶିରା ହଳଦିଆ ପଡ଼ିଯାଏ । ରୋଗାକ୍ରାନ୍ତ ଗଛର ଫଳ ଛୋଟ ହୁଏ ଏବଂ ଏହା ଧଳା ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ିନଥାଏ । ଏହି ରୋଗ ଜୀବାଣୁ ଧଳାମାଛି ଦ୍ୱାରା ବ୍ୟାପିଥାଏ । ବାହକ କୀଟ ନିୟନ୍ତ୍ରଣ କଲେ ରୋଗ ବ୍ୟାପି ନଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ବେଳେବେଳେ ଏହି ଫସଲରେ ପତ୍ରଚିତା ରୋଗ ଦେଖାଯାଇଥାଏ । ଏହି ରୋଗହେଲେ ପତ୍ର ଉପରେ ଧଳା ରଙ୍ଗର ଦାଗମାନ ଦେଖାଯାଏ-। ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଭେଣ୍ଡି ଫସଲରେ ପତ୍ରଡିଆଁ ପୋକ ଆକ୍ରମଣ କରିବାର ଦେଖାଯାଏ । ଏହି କୀଟ ଆକ୍ରମଣ ଯୋଗୁଁ ପତ୍ରର ଅଗ୍ରଭାଗ ହଳଦିଆ ପଡ଼ିଯାଏ । ଏକର ପ୍ରତି ୪୦୦ ମିଲିଲିଟର ମିଥାଇଲ ଡିମେଟନ ବା ୫୦ ମିଲିଲିଟର ଇମିଡାକ୍ଲୋପ୍ରିଡ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି କୀଟ ନିୟନ୍ତ୍ରଣ ହୋଇପାରିବ ।

 

ଉପଯୁକ୍ତ ସମୟରେ ଭେଣ୍ଡି ଅମଳ କରିବା ଉଚିତ୍ । ଅମଳ କରିବାରେ ବିଳମ୍ବ ଘଟିଲେ ଏହା ବୁଢ଼ା ହୋଇଯାଏ । ଭଲଭାବେ ଚାଷ କଲେ ଏକ ଏକର ଜମିରୁ ହାରାହାରି ୩୦-୪୦ କ୍ଵିଣ୍ଟାଲ ଭେଣ୍ଡି ଅମଳ ହୋଇପାରିବ ।

✽✽✽

 

ବିନ୍

 

ବିନ୍ ଖାଇବା ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଉପଯୋଗୀ । ଏହାକୁ ବିଭିନ୍ନ ଭାବରେ ଖିଆ ଯାଇଥାଏ-। ବିନ୍ରେ ଶତକଡ଼ା ୪.୫ ଭାଗ ଶ୍ଵେତସାର, ୧.୭ ଭାଗ ପୁଷ୍ଟିସାର, ୦.୫ ଭାଗ ଖଣିଜ ଲବଣ ଏବଂ ୧.୮ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ବିନ୍ ଚାଷ କରାଯାଇଥାଏ । ବିନ୍ ଫସଲରୁ ଭଲ ଅମଳ ପାଇବା ପାଇଁ ମାଟି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଗିଡ଼ା ଓ ଦୋରସା ମାଟି ବିନ୍ ଫସଲ ପାଇଁ ଉପଯୁକ୍ତ ଅଟେ-। ମଟାଳ ଦୋରସା ଓ ବାଲିଆ ଦୋରସା ମାଟିରେ ମଧ୍ୟ ବିନ୍ ଚାଷ କରାଯାଇପାରିବ । ଏହି ଫସଲ ଚାଷ ପାଇଁ ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୩ ରୁ ୬.୦ ମଧ୍ୟରେ ରହିଥିବା ଦରକାର ।

 

ଭଲ ବିହନ ବ୍ୟବହାର କଲେ ଅଧିକ ଅମଳ ମିଳିଥାଏ । ବିନ୍‍ର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ଅର୍କ କୋମଳ, ଅର୍କ ଅର୍ଜୁନ, ପୁଷା ପାର୍ବତୀ, ପନ୍ଥା ଅନୁପମ, ଅର୍କ ସୁକୋମଳ, କାଶୀ ରାଜହଂସ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ୨୫ ରୁ ୩୦ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ବିହନବବାହିତ ରୋଗ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ସଫା ମାଠିଆ କିମ୍ବା ବିହନ ବିଶୋଧନ ଡ୍ରମ୍ ସାହାଯ୍ୟରେ ଏସବୁ ଔଷଧ ଗୋଳାଇ ବିହନ ବିଶୋଧନ କରାଯାଇଥାଏ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ । ବିନ୍ ସହିତ ରାଇଜୋବିଅମ ଜୀବାଣୁ ଗୋଳାଇ ବୁଣିଲେ ଅଧିକ ପରିମାଣରେ ବାୟୁମଣ୍ଡଳର ଯବକ୍ଷାର ସାର ଗଛକୁ ମିଳିଥାଏ ।

 

ବିହନ ବୁଣିବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା ଜମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ମୁଖ୍ୟତଃ ଶୀତଋତୁରେ ବିନ୍ ଚାଷ କରାଯାଇଥାଏ । ଏଥିପାଇଁ ଅକ୍ଟୋବର–ନଭେମ୍ବର ମାସରେ ବିହନ ବୁଣିବା ଦରକାର । ଧାଡ଼ି ଧାଡ଼ି କରି ବିହନ ବୁଣିଲେ ଆବଶ୍ୟକ ସଂଖ୍ୟାରେ ଗଛ ରହିପାରିବ । ଏଥିସହିତ ଘାସ ବାଛିବା ଏବଂ ଜଳସେଚନରେ ସୁବିଧା ହେବ । ଧାଡ଼ିକୁ ଧାଡ଼ି ୪୫ ସେଣ୍ଟିମିଟର ଓ ଗଛକୁ ଗଛ ୨୦-୨୫ ସେଣ୍ଟିମିଟର ଦୂରତାରେ ବିହନ ବୁଣାଯିବା ଆବଶ୍ୟକ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ବିନ୍ ଫସଲ ପାଇଁ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର, ୩୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୨୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ବୁଣିବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୩୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୨୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୨୦୦ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୩୩ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବିହନ ବୁଣିବାର ତିନି ସପ୍ତାହ ପରେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର ବା ୨୨ କିଲୋଗ୍ରାମ ୟୁରିଆ ଆବଶ୍ୟକ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ବୋରାକ୍ସ ଏବଂ ଜିଙ୍କ୍‍ ସଲଫେଟ ପ୍ରୟୋଗ କରିବା ଦରକାର ।

 

ବିନ୍ ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୨୦-୨୨ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ବିହନ ବୁଣିବା ପରଦିନ ଏକର ପ୍ରତି ୧୦୦୦ ମିଲିଲିଟର ପେଣ୍ଡିମେଥାଲିନ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର । ଗଛ ହେବାର ୧୮-୨୦ ଦିନ ପରେ ଏକର ପ୍ରତି ୩୦୦ ମିଲିଲିଟର କୁଇଜାଲଫପ୍‍ ଇଥାଇଲ୍‍ (୫%) ଔଷଧ ପ୍ରୟୋଗ କରିବା ଆବଶ୍ୟକ । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶକ । ବିନ୍ ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ବିହନ ବୁଣିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏଥି ସହିତ କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର ।

 

ବିନ୍ ଫସଲକୁ ବିଭିନ୍ନ ପ୍ରକାରର ରୋଗ ଓ କୀଟ ଆକ୍ରମଣ କରିବାର ଦେଖାଯାଏ । ବିନ୍ ଫସଲରେ ଜଉ ପୋକ ଆକ୍ରମଣ କରିବାର ଦେଖାଯାଏ । ଏହି କୀଟ ଗଛର ପତ୍ରରୁ ରସ ଶୋଷି ଖାଇବା ଦ୍ୱାରା ଗଛ ରୁଗ୍‍ଣ ହୋଇଯାଏ । ଏକର ପ୍ରତି ୪୦୦ ମିଲିଲିଟର ମିଥାଇଲ ଡିମେଟନ ବା ୫୦ ମିଲିଲିଟର ଇମିଡାକ୍ଲୋପ୍ରିଡ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି କୀଟ ନିୟନ୍ତ୍ରଣ ହୋଇପାରିବ । ବେଳେବେଳେ ଛୁଇଁ ବିନ୍ଧା ପୋକ ଆକ୍ରମଣ କରିବାର ଦେଖାଯାଏ । ଏହାଦ୍ଵାରା ଛୁଇଁଗୁଡ଼ିକରେ କଣା ହୋଇଯାଏ ଏବଂ ଏହାକୁ ବିକ୍ରି କରିବାରେ ଅସୁବିଧା ହୋଇଥାଏ । ଏହି କୀଟ ଦମନ ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ବିନ୍ ଫସଲରେ ପତ୍ରଚିତା ରୋଗ ଦେଖାଯାଇଥାଏ । ଏହି ରୋଗହେଲେ ପତ୍ର ଉପରେ ଧଳା ରଙ୍ଗର ଦାଗମାନ ଦେଖାଯାଏ-। ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର ।

 

ବିହନ ଲଗାଇବାର ଅଢ଼େଇ ମାସ ପରେ ବିନ୍ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଗଛରୁ ତୋଳି ବିନ୍ ଅମଳ କରାଯାଏ । ଭଲ ଭାବେ ଚାଷ କଲେ ଏକ ଏକର ଜମିରୁ ହାରାହାରି ୨୫-୩୦ କ୍ଵିଣ୍ଟାଲ ବିନ୍ ଅମଳ ହୋଇପାରିବ ।

✽✽✽

 

ଝୁଡ଼ଙ୍ଗ

 

ଝୁଡ଼ଙ୍ଗକୁ କେହି କେହି ବରଗୁଡ଼ି ବା ରୋମା ଛୁଇଁ କହିଥାନ୍ତି । ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ । ଝୁଡ଼ଙ୍ଗରେ ଶତକଡ଼ା ୪.୩ ଭାଗ ପୁଷ୍ଟିସାର, ୦.୯ ଭାଗ ଖଣିଜ ଲବଣ, ୮.୦ ଭାଗ ଶ୍ଵେତସାର ଏବଂ ୨.୦ ଭାଗ ତନ୍ତୁ ଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଆମ ରାଜ୍ୟରେ ପ୍ରାୟ ସମସ୍ତ ଅଞ୍ଚଳରେ ଝୁଡ଼ଙ୍ଗ ଚାଷ କରାଯାଇଥାଏ । ଝୁଡ଼ଙ୍ଗ ଫସଲରୁ ଭଲ ଅମଳ ପାଇବା ପାଇଁ ମାଟିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ପ୍ରାୟ ସବୁ ପ୍ରକାରର ମାଟିରେ ଝୁଡ଼ଙ୍ଗ ଚାଷ କରାଯାଇପାରିବ । ତେବେ ନିଗିଡ଼ା ଓ ଦୋରସା ମାଟି ଝୁଡ଼ଙ୍ଗ ଫସଲ ପାଇଁ ଉପଯୁକ୍ତ ଅଟେ । ମଟାଳ ଦୋରସା ଓ ବାଲିଆ ଦୋରସା ମାଟିରେ ମଧ୍ୟ ଝୁଡ଼ଙ୍ଗ ଚାଷ କରାଯାଇପାରିବ । ଅଧିକ ଅମ୍ଳୀୟ ବା କ୍ଷାରୀୟ ମାଟିରେ ଏହି ଫସଲ ଭଲ ହୋଇ ନଥାଏ ।

 

ଭଲ ବିହନ ବ୍ୟବହାର କଲେ ଅଧିକ ଅମଳ ମିଳିଥାଏ । ଝୁଡ଼ଙ୍ଗର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ଅର୍କ ସମୃଦ୍ଧି, ଅର୍କ ଗାରିମା, ପୁଷା କମଳ, ସ୍ଵର୍ଣ୍ଣ ହରିତ, ସ୍ଵର୍ଣ୍ଣ ସୁଫଳା, ଉତ୍କଳ ମାଣିକ, ପୁଷା ଫାଲ୍‍ଗୁନି, ସିଓ-୨ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୮ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ବିହନବାହିତ ରୋଗ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ସଫା ମାଠିଆ କିମ୍ବା ବିହନ ବିଶୋଧନ ଡ୍ରମ୍ ସାହାଯ୍ୟରେ ଏସବୁ ଔଷଧ ଗୋଳାଇ ବିହନ ବିଶୋଧନ କରାଯାଇଥାଏ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ । ଏହି ଫସଲର ଚେରରେ ଥିବା ଭାତୁଡ଼ି ଯବକ୍ଷାର-ବିବନ୍ଧନରେ ସହାୟକ ହୋଇଥାଏ । ଫଳରେ ବାୟୁମଣ୍ଡଳରୁ ଯବକ୍ଷାର ଆଣି ଫସଲକୁ ଯୋଗାଇଥାଏ । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବୁଣିବା ପୂର୍ବରୁ ବିହନ ସହିତ ରାଇଜୋବିଅମ୍ ବୀଜାଣୁ ଗୋଳାଇବା ଦରକାର । ଏଥିପାଇଁ ଏକର ପ୍ରତି ୨୫୦ ଗ୍ରାମ୍ ରାଇଜୋବିଅମ୍ । ଜୀବାଣୁକୁ ଏକ ଏକର ପାଇଁ ଉଦ୍ଦିଷ୍ଟ ବିହନ ସହିତ ଭଲ ଭାବେ ଗୋଳାଇ ଦେବାକୁ ହେବ ।

 

ବିହନ ବୁଣିବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷା, ଶୀତ ଏବଂ ଗ୍ରୀଷ୍ମଋତୁରେ ଝୁଡ଼ଙ୍ଗ ଚାଷ କରାଯାଇଥାଏ । ଏଥିପାଇଁ ଯଥାକ୍ରମେ ଜୁନ୍-ଜୁଲାଇ, ଅକ୍ଟୋବର–ନଭେମ୍ବର ଏବଂ ଜାନୁଆରୀ–ଫେବ୍ରୁଆରୀ ମାସରେ ବିହନ ବୁଣିବା ଦରକାର । ଧାଡ଼ି ଧାଡ଼ି କରି ବିହନ ବୁଣିଲେ ଆବଶ୍ୟକ ସଂଖ୍ୟାରେ ଗଛ ରହିପାରିବ । ଏଥିସହିତ ଘାସ ବାଛିବା ଏବଂ ଜଳସେଚନରେ ସୁବିଧା ହେବ । ଧାଡ଼ିକୁ ଧାଡ଼ି ୪୫ ସେଣ୍ଟିମିଟର ଓ ଗଛକୁ ଗଛ ୧୫ ସେଣ୍ଟିମିଟର ଦୂରତାରେ ବିହନ ବୁଣାଯିବା ଆବଶ୍ୟକ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ଝୁଡ଼ଙ୍ଗ ବିହନ ବୁଣିବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୨୦ କିଲୋଗ୍ରାମ ଫସ୍‍ଫରସ୍‍ ଓ ୧୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୧୨୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୧୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ୪ କିଲୋଗ୍ରାମ ବୋରାକୁ ଏବଂ ୧୦ କିଲୋଗ୍ରାମ ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ଝୁଡ଼ଙ୍ଗ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ବିହନ ବୁଣିବା ପରଦିନ ଏକର ପ୍ରତି ୭୫୦ ମିଲିଲିଟର ପେଣ୍ଡିମେଥାଲିନ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶକ । ଝୁଡ଼ଙ୍ଗ୍ ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ବିହନ ବୁଣିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର ।

 

ଝୁଡ଼ଙ୍ଗ ଫସଲରେ ବିଭିନ୍ନ ପ୍ରକାରର ରୋଗ ଓ କୀଟ ଆକ୍ରମଣ କରିବାର ଦେଖାଯାଏ-। ଏହି ଫସଲରେ ଜଉପୋକ ଆକ୍ରମଣ କରିବାର ଦେଖାଯାଏ । ଏହି କୀଟମାନେ ଗଛର ପତ୍ରରୁ ରସ ଶୋଷି ଖାଇଥାନ୍ତି । ଫଳରେ ଗଛ ରୁଗ୍‍ଣ ହୋଇଯାଏ । ଏହି କୀଟ ନିୟନ୍ତ୍ରଣ ପାଇଁ ଏକର ପ୍ରତି ୪୦୦ ମିଲିଲିଟର ମିଥାଇଲ ଡିମେଟନ ବା ୫୦ ମିଲିଲିଟର ଇମିଡାକ୍ଲୋପ୍ରିଡ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ବେଳେବେଳେ ଏହି ଫସଲକୁ ଛୁଇଁ ବିନ୍ଧା ପୋକ ଆକ୍ରମଣ କରିବାର ଦେଖାଯାଏ । ଏହାଦ୍ଵାରା ଛୁଇଁଗୁଡ଼ିକରେ କଣା ହୋଇଯାଏ ଏବଂ ଏହାକୁ ବିକ୍ରି କରିବାରେ ଅସୁବିଧା ହୋଇଥାଏ । ଏହି କୀଟ ଦମନ ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର-। ଝୁଡ଼ଙ୍ଗ ଫସଲରେ କଳଙ୍କି ରୋଗ ଦେଖାଯାଇଥାଏ । ଏହି ରୋଗହେଲେ ପତ୍ର ଉପରେ ଲାଲ ଓ ବାଦାମୀ ରଙ୍ଗର ଦାଗମାନ ଦେଖାଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ଗ୍ରାମ ମାଙ୍କୋଜେବ ଔଷଧକୁ ୨୦୦ ଲିଟର ପାଣି.ସହିତ ମିଶାଇ ସ୍ପ୍ରେ କରିବା ଦରକାର-। ଏହାଛଡ଼ା ଏକର ପ୍ରତି ୬୦୦ ଗ୍ରାମ ସେଚିତ ଗନ୍ଧକ ଗୁଣ୍ଡକୁ ମଧ୍ୟ ପ୍ରୟୋଗ କରାଯାଇପାରିବ ।

 

ଝୁଡ଼ଙ୍ଗ ଲଗାଇବାର ଅଢ଼େଇ ମାସ ପରେ ଅମଳ ପାଇଁ ଉପଯୁକ୍ତ ହୋଇଥାଏ । ଇଁକୁ ଗଛରୁ ତୋଳି ଝୁଡ଼ଙ୍ଗ ଅମଳ କରାଯାଏ । ଭଲ ଭାବେ ଚାଷ କଲେ ଏକ ଏକର ଜମିରୁ ପ୍ରାୟ ୩୦ କ୍ଵିଣ୍ଟାଲ ଝୁଡ଼ଙ୍ଗ ଅମଳ ମିଳିପାରିବ ।

✽✽✽

 

ଶିମ୍ବ

 

ବହୁ ପୁରାକାଳରୁ ଆମ ରାଜ୍ୟରେ ଶିମ୍ବ ଚାଷ କରାଯାଉଛି । ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ । ଶିମ୍ବରେ ଶତକଡ଼ା ୬.୭ ଭାଗ ଶ୍ଵେତସାର ୩.୮ ଭାଗ ପୁଷ୍ଟିସାର, ୦.୯ ଭାଗ ଖଣିଜ ଲବଣ, ଏବଂ ୧.୮ ଭାଗ ତନ୍ତୁ ଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଆମ ରାଜ୍ୟରେ ପ୍ରାୟ ସମସ୍ତ ଅଞ୍ଚଳରେ ଶିମ୍ବ ଚାଷ କରାଯାଇଥାଏ । ଶିମ୍ବ ଫସଲରୁ ଭଲ ଅମଳ ପାଇବା ପାଇଁ ମାଟିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ବିଭିନ୍ନ ପ୍ରକାରର ମାଟିରେ ଶିମ୍ବ ଚାଷ କରାଯାଇପାରିବ । ତେବେ ନିଗିଡ଼ା ଓ ଦୋରସା ମାଟି ଶିମ୍ବ ଫସଲ ପାଇଁ ଉପଯୁକ୍ତ ଅଟେ । ମଟାଳ ଦୋରସା ମାଟିରେ ମଧ୍ୟ ଶିମ୍ବ ଚାଷ କରାଯାଇପାରିବ । ଅଧିକ ଅମ୍ଳୀୟ ବା କ୍ଷାରୀୟ ମାଟିରେ ଏହି ଫସଲ ଭଲ ହୋଇ ନଥାଏ ।

 

ଅଧିକ ଅମଳ ପାଇବା ପାଇଁ ଉନ୍ନତ ଧରଣର ବିହନ ବ୍ୟବହାର କରିବା ଉଚିତ୍ । ଶିମ୍ବର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ଅର୍କ ଆଦର୍ଶ, ଅର୍କ ବିସ୍ତାର, ସିଓ-୭, କାଶୀ ଶୀତଳ, ସ୍ଵର୍ଣ୍ଣ ଉତ୍କୃଷ୍ଟ, କାଶୀ କୁଶଳ ଆଦି ପ୍ରମୁଖ ଅଟେ | ଏକ ଏକର ଜମିରେ ବୁଣିବା ପାଇଁ ୪ରୁ ୫ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ବିହନବାହିତ ରୋଗ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ । ଏହି ଫସଲର ଚେରରେ ଥିବା ଭାତୁଡ଼ି ଯବକ୍ଷାର ବିବନ୍ଧନରେ ସହାୟକ ହୋଇଥାଏ । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବୁଣିବା ପୂର୍ବରୁ ବିହନ ସହିତ ରାଇଜୋବିଅମ୍ ବୀଜାଣୁ ଗୋଳାଇବା ଦରକାର । ଏଥିପାଇଁ ଏକର ପ୍ରତି ୨୫୦ ଗ୍ରାମ୍ ରାଇକୋବିଅମ୍ ଜୀବାଣୁକୁ ଏକ ଏକର ପାଇଁ ଉଦ୍ଦିଷ୍ଟ ବିହନ ସହିତ ଭଲ ଭାବେ ଗୋଳାଇ ଦେବାକୁ ହେବ ।

 

ବିହନ ବୁଣିବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ ଜିଣ୍ଟାଲ ସଢ଼ା ଗୋବର ଖତ ବା ନମୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ ଶିମ୍ବ ଚାଷ କରାଯାଇଥାଏ । ଏଥିପାଇଁ ଯଥାକ୍ରମେ ଜୁନ୍-ଲାଇ ଏବଂ ଜାନୁଆରୀ-ଫେବ୍ରୁଆରୀ ମାସରେ ବିହନ ବୁଣିବା ଦରକାର । ଗ୍ରୀଷ୍ମଋତୁରେ ଚାଷ କରୁଥିଲେ ବୁଦାଜାତୀୟ ବିହନ ବ୍ୟବହାର କରିବା ଉଚିତ୍ । ଧାଡ଼ି ଧାଡ଼ି କରି ବିହନ ବୁଣିବା ଦରକାର । ଏହାଦ୍ଵାରା ଆବଶ୍ୟକ ସଂଖ୍ୟାରେ ଗଛ ରହିବା ସହିତ ଘାସ ବାଛିବା ଏବଂ ଜଳସେଚନରେ ସୁବିଧା ହୋଇଥାଏ । ଧାଡିକୁ ଧାଡ଼ି ୧୨୦ ସେଣ୍ଟିମିଟର ଓ ଗଛକୁ ଗଛ ୧୨୦ ସେଣ୍ଟିମିଟର ଦୂରତାରେ ବିହନ ବୁଣାଯିବା ଆବଶ୍ୟକ । ତେବେ ବୁଦାଜାତୀୟ ବିହନ ବ୍ୟବହାର କରୁଥିଲେ ଲଗାଇବା ଦୂରତା ହ୍ରାସ କରାଯାଇପାରିବ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ଶିମ୍ବ ବିହନ ଲଗାଇବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୧୬ କିଲୋଗ୍ରାମ ଫସ୍‍ଫରସ୍‍ ଓ ୨୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୧୦୦ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୩୩ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ୪ କିଲୋଗ୍ରାମ ବୋରାକୁ ଏବଂ ୧୦ କିଲୋଗ୍ରାମ ଜିଙ୍କ୍ ସଲଫେଟ୍ ପ୍ରୟୋଗ କରିବା ଦରକାର ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ଶିମ୍ବ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ବିହନ ବୁଣିବା ପରଦିନ ଏକର ପ୍ରତି ୭୫୦ ମିଲିଲିଟର ପେଣ୍ଟିମେଥାଲିନ୍ । ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶକ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ବିହନ ବୁଣିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାଛଡ଼ା କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର ।

 

ଶିମ୍ବ ଫସଲରେ ଜଉପୋକ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଏହି କୀଟମାନେ ଗଛର ପତ୍ରରୁ ରସ ଶୋଷି ଖାଇଥାନ୍ତି । ଫଳରେ ଗଛ ରୁଗ୍‍ଣ ହୋଇଯାଏ । ଏହି କୀଟ ନିୟନ୍ତ୍ରଣ ପାଇଁ ଏକର ପ୍ରତି ୪୦୦ ମିଲିଲିଟର ମିଥାଇଲ ଡିମେଟନ ବା ୫୦ ମିଲିଲିଟର ଇମିଡାକ୍ଲୋପ୍ରିଡ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ବେଳେବେଳେ ଏହି ଫସଲକୁ ଛୁଇଁ ବିନ୍ଧା ପୋକ ଆକ୍ରମଣ କରିବାର ଦେଖାଯାଏ । ଏହାଦ୍ଵାରା ଛୁଇଁଗୁଡ଼ିକରେ କଣା ହୋଇଯାଏ ଏବଂ ଏହାକୁ ବିକ୍ରି କରିବାରେ ଅସୁବିଧା ହୋଇଥାଏ । ଏହି କୀଟ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଶିମ୍ବ ଫସଲରେ କଳଙ୍କି ରୋଗ ଦେଖାଯାଇଥାଏ । ଏହି ରୋଗହେଲେ ପତ୍ର ଉପରେ ବାଦାମୀ ରଙ୍ଗର ଦାଗମାନ ଦେଖାଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୨୦୦ ମିଲିଲିଟର ପ୍ରୋପିକୋନାଜଲ କିମ୍ବା ୪୦୦ ଗ୍ରାମ ମାଙ୍କୋଜେବ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଏହାଛଡ଼ା ଏକର ପ୍ରତି ୬୦୦ ଗ୍ରାମ ସେଚିତ ଗନ୍ଧକ ଗୁଣ୍ଡକୁ ମଧ୍ୟ ପ୍ରୟୋଗ କରାଯାଇପାରିବ ।

 

ଶିମ୍ବ ଛୁଇଁକୁ ଗଛରୁ ତୋଳି ଅମଳ କରାଯାଏ । ଭଲ ଭାବେ ଚାଷ କଲେ ଏକ ଏକର ଜମିରୁ ୨୫-୩୦ କ୍ଵିଣ୍ଟାଲ ଅମଳ ମିଳିପାରିବ ।

✽✽✽

 

ଗୁଆଁର

 

ଆମ ରାଜ୍ୟର କେତେକ ଅଞ୍ଚଳରେ ଗୁଆଁର ଚାଷ କରାଯାଇଥାଏ । ଏହି ଫସଲର ମରୁଡ଼ି ସହନଶୀଳ କ୍ଷମତା ରହିଛି । ତେଣୁ ଜଳସେଚନର ବିଶେଷ ସୁବିଧା ନଥିଲେ ମଧ୍ୟ ଏହାକୁ ଚାଷ କରାଯାଇପାରିବ । ଗୁଆଁର ଫସଲରୁ ଭଲ ଅମଳ ପାଇବା ପାଇଁ ମାଟିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ପ୍ରାୟ ସବୁ ପ୍ରକାରର ମାଟିରେ ଗୁଆଁର ଚାଷ କରାଯାଇପାରିବ । ତେବେ ନିଗିଡ଼ା ଓ ଦୋରସା ମାଟି ଗୁଆଁର ଫସଲ ପାଇଁ ଉପଯୁକ୍ତ ଅଟେ । ସନ୍ତସନ୍ତିଆ ଜମିରେ ଗୁଆଁର ଚାଷ କରାଯିବା ଉଚିତ୍ ନୁହେଁ । ଅଧିକ ଅମ୍ଳୀୟ ମାଟିରେ ଏହି ଫସଲ ଭଲ ଅମଳ ଦେଇନଥାଏ ।

 

ଅଧିକ ଅମଳ ପାଇବା ପାଇଁ ଉନ୍ନତ ଧରଣର ବିହନ ବ୍ୟବହାର କରିବା ଉଚିତ୍ । ଗୁଆଁରର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ପୁଷା ନୌବାହାର, ପୁଷା ମୌସୁମୀ, ପୁଷା ସଦାବାହାର, ଦୁର୍ଗାବାହାର, ଗୋମା ମଞ୍ଜରୀ ଆଦି ପ୍ରମୁଖ ଅଟେ । ଏକ ଏକର ଜମିରେ ବୁଣିବା ପାଇଁ ୭ରୁ ୮ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷାକରିବା ପାଇଁ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ । ଏହି ଫସଲର ଚେରରେ ଥିବା ଭାତୁଡ଼ି ଯବକ୍ଷାର-ବିବନ୍ଧନରେ ସହାୟକ ହୋଇଥାଏ । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବୁଣିବା ପୂର୍ବରୁ ବିହନ ସହିତ ରାଇଜୋବିଅମ୍ ବୀଜାଣୁ ଗୋଳାଇବା ଦରକାର । ଏଥିପାଇଁ ଏକର ପ୍ରତି ୨୫୦ ଗ୍ରାମ୍ ରାଇଜୋବିଅମ୍ ଜୀବାଣୁକୁ ଏକ ଏକର ପାଇଁ ଉଦ୍ଦିଷ୍ଟ ବିହନ ସହିତ ଭଲ ଭାବେ ଗୋଳାଇ ଦେବାକୁ ହେବ ।

 

ବିହନ ବୁଣିବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୨୦-୩୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ ଗୁଆଁର ଚାଷ କରାଯାଇଥାଏ । ଏଥିପାଇଁ ଯଥାକ୍ରମେ ଜୁନ୍-ଜୁଲାଇ ଏବଂ ଫେବ୍ରୁଆରୀ-ମାର୍ଚ୍ଚ ମାସରେ ବିହନ ବୁଣିବା ଦରକାର । ଧାଡ଼ି ଧାଡ଼ି କରି ବିହନ ବୁଣିବା ଦରକାର । ଏହାଦ୍ଵାରା ଆବଶ୍ୟକ ସଂଖ୍ୟାରେ ଗଛ ରହିବା ସହିତ ଘାସ ବାଛିବା ଏବଂ ଜଳସେଚନରେ ସୁବିଧା ହୋଇଥାଏ । ଧାଡ଼ିକୁ ଧାଡ଼ି ୪୫ ସେଣ୍ଟିମିଟର ଓ ଗଛକୁ ଗଛ ୧୫ ସେଣ୍ଟିମିଟର ଦୂରତାରେ ବିହନ ବୁଣାଯିବା ଆବଶ୍ୟକ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ଗୁଆଁର ବିହନ ବୁଣିବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୨୦ କିଲୋଗ୍ରାମ ଫସ୍‍ଫରସ୍‍ ଓ ୧୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୧୨୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୧୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ୪ କିଲୋଗ୍ରାମ ବୋରାକୁ ଏବଂ ୧୦ କିଲୋଗ୍ରାମ ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ଗଛର ଅଭିବୃଦ୍ଧି ବ୍ୟାହତ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ଘାସ ଦମନ କରିବା ପାଇଁ ବିହନ ବୁଣିବା ପରଦିନ ଏକର ପ୍ରତି ୭୫୦ ମିଲିଲିଟର ପେଣ୍ଟିମେଥାଲିନ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶକ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ବିହନ ବୁଣିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର ।

 

ଗୁଆଁର ଫସଲରେ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଏ । ଗୁଆଁରରେ ବେଳେବେଳେ ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଉପରେ ବାଦାମୀ ରଙ୍ଗର ଛୋଟ ଦାଗମାନ ଦେଖାଯାଏ । ରୋଗ ଅଧିକ ବ୍ୟାପିଲେ କାଣ୍ଡ ଓ ପତ୍ର ଉପରେ ବଡ଼ ଦାଗମାନ ଦେଖାଯାଏ । ଅଧିକ ଆକ୍ରାନ୍ତ ହେଲେ ଗଛ ଭାଙ୍ଗିପଡ଼େ । ଏହି ରୋଗକୁ ଦମନ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ଏବଂ ୨୦୦ ଗ୍ରାମ୍ ପ୍ଲାଣ୍ଟୋମାଇସିନକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଏହି ଫସଲରେ ଜଉପୋକ ଏବଂ ପତ୍ରଡ଼ିଆଁ ପୋକ ଆକ୍ରମଣ କରିବାର ଦେଖାଯାଏ । ଏସବୁ କୀଟମାନେ ଗଛର ପତ୍ରରୁ ରସ ଶୋଷି ଖାଇଥାନ୍ତି । ଫଳରେ ଗଛ ରୁଗ୍‍ଣ ହୋଇଯାଏ । ଏସବୁ କୀଟ ନିୟନ୍ତ୍ରଣ ପାଇଁ ଏକର ପ୍ରତି ୫୦ ମିଲିଲିଟର ଇମିଡାକ୍ଲୋପ୍ରିଡ୍ କିମ୍ବା ୪୦୦ ମିଲିଲିଟର ମିଥାଇଲ ଡିମେଟନ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର ।

 

ଗୁଆଁର ଛୁଇଁକୁ ଗଛରୁ ତୋଳି ଅମଳ କରାଯାଏ । ଯନ୍ତ୍ରର ସହିତ ଚାଷ କଲେ ଏକ ଏକର ଜମିରୁ ୨୦ ରୁ ୨୫ କ୍ଵିଣ୍ଟାଲ ଅମଳ ମିଳିପାରିବ ।

✽✽✽

 

ବୋଇତ କଖାରୁ

 

ବୋଇତ କଖାରୁକୁ କେତେକ ସ୍ଥାନରେ ବୋଇତାଳୁ ବା କଖାରୁ କୁହାଯାଇଥାଏ । ବହୁ ପୁରାକାଳରୁ ଆମ ରାଜ୍ୟରେ ବୋଇତ କଖାରୁ ଚାଷ କରାଯାଇ ଆସୁଛି । ଏହା ସ୍ଵାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ଅଟେ । ବୋଇତ କଖାରୁରେ ଶତକଡ଼ା ୪.୬ ଭାଗ ଶ୍ଵେତସାର, ୧.୪ ଭାଗ ପୁଷ୍ଟିସାର, ୦.୬ ଭାଗ ଖଣିଜ ଲବଣ ଏବଂ ଯଥେଷ୍ଟ ପରିମାଣରେ ଜୀବନିକା ରହିଥିବା ଜଣାଯାଏ-। ଆମ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ବୋଇତ କଖାରୁ ଚାଷ କରାଯାଇଥାଏ-। ବୋଇତ କଖାରୁ ଫସଲରୁ ଭଲ ଅମଳ ପାଇବା ପାଇଁ ମାଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଭିନ୍ନ ପ୍ରକାରର ମାଟିରେ ବୋଇତ କଖାରୁ ଚାଷ କରାଯାଇପାରିବ । ତେବେ ନିଗିଡ଼ା, ଦୋରସା ମାଟିରେ ବୋଇତ କଖାରୁ ଲଗାଇଲେ ଭଲ ଅମଳ ମିଳିଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୦ ରୁ ୬.୫ ମଧ୍ୟରେ ରହିଥିବା ଉଚିତ୍ । ଅଧିକ ଅମ୍ଳୀୟ ବା କ୍ଷାରୀୟ ମାଟିରେ ଏହି ଫସଲ ଭଲ ହୋଇ ନଥାଏ ।

 

ଅଧିକ ଅମଳ ପାଇବା ପାଇଁ ଉନ୍ନତ ଧରଣର ବିହନ ବ୍ୟବହାର କରିବା ଉଚିତ୍-। ବୋଇତ କଖାରୁର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ବୈଦ୍ୟବାଟି, ଗୁଆମାଳ, ଅର୍କ ଚନ୍ଦନ, ଅର୍କ ସୂର୍ଯ୍ୟମୁଖୀ, କାଶୀ ଶିଶିର, କାଶୀ ହରିତ୍ ଆଦି କିସମର ନାମ ଉଲ୍ଲେଖଯୋଗ୍ୟ ଅଟେ । ଏକ ଏକର ଜମିରେ ଲଗାଇବା ପାଇଁ ୨ରୁ ୩ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ-। କେତେକ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୪୦-୫୦ କ୍ରିଷ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ ବୋଇତ କଖାରୁ ଚାଷ କରାଯାଇଥାଏ । ଏଥିପାଇଁ ଯଥାକ୍ରମେ ଜୁନ୍ ଏବଂ ଜାନୁଆରୀ-ଫେବ୍ରୁଆରୀ ମାସରେ ବିହନ ଲଗାଇବା ଦରକାର । ବୋଇତ କଖାରୁକୁ ମନ୍ଦା କରି ଲଗାଇଲେ ଭଲ । ଧାଡ଼ିକୁ ଧାଡ଼ି ୧୫୦ ସେଣ୍ଟିମିଟର ଓ ଗଛକୁ ଗଛ ୧୫୦ ସେଣ୍ଟିମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏକ ଏକର ଜମିରେ ପ୍ରାୟ ୧୭୮୦ ମନ୍ଦା ରହିପାରିବ । ପ୍ରତି ମନ୍ଦାରେ ୨-୩ ଟି ମଞ୍ଜି ଲଗାଇବା ଉଚିତ୍ ।

 

ଅଧିକ ଅମଳ ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଉଚିତ୍ । ଏହା ସମ୍ଭବ ନହେଲେ ବୋଇତ କଖାରୁ ପାଇଁ ଏକର ପ୍ରତି ୩୦ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍ ଓ ୩୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ଲଗାଇବାବେଳେ ଏକର ପ୍ରତି ୬ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୬ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୧୩ କିଲୋଗ୍ରାମ ୟୁରିଆ, ୭୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୧୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ମଞ୍ଜି ଲଗାଇବାର ୧୮ ଦିନ ଏବଂ ୩୦ ଦିନ ପରେ ପ୍ରତି ଥର ଏକର ପ୍ରତି ୧୨ କିଲୋଗ୍ରାମ ଯବକ୍ଷାର ଏବଂ ୧୨ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ଏଥିପାଇଁ ଏକର ପ୍ରତି ୨୬ କିଲୋଗ୍ରାମ ୟୁରିଆ ଏବଂ ୨୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ବ୍ୟବହାର କରାଯିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪ କିଲୋଗ୍ରାମ ବୋରାକ୍ସ ଏବଂ ୧୦ କିଲୋଗ୍ରାମ । ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ବୋଇତ । କଖାରୁ ଅମଳ ହ୍ରାସ ହୋଇଥାଏ । ତେଣୁ ପ୍ରଥମ ଅବସ୍ଥାରୁ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ମଧ୍ୟ ଘାସ ଦମନ କରାଯାଇପାରିବ । ଏଥିପାଇଁ ମଞ୍ଜି ଲଗାଇବା ପରଦିନ ଏକର ପ୍ରତି ୪୦୦ ମିଲିଲିଟର ଅକ୍ରୋଫେନ୍ ଅଥବା ୨୮୦ ଗ୍ରାମ ମେଟ୍ରିବୁଜିନ୍ ଜାତୀୟ ଔଷଧକ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର-। ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ । ଗଛ ଛୋଟ ହୋଇଥିବାବେଳେ ୨୦୦ ପିପିଏମ୍ ଇଥେରଲ ସ୍ପ୍ରେ କଲେ ଅଧିକ ସଂଖ୍ୟାରେ ମାଈ ଫୁଲ ଆସିଥାଏ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ମନ୍ଦାରେ ବିହନ ପୋତିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍-। କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର-। ଗଛ ପାଖରେ ରଞ୍ଜାଦେଲେ ଅଧିକ ଅମଳ ମିଳିଥାଏ ।

 

ବୋଇତ କଖାରୁ ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଏ । ଏହି ଫସଲରେ ପାଉଁଶିଆ ରୋଗ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଏହି ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ । ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇ ପାରିବ । ବେଳେବେଳେ ସାହେବୀ ରୋଗ ଆକ୍ରମଣ ଯୋଗୁଁ ଅମଳ ହ୍ରାସ ପାଇଥାଏ । ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ହେଲେ ପତ୍ରର ଶିରା ହଳଦିଆ ପଡ଼ିଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ଜୀବାଣୁ ଧଳାମାଛି ଦ୍ୱାରା ବ୍ୟାପିଥାଏ । ବାହକ କୀଟ ନିୟନ୍ତ୍ରଣ କଲେ ରୋଗ ବ୍ୟାପି ନଥାଏ । ବାହକ କୀଟ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ତେ କରିବା ଦରକାର । ବୋଇତ କଖାରୁ ଫସଲରେ କାଙ୍କଡ଼ିଆ ପୋକ ଦେଖାଯାଇଥାଏ । ଏହି ପୋକ ପତ୍ରକୁ ଖାଇ ନଷ୍ଟ କରିଦିଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ବା ଫିଟ୍ରୋନିକ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଫଳବିନ୍ଧା ପୋକ ଏହି ଫସଲର ବିଶେଷ କ୍ଷତି କରିଥାନ୍ତି । ଫଳ ଛୋଟ ହୋଇଥିବା ଅବସ୍ଥାରେ ଏମାନେ ଫଳ ଭିତରେ ପ୍ରବେଶ କରନ୍ତି । ପରବର୍ତ୍ତୀ ଅବସ୍ଥାରେ ଫଳ ଚେପଟା ବା କୁଜା ହୋଇଯାଏ । ଏହାଦ୍ଵାରା ଫଳର ବଜାର ମୂଲ୍ୟ କମି ଯାଇଥାଏ । ଫୁଲ ଅବସ୍ଥାରେ ଗୁଡ଼ ସହିତ କୀଟନାଶକ ଔଷଧ ମିଶାଇ କିଆରୀରେ ରଖିଦେଲେ ଏହି କୀଟ ଆକ୍ରମଣର ଆଶଙ୍କା ହ୍ରାସ ପାଇଥାଏ । ଏହି କୀଟ ନିୟନ୍ତ୍ରଣ ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ ଥାୟୋଡିକାର୍ବ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । କୀଟ ଦମନ ପାଇଁ ଫସଲ କିଆରୀରେ ଆଲୋକ ଯନ୍ତା, ହଳଦିଆ ଅଠାଳିଆ ଯନ୍ତା ଓ ଫେରୋମୋନ୍ ଟ୍ରାପ୍ ବ୍ୟବହାର କରାଯାଇ ପାରିବ-। ଜୈବିକ ଉପାୟରେ ରୋଗପୋକ ଦମନ ପାଇଁ ଫସଲରେ ନିମତେଲ ବା ନିମଜାତ ଔଷଧ ପ୍ରୟୋଗ କରାଯାଇପାରେ ।

 

ବୋଇତ କଖାରୁ ପ୍ରାୟ ୪-୫ ମାସ ପରେ ଅମଳ ପାଇଁ ଉପଯୁକ୍ତ ହୁଏ । ଭଲ ଭାବେ ପାକଳ ହେବା ପରେ ଫଳ ଅମଳ କରାଯିବା ଉଚିତ୍ । ଏକ ଏକର ଜମିରୁ ହାରାହାରି ୧୦୦ କ୍ଵିଣ୍ଟାଲ ବୋଇତ କଖାରୁ ଅମଳ ହୋଇଥାଏ ।

✽✽✽

 

ପୋଟଳ

 

ପୋଟଳ ଏକ ଲୋକପ୍ରିୟ ପରିବା । ବଜାରରେ ଏହାର ଅଧିକ ଚାହିଦା ରହିଥାଏ । ଆମ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ପୋଟଳ ଚାଷ କରାଯାଇଥାଏ । ପୋଟଳରେ ଶତକଡ଼ା ୨.୨ ଭାଗ ଶ୍ଵେତସାର, ୨.୦ ଭାଗ ପୁଷ୍ଟିସାର, ୦.୫ ଭାଗ ଖଣିଜ ଲବଣ ଏବଂ ୩.୦ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ପୋଟଳ ଫସଲରୁ ଆଶାନୁରୂପ ଅମଳ ପାଇବା ପାଇଁ ମାଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଭିନ୍ନ ପ୍ରକାରର ମାଟିରେ ପୋଟଳ ଚାଷ କରାଯାଇପାରିବ । ତେବେ ବାଲିଆ ଦୋରସା ମାଟିରେ ପୋଟଳ ଲଗାଇଲେ ଭଲ ଅମଳ ମିଳିଥାଏ । ଜମି ନିଗିଡ଼ା ହୋଇଥିବା ଆବଶ୍ୟକ । ମଟାଳ ଦୋରସା ମାଟିରେ ମଧ୍ୟ ପୋଟଳ ଚାଷ କାଯାଇପାରିବ ।

 

ଅଧିକ ଅମଳ ପାଇବା ପାଇଁ ଉନ୍ନତ ଧରଣର ବିହନ ବ୍ୟବହାର କରିବା ଉଚିତ୍ । ପୋଟଳର ଉନ୍ନତ କିସମମାନଙ୍କ ମଧ୍ୟରେ ସ୍ଵର୍ଣ୍ଣ ଅଲୌକିକ, କାଶୀ ଅଳଙ୍କାର, ସ୍ପର୍ଶ ରେଖା, ଅର୍କ ନୀଳାଚଳ କିର୍ତ୍ତୀ, କାଶି ପରୱାଲ ୧୪୧ ଆଦି ପ୍ରମୁଖ ଅଟେ । ପୋଟଳ ଚେରକୁ ବିହନ ଭାବେ ବ୍ୟବହାର କରାଯାଇଥାଏ । ଚେର ସହିତ ଡାଳର କିଛି ଅଂଶ ରହିଲେ ଶୀଘ୍ର ଗଛ ହୋଇଥାଏ । ପୋଟଳର ମାଈ ଓ ଅଣ୍ଡିରା ଗଛ ଅଲଗା ଥାଏ । ବିହନ ଲଗାଇବାବେଳେ ପ୍ରତି ଦଶଟି ଗଛରେ ଗୋଟିଏ ଅଣ୍ଡିରା ଗଛ ରହିବା ଆବଶ୍ୟକ । ଏକ ଏକର ଜମିରେ ଲଗାଇବା ପାଇଁ ୭-୮ ହଜାର ଚେର ଦରକାର ଆବଶ୍ୟକ ହୋଇଥାଏ-। କେତେକ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । କାର୍ବେଣ୍ଡାଜିମ୍ କିମ୍ବା ମାଙ୍କୋଜେବ୍ ଦ୍ରବଣ ଦ୍ଵାରା ବିହନ ବିଶୋଧନ କରାଯାଇପାରିବ ।

 

ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୪୦-୫୦ କ୍ରିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଚ୍ଚ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ସାଧାରଣତଃ ଶୀତଦିନ ଆରମ୍ଭରେ ପୋଟଳ ଲଗାଯାଇଥାଏ । ଏଥିପାଇଁ ଅକ୍ଟୋବର ମାସରୁ ଆରମ୍ଭ କରି ଜାନୁଆରୀ ମାସ ମଧ୍ୟରେ ବିହନ ଲଗାଇବା ଦରକାର । ପୋଟଳକୁ ମନ୍ଦା କରି ଲଗାଯାଇଥାଏ । ଧାଡ଼ିକୁ ଧାଡ଼ି ୧୫୦ ସେଣ୍ଟିମିଟର ଓ ଗଛକୁ ଗଛ ୧୫୦ ସେଣ୍ଟିମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏକ ଏକର ଜମିରେ ପ୍ରାୟ ୧୭୮୦ ମନ୍ଦା ରହିପାରିବ । ପ୍ରତି ମନ୍ଦାରେ ୨-୩ ଟି ଗଛ ରଖାଯାଇଥାଏ । ବିହନ ଲଗାଇବା ପରେ ଏହାକୁ ନଡ଼ା ଦ୍ଵାରା ଘୋଡେଇ ଦେବା ଆବଶ୍ୟକ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଦରକାର । ଏହା ସମ୍ଭବ ନହେଲେ ପୋଟଳ ପାଇଁ ଏକର ପ୍ରତି ୪୮ କିଲୋଗ୍ରାମ ଯବକ୍ଷାର, ୩୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୩୨ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ଲଗାଇବାବେଳେ ଏକର ପ୍ରତି ୧୬ କିଲୋଗ୍ରାମ ଯବକ୍ଷାର, ୩୨ କିଲୋଗ୍ରାମ ଫସ୍‍ଫରସ୍ ଓ ୧୬ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୩୫ କିଲୋଗ୍ରାମ ୟୁରିଆ, ୨୦୦ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୨୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବିହନ ଲଗାଇବାର ଏକ ମାସ ପରେ ଏକର ପ୍ରତି ୧୬ କିଲୋଗ୍ରାମ ଯବକ୍ଷାର ବା ୩୫ କିଲୋଗ୍ରାମ ୟୁରିଆ ପ୍ରୟୋଗ କରିବା ଆବଶ୍ୟକ । ଏହାର ଏକ ମାସ ପରେ ପୁଣିଥରେ ଏକର ପ୍ରତି ୧୬ କିଲୋଗ୍ରାମ ଯବକ୍ଷାର ଏବଂ ୧୬ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ଏଥିପାଇଁ ଏକର ପ୍ରତି ୩୫ କିଲୋଗ୍ରାମ ୟୁରିଆ ଏବଂ ୨୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ୪ କିଲୋଗ୍ରାମ ବୋରାକ୍ସ ଏବଂ ୧୦ କିଲୋଗ୍ରାମ ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର ।

 

ଅନାବନା ଘାସ ଯୋଗୁଁ ପୋଟଳ ଅମଳ ହ୍ରାସ ହୋଇଥାଏ । କିଆରୀରେ ଅନାବନା ଘାସ ଦମନ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ମଧ୍ୟ ଘାସ ନିୟନ୍ତ୍ରଣ କରାଯାଇପାରିବ । ଏଥିପାଇଁ ବିହନ ଲଗାଇବା ପରଦିନ ଏକର ପ୍ରତି ୩୦୦ ମିଲିଲିଟର ଅକ୍ସିଫ୍ଲୋରୋଫେନ୍ ଅଥବା ୧୫୦ ଗ୍ରାମ ମେଟ୍ରିବୁଜିନ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର-। ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ମନ୍ଦାରେ ବିହନ ପୋତିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର । ଗଛ ପାଖରେ ରଞ୍ଜାଦେଲେ ଅଧିକ ଅମଳ ମିଳିଥାଏ ।

 

ପୋଟଳ ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାନ୍ତି । ଏହି ଫସଲରେ ପତ୍ରପୋଡ଼ା ରୋଗ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଏହି ରୋଗ ହେଲେ ପତ୍ର ଉପରେ ବାଦାମୀ ରଙ୍ଗର ଚିହ୍ନ ଦେଖାଯାଏ । ପରବର୍ତ୍ତୀ ସମୟରେ ଏହା ପୋଡ଼ିଯିବା ପରି ଦେଖାଯାଇଥାଏ-। ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୩୦୦ ଗ୍ରାମ୍ କ୍ଲୋରୋଥାଲୋନିଲ୍ କିମ୍ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ-। ପୋଟଳ ଫସଲରେ କାଙ୍କଡ଼ିଆ ପୋକ ଦେଖାଯାଇଥାଏ । ଏହି ପୋକ ପତ୍ରକୁ ଖାଇ ନଷ୍ଟ କରିଦିଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ବା ଫିପ୍ରୋନିଲ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଫଳବିନ୍ଧା ପୋକ ଏହି ଫସଲର ବିଶେଷ କ୍ଷତି କରିଥାନ୍ତି । ଫଳ ଛୋଟ ହୋଇଥିବା ଅବସ୍ଥାରେ ଏମାନେ ଫଳ ଭିତରେ ପ୍ରବେଶ କରନ୍ତି । ଏହାଦ୍ଵାରା ଅମଳ ହ୍ରାସ ପାଇଥାଏ । କୀଟ ନିୟନ୍ତ୍ରଣ ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ ଥାୟୋଡିକାର୍ବ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସେ କରିବା ଦରକାର । କୀଟ ଦମନ ପାଇଁ ଫସଲ କିଆରୀରେ ଆଲୋକ ଯନ୍ତା, ହଳଦିଆ ଅଠାଳିଆ ଯନ୍ତା ଓ ଫେରୋମୋନ୍ ଟ୍ରାପ୍ ବ୍ୟବହାର କରାଯାଇ ପାରିବ-। ଜୈବିକ ଉପାୟରେ ରୋଗପୋକ ଦମନ ପାଇଁ ଫସଲରେ ନିମତେଲ ବା ନିମଜାତ ଔଷଧ ପ୍ରୟୋଗ କରାଯାଇପାରେ ।

 

ପୋଟଳ ଲଗାଇବାର ପ୍ରାୟ ୩-୪ ମାସ ପରେ ଅମଳ ପାଇଁ ଉପଯୁକ୍ତ ହୁଏ । ଏକ ଏକର ଜମିରୁ ହାରାହାରି ୫୦-୬୦ କ୍ଵିଣ୍ଟାଲ ପୋଟଳ ଅମଳ ହୋଇଥାଏ ।

✽✽✽

 

କାକୁଡ଼ି

 

ବହୁ ପୁରାକାଳରୁ ଆମ ରାଜ୍ୟରେ କାକୁଡ଼ି ଚାଷ ହୋଇଆସୁଛି । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ଅଟେ । କାକୁଡ଼ିରେ ଶତକଡ଼ା ୨.୫ ଭାଗ ଶ୍ଵେତସାର, ୦.୪ ଭାଗ ପୁଷ୍ଟିସାର, ୦.୩ ଭାଗ ଖଣିଜ ଲବଣ ଏବଂ ଯଥେଷ୍ଟ ପରିମାଣରେ ଜୀବନିକା ରହିଥିବା ଜଣାଯାଏ । ଆମ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ କାକୁଡ଼ି ଚାଷ କରାଯାଇଥାଏ । କାକୁଡ଼ି ଫସଲରୁ ଭଲ ଅମଳ ପାଇବା ପାଇଁ ମାଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଭିନ୍ନ ପ୍ରକାରର ମାଟିରେ କାକୁଡ଼ି ଚାଷ କରାଯାଇପାରିବ । ତେବେ ବାଲିଆ ଦୋରସା ମାଟିରେ କାକୁଡ଼ି ଫସଲରୁ ଭଲ ଅମଳ ମିଳିଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୬.୭ ମଧ୍ୟରେ ରହିଥିବା ଉଚିତ୍ । ବାୟୁମଣ୍ଡଳର ଉତ୍ତାପ ୧୮ ରୁ ୨୪ ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହିଲେ ଗଛ ଭଲ ବଢ଼ିଥାଏ ।

 

ଅଧିକ ଅମଳ ପାଇବା ପାଇଁ ଉନ୍ନତ ଧରଣର ବିହନ ବ୍ୟବହାର କରିବା ଉଚିତ୍ । କାକୁଡ଼ିର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ସ୍ଵର୍ଣ୍ଣ ଶୀତଳ, ସ୍ଵର୍ଣ୍ଣ ଆଜେଟି, ପୁଷା ଲଙ୍ଗ୍ ଗ୍ରୀନ୍‍, ଷ୍ଟ୍ରେଟ୍ ଏଇଟ୍, ସୁପ୍ରିୟା, କେପିସିଏଚ୍ ୨, ପନ୍ତ ସି ୨ ଆଦି କିସମର ନାମ ଉଲ୍ଲେଖଯୋଗ୍ୟ ଅଟେ । ଏକ ଏକର ଜମିରେ ଲଗାଇବା ପାଇଁ ଦୁଇ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ହିରିଡେ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ କାକୁଡ଼ି ଚାଷ କରାଯାଇଥାଏ । ଏଥିପାଇଁ ଯଥାକ୍ରମେ ଜୁନ୍-ଜୁଲାଇ ଏବଂ ଜାନୁଆରୀ-ଫେବ୍ରୁଆରୀ ମାସରେ ବିହନ ଲଗାଇବା ଦରକାର । କାକୁଡ଼ିକୁ ମନ୍ଦା କରି ଲଗାଇଲେ ଭଲ । ଧାଡ଼ିକୁ ଧାଡ଼ି ୧୨୦ ସେଣ୍ଟିମିଟର ଓ ଗଛକୁ ଗଛ ୧୨୦ ସେଣ୍ଟିମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏହି ହିସାବରେ ଏକ ଏକର ଜମିରେ ପ୍ରାୟ ୨୭୮୦ ମନ୍ଦା ରହିପାରିବ । ପ୍ରତି ମନ୍ଦାରେ ୨-୩ ଟି ମଞ୍ଜି ଲଗାଇବା ଉଚିତ୍ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଦରକାର । ଏହା ସମ୍ଭବ ନହେଲେ କାକୁଡ଼ି ପାଇଁ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୩୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ଲଗାଇବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୩୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୭୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୫୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ମଞ୍ଜି ଲଗାଇବାର ତିନି ସପ୍ତାହ ପରେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର ବା ୨୨ କିଲୋଗ୍ରାମ ୟୁରିଆ ବ୍ୟବହାର କରିବାକୁ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ୪ କିଲୋଗ୍ରାମ ବୋରାକ୍ଟ ଏବଂ ୧୦ କିଲୋଗ୍ରାମ ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ କାକୁଡ଼ି ଅମଳ ହ୍ରାସ ହୋଇଥାଏ । ତେଣୁ ପ୍ରଥମ ଅବସ୍ଥାରୁ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୨୦-୨୨ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ମଧ୍ୟ ଘାସ ଦମନ କରାଯାଇଥାଏ । ଏଥିପାଇଁ ମଞ୍ଜି ଲଗାଇବା ପରଦିନ ଏକର ପ୍ରତି ୪୦୦ ମିଲିଲିଟର ଅକ୍ସିଫ୍ଲୋରୋଫେନ୍ ଅଥବା ୨୮୦ ଗ୍ରାମ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ ମେଟ୍ରିବୁଜିନ୍ ଜାତୀୟ ଔଷଧକୁ ୨୦୧ କରିବା ଦରକାର-। ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ମନ୍ଦାରେ ବିହନ ପୋତିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର । ଗଛ ପାଖରେ ରଞ୍ଜାଦେଲେ ଅଧିକ ଅମଳ ମିଳିଥାଏ ।

 

କାକୁଡ଼ି ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଏ । ଏହି ଫସଲରେ ପାଉଁଶିଆ ରୋଗ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଏହି ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ । ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇପାରିବ । ବେଳେବେଳେ ସାହେବୀ ରୋଗ ଆକ୍ରମଣ ଯୋଗୁଁ ଅମଳ ହ୍ରାସ ପାଇଥାଏ । ଏହା ଏକ ଭୂତାଣୁ ଜନିତ ରୋଗ । ଏହି ରୋଗ ହେଲେ ପତ୍ରର ଶିରା ହଳଦିଆ ପଡ଼ିଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ଜୀବାଣୁ ଧଳାମାଛି ଦ୍ୱାରା ବ୍ୟାପିଥାଏ । ବାହକ କୀଟ ନିୟନ୍ତ୍ରଣ କଲେ ରୋଗ ବ୍ୟାପି ନଥାଏ । ବାହକ କୀଟ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । କାକୁଡ଼ି ଫସଲରେ ପତ୍ର ସୁଢଙ୍ଗୀ ପୋକ ଦେଖାଯାଇଥାଏ । ଏହି ପୋକ ପତ୍ରକୁ ମୋଡ଼ି ତା ମଧ୍ୟରେ ପ୍ରବେଶ କରେ । ପରେ ପତ୍ରକୁ ଖାଇ ନଷ୍ଟ କରିଦିଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ବା ୧୫୦ ମିଲିଲିଟର ଆବାମେକଟିନ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଫଳବିନ୍ଧା ପୋକ ଏହି ଫସଲର ବିଶେଷ କ୍ଷତି କରିଥାନ୍ତି । ଫଳକୁ କଣା କରି ଏମାନେ ନଷ୍ଟ କରି ଦିଅନ୍ତି । ଏହି କୀଟ ନିୟନ୍ତ୍ରଣ ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ ଥାୟୋଡିକାର୍ବ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର ।

 

ମଞ୍ଜି ଲଗାଇବାର ପ୍ରାୟ ତିନି ମାସ ପରେ କାକୁଡ଼ି ଅମଳ ପାଇଁ ଉପଯୁକ୍ତ ହୁଏ । ଏକ ଏକର ଜମିରୁ ହାରାହାରି ୪୦-୫୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

✽✽✽

 

ଜହ୍ନି

 

ପନିପରିବା ମଧ୍ୟରେ ଜହ୍ନି ପ୍ରମୁଖସ୍ଥାନ ଗ୍ରହଣ କରିଛି । ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ଅଟେ । ଜହ୍ନିରେ ଶତକଡ଼ା ୩.୪ ଭାଗ ଶ୍ଵେତସାର, ୦.୫ ଭାଗ ପୁଷ୍ଟିସାର, ୦.୩ ଭାଗ ଖଣିଜ ଲବଣ ଏବଂ ୧.୮ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଆମ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଜହ୍ନି ଚାଷ କରାଯାଇଥାଏ । ବିଭିନ୍ନ ପ୍ରକାରର ମାଟିରେ ଜହ୍ନି ଚାଷ କରାଯାଇପାରିବ । ତେବେ ବାଲିଆ ଦୋରସା ମାଟିରେ ଜହ୍ନି ଫସଲରୁ ଭଲ ଅମଳ ମିଳିଥାଏ । ଜମି ନିଗିଡ଼ା ହୋଇଥିବା ଦରକାର । ଅତି ମଟାଳ ମାଟିରେ ଏହି ଫସଲରୁ ଭଲ ଅମଳ ମିଳିନଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୦ ରୁ ୭.୦ ମଧ୍ୟରେ ରହିଥିବା ଉଚିତ୍ ।

 

ଜହ୍ନିର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ସ୍ଵର୍ଣ୍ଣ ଉପହାର, ପୁଷା ନାସଦାର, ପୁଷା ଚିକ୍, ସାତପତରି, ଗୌରବ, ସିଓ–୧, ଅର୍କ ପ୍ରସନ୍ନ, ବିକ୍ରମ ଆଦି କିସମର ନାମ ଉଲ୍ଲେଖଯୋଗ୍ୟ । ଏସବୁ କିସମ ଚାଷ କଲେ ଆଶାନୁରୂପ ଅମଳ ମିଳିଥାଏ । ଏକ ଏକର ଜମିରେ ଲଗାଇବା ପାଇଁ ଦୁଇ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଜମିରେ ଟେଳା ରହିଲେ ମଞ୍ଜିରୁ ଗଛ ହେବାରେ ଅସୁବିଧା ହୋଇଥାଏ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ ଜିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ ଜହ୍ନି ଚାଷ କରାଯାଇଥାଏ । ଏଥିପାଇଁ ଯଥାକ୍ରମେ ଜୁନ୍-ଜୁଲାଇ ଏବଂ ଜାନୁଆରୀ-ଫେବ୍ରୁଆରୀ ମାସରେ ବିହନ ଲଗାଇବା ଦରକାର । ଜହ୍ନିକୁ ମନ୍ଦା କରି ଲଗାଇଲେ ଭଲ । ଧାଡ଼ିକୁ ଧାଡ଼ି ୧୨୦ ସେଣ୍ଟିମିଟର ଓ ଗଛକୁ ଗଛ ୧୨୦ ସେଣ୍ଟିମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏହି ହିସାବରେ ଏକ ଏକର ଜମିରେ ପ୍ରାୟ ୨୭୮୦ ମନ୍ଦା ରହିପାରିବ । ପ୍ରତି ମନ୍ଦାରେ ୨-୩ ଟି ମଞ୍ଜି ଲଗାଇବା ଉଚିତ୍ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଉଚିତ୍ । ଏହା ସମ୍ଭବ ନହେଲେ ଜହ୍ନି ପାଇଁ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍ ଓ ୧୨ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ଲଗାଇବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୧୨ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୭୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୨୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ମଞ୍ଜି ଲଗାଇବାର ତିନି ସପ୍ତାହ ପରେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର ବା ୨୨ କିଲୋଗ୍ରାମ ୟୁରିଆ ବ୍ୟବହାର କରିବାକୁ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ୪ କିଲୋଗ୍ରାମ ବୋରାକ୍ସ ଏବଂ ୧୦ କିଲୋଗ୍ରାମ ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ଜହ୍ନି ଅମଳ ହ୍ରାସ ହୋଇଥାଏ । ତେଣୁ ପ୍ରଥମ ଅବସ୍ଥାରୁ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୨୦-୨୨ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ମଧ୍ୟ ଘାସ ଦମନ କରାଯାଇପାରିବ । ଏଥିପାଇଁ । ଏଥି ପାଇଁ ମଞ୍ଜି ଲଗାଇବା ପରଦିନ ଏକର ପ୍ରତି ୪୦୦ ମିଲିଲିଟର ଅକ୍ସିଫ୍ଲୋରୋଫେନ୍ ଅଥବା ୨୮୦ ଗ୍ରାମ ମେଟ୍ରିବୁଜିନ୍ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ-। ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍-। ମନ୍ଦାରେ ବିହନ ପୋତିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର । ଗଛ ପାଖରେ ରଞ୍ଜାଦେଲେ ଅଧିକ ଅମଳ ମିଳିଥାଏ ।

 

ଜହ୍ନି ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାଏ । ଏହି ମୁଁ ଫସଲରେ ପାଉଁଶିଆ ରୋଗ ଦେଖାଦେଇଥାଏ । ଏହି ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ରଙ୍ଗର ଗୁଣ୍ଡ ପଡ଼ିବା ପରି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ-। ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ-। ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇପାରିବ । ଜହ୍ନି ଫସଲରେ ପତ୍ର ସୁଢଙ୍ଗୀ ପୋକ ଦେଖାଯାଇଥାଏ । ଏହି ପୋକ ପତ୍ରକୁ ମୋଡ଼ି ତା ମଧ୍ୟରେ ପ୍ରବେଶ କରେ । ପରେ ପତ୍ରକୁ ଖାଇ ନଷ୍ଟ କରିଦିଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ବା ୧୫୦ ମିଲିଲିଟର ଆବାମେକଟିନ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ତେ କରିବା ଦରକାର । ବେଳେବେଳେ ଏହି ଫସଲରେ କାଙ୍କଡ଼ିଆ ପୋକ ଦେଖାଯାଇଥାଏ । ଏହି ପୋକ ପତ୍ରକୁ ଖାଇ ନଷ୍ଟ କରିଦିଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । କେତେକ ସ୍ଥାରେ ଜଉପୋକ ଆକ୍ରମଣ କରିବାର ଦେଖାଯାଏ । ଏହି ପୋକ ଗଛରୁ ରସ ଶୋଷି ଖାଇବା ଦ୍ୱାରା ଗଛ ରୁଗ୍‍ଣ ହୋଇଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୮୦ ଗ୍ରାମ ଥାୟାମିଥୋକ୍‍ଜାମ କିମ୍ବା ୫୦ ମିଲିଲିଟର ଇମିଡ଼ାକ୍ଲୋପ୍ରିଡ଼କୁ ୨୦୦ ଲିଟର ପାଣି ସହିତ ମିଶାଇ ଫସଲରେ ସ୍ପ୍ରେ କରିବାକୁ ହେବ ।

 

ବିହନ ଲଗାଇବାର ପ୍ରାୟ ତିନି ମାସ ପରେ ଜହ୍ନି ଅମଳ ହୋଇଥାଏ । ଏକ ଏକର ଜମିରୁ ହାରାହାରି ୩୦-୪୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

✽✽✽

 

କଲରା

 

କଲରାର ସ୍ଵାଦ ପିତା ଅଟେ । ଏଥିରେ ବିଭିନ୍ନ ଔଷଧୀୟ ଗୁଣ ରହିଛି । ତେଣୁ ଏହା ସ୍ଵାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ । ନିୟମିତ ଭାବେ କଲରା ଖାଇଲେ ମଧୁମେହ ରୋଗ ହୁଏ ନାହିଁ । କଲରାରେ ଶତକଡ଼ା ୯.୮ ଭାଗ ଶ୍ଵେତସାର ୨.୧ ଭାଗ ପୁଷ୍ଟିସାର, ୧.୪ ଭାଗ ଖଣିଜ ଲବଣ ଏବଂ ୨.୮ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଆମ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ କଲରା ଚାଷ କରାଯାଇଥାଏ । ବିଭିନ୍ନ ପ୍ରକାରର ମାଟିରେ କଲରା ଚାଷ କରାଯାଇପାରିବ । ତେବେ ନିଗିଡ଼ା ଦୋରସା ମାଟିରେ କଲରା ଫସଲରୁ ଭଲ ଅମଳ ମିଳିଥାଏ । ଅତି ମଟାଳ ମାଟିରେ ଏହି ଫସଲରୁ ଭଲ ଅମଳ ମିଳି ନଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୦ ରୁ ୭.୦ ମଧ୍ୟରେ ରହିଥିବା ଉଚିତ୍ ।

 

କଲରା ଫସଲରୁ ଅଧିକ ଅମଳ ପାଇବା ପାଇଁ ଉନ୍ନତ କିସମ ବିହନ ବ୍ୟବହାର କରିବା ଉଚିତ୍ । ଉନ୍ନତ କିସମ ହିସାବରେ ପୁଷା ବିଶେଷ, ଅର୍କ ହରିତ, କୋଏମ୍ବାଟୁର ଲଙ୍ଗ, ପୁଷା ଦୋମୌସୁମୀ, ଲଙ୍ଗ ଗ୍ରୀନ୍‍, ହାଇଟ୍ ଲଙ୍ଗ ଆଦି ଚାଷ କରାଯାଇପାରିବ । ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ଦୁଇ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ । ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ କଲରା ଚାଷ କରାଯାଇଥାଏ । ଏଥିପାଇଁ ଯଥାକ୍ରମେ ଜୁନ୍-ଜୁଲାଇ ଏବଂ ଜାନୁଆରୀ-ଫେବ୍ରୁଆରୀ ମାସରେ ବିହନ ଲଗାଇବା ଦରକାର । କଲରାକୁ ମନ୍ଦା କରି ଲଗାଇଲେ ଭଲ । ଧାଡ଼ିକୁ ଧାଡ଼ି ୧୨୦ ସେଣ୍ଟିମିଟର ଓ ଗଛକୁ ଗଛ ୧୨୦ ସେଣ୍ଟିମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏହି ହିସାବରେ ଏକ ଏକର ଜମିରେ ପ୍ରାୟ ୨୭୮୦ ମନ୍ଦା ରହିପାରିବ । ପ୍ରତି ମନ୍ଦାରେ ୨-୩ ଟି ମଞ୍ଜି ଲଗାଇବା ଉଚିତ୍ ।

 

ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କଲେ କଲରାରୁ ଅଧିକ ଅମଳ ମିଳିଥାଏ-। ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଉଚିତ୍-। ଏହା ସମ୍ଭବ ନହେଲେ କଲରା ପାଇଁ ଏକର ପ୍ରତି ୨୪ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୧୨ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ଲଗାଇବାବେଳେ ଏକର ପ୍ରତି ୧୨ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୧୨ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୬ କିଲୋଗ୍ରାମ ୟୁରିଆ, ୭୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୨୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବିହନ ଲଗାଇବାର ତିନି ସପ୍ତାହ ପରେ ଏକର ପ୍ରତି ୧୨ କିଲୋଗ୍ରାମ ଯବକ୍ଷାର ବା ୨୬ କିଲୋଗ୍ରାମ ୟୁରିଆ ବ୍ୟବହାର କରିବାକୁ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ଏକର ପ୍ରତି ୪ କିଲୋଗ୍ରାମ ବୋରାକ୍ସ ଏବଂ ୧୦ କିଲୋଗ୍ରାମ ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର । ଗଛ ହେବାର ୨୦-୨୫ ଦିନ ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ହିସାବରେ ବୋରନ୍ ମିଶାଇ ଫସଲରେ ସେ କରାଯାଇପାରିବ ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ କଲରା ଅମଳ ହ୍ରାସ ହୋଇଥାଏ । ତେଣୁ ଜମିରେ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୨୦-୨୨ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ର ଦମନ କରାଯାଇପାରିବ-। ରାସାୟନିକ ପଦ୍ଧତିରେ ମଧ୍ୟ ଘାସ ଦମନ କରାଯାଇପାରିବ । ଏଥି ପାଇଁ ମଞ୍ଜି ଲଗାଇବା ପରଦିନ ଏକର ପ୍ରତି ୪୦୦ ମିଲିଲିଟର ଅକ୍ସିଫ୍ଲୋରୋଫେନ୍ ଅଥବା ୨୮୦ ଗ୍ରାମ ମେଟ୍ରିବୁଜିନ୍ ଜାତୀୟ ଔଷଧକୁ ୨୦୧ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର-। ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ମନ୍ଦାରେ ବିହନ ପୋତିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର । ଗଛ ପାଖରେ ରଞ୍ଜାଦେଲେ ଅଧିକ ଅମଳ ମିଳିଥାଏ-

 

ଏହି ଫସଲରେ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିବାର ଦେଖାଯାଏ । କଲରା ଫସଲରେ ପତ୍ରଦାଗ ରୋଗ ଦେଖାଦେଇଥାଏ । ଏହି ରୋଗ ହେଲେ ପତ୍ର ଉପରେ ହଳଦିଆ ରଙ୍ଗର ଗାରମାନ ଦେଖାଯାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୩୦୦ ମିଲିଲିଟର ଟେବୁକୋନାଜଲ କିମ୍ବା ୫୦୦ ଗ୍ରାମ୍ ମାକ୍ରୋଜେବ୍ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହ ମିଶାଇ ଫସଲରେ ସ୍ରେ କରିବା ଆବଶ୍ୟକ । ଫଳମାଛି ପୋକ ଏହି ଫସଲର ବିଶେଷ କ୍ଷତି କରିଥାନ୍ତି । ଏହି ପୋକ ଆକ୍ରମଣ ଯୋଗୁଁ ଫଳରେ ଛୋଟ କଣା ଓ ଦାଗ ଦେଖିବାକୁ ମିଳିଥାଏ । ଫଳଗୁଡ଼ିକ ଶୁଣ୍ଢ ଝଡ଼ିପଡ଼େ । ଏହି କୀଟ ନିୟନ୍ତ୍ରଣ ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ କିମ୍ବା ୨୦୦ ଗ୍ରାମ୍ ଥାୟୋଡିକାର୍ବ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଜୈବିକ ଉପାୟରେ ରୋଗପୋକ ଦମନ ପାଇଁ ଫସଲରେ ନିମତେଲ ବା ନିମଜାତ ଔଷଧ ପ୍ରୟୋଗ କରାଯାଇପାରେ ।

 

ବିହନ ଲଗାଇବାର ପ୍ରାୟ ତିନି ମାସ ପରେ କଲରା ଅମଳ ହୋଇଥାଏ । ଏକ ଏକର ଜମିରୁ ହାରାହାରି ୨୫-୩୦ କ୍ଵିଣ୍ଟାଲ ଅମଳ ମିଳିଥାଏ ।

✽✽✽

 

ଲାଉ

 

ବହୁ ପୁରାକାଳରୁ ଲାଉ ଚାଷ କରାଯାଉଛି । ଲାଉକୁ ତରକାରୀ, ମିଠା ଓ ପିଠା କରି ଖିଆ ଯାଇଥାଏ । ଲାଉର କେତେକ ଔଷଧୀୟ ଗୁଣ ରହିଛି । ଏହା ସ୍ଵାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ-। ଲାଉରେ ଶତକଡ଼ା ୨.୫ ଭାଗ ଶ୍ଵେତସାର, ୦. ୨ ଭାଗ ପୁଷ୍ଟିସାର, ୦.୫ ଭାଗ ଖଣିଜ ଲବଣ ଏବଂ ୦.୬ ଭାଗ ତନ୍ତୁଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଆମ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଲାଉ ଚାଷ କରାଯାଇଥାଏ-। ବିଭିନ୍ନ ପ୍ରକାରର ମାଟିରେ ଲାଉ ଚାଷ କରାଯାଇଥାଏ । ତେବେ ହାଲୁକା, ଦୋରସା ମାଟିରେ ଲାଉ ଫସଲରୁ ଭଲ ଅମଳ ମିଳିଥାଏ । ମାଟି ନିଗିଡ଼ା ହୋଇଥିବା ଦରକାର । ଏହି ଫସଲ ଚାଷ ପାଇଁ ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୦ ରୁ ୭.୦ ମଧ୍ୟରେ ରହିଥିବା ଉଚିତ ।

 

ଉନ୍ନତ କିସମ ବିହନ ବ୍ୟବହାର କଲେ ଲାଉ ଫସଲରୁ ଅଧିକ ଅମଳ ମିଳିଥାଏ । ଉନ୍ନତ କିସମ ହିସାବରେ ଅର୍କ ନୂତନ, ଅର୍କ ଗଙ୍ଗା, ପୁଷା ସମର ପ୍ରଲିଫିକ ଲଙ୍ଗ, ପୁଷା ମଞ୍ଜରୀ, କାଶୀ ଶୁଭ୍ରା, ଉତ୍କଳ ଶୋଭା ଆଦି ଚାଷ କରାଯାଇପାରିବ । ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ଦୁଇ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ । ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ ଲାଉ ଚାଷ କରାଯାଇଥାଏ । ଏଥିପାଇଁ ଯଥାକ୍ରମେ ଜୁନ୍-ଜୁଲାଇ ଏବଂ ଜାନୁଆରୀ-ଫେବ୍ରୁଆରୀ ମାସରେ ବିହନ ଲଗାଇବା ଦରକାର । ଲାଉକୁ ମନ୍ଦା କରି ଲଗାଇଲେ ଭଲ । ଧାଡ଼ିକୁ ଧାଡ଼ି ୧୨୦ ସେଣ୍ଟିମିଟର ଓ ଗଛକୁ ଗଛ ୧୨୦ ସେଣ୍ଟିମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏହି ହିସାବରେ ଏକ ଏକର ଜମିରେ ପ୍ରାୟ ୨୭୮୦ ମନ୍ଦା ରହିପାରିବ । ପ୍ରତି ମନ୍ଦାରେ ୨-୩ ଟି ମଞ୍ଜି ଲଗାଇବା ଉଚିତ୍ ।

 

ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କଲେ ଲାଭ ଫସଲରୁ ଅଧିକ ଅମଳ ମିଳିଥାଏ । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଉଚିତ୍ । ଏହା ସମ୍ଭବ ନହେଲେ ଲାଉ ପାଇଁ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୨୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ଲଗାଇବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୨୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୭୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୩୩ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବିହନ ଲଗାଇବାର ତିନି ସପ୍ତାହ ପରେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର ବା ୨୨ କିଲୋଗ୍ରାମ ୟୁରିଆ ବ୍ୟବହାର କରିବାକୁ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ୍ର ଚାଷବେଳେ ଏକର ପ୍ରତି ୪ କିଲୋଗ୍ରାମ ବୋରାକୁ ଏବଂ ୧୦ କିଲୋଗ୍ରାମ ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର । ଏହାଛଡ଼ା ଗଛ ହେବାର ୨୦-୨୫ ଦିନ ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ ହିସାବରେ ବୋରନ୍ ମିଶାଇ ଫସଲରେ ସ୍ପ୍ରେ କରାଯାଇପାରିବ ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ଲାଭ ଅମଳ ହ୍ରାସ ହୋଇଥାଏ । ତେଣୁ ଛୋଟ ଅବସ୍ଥାରୁ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ମଧ୍ୟ ଘାସ ଦମନ କରାଯାଇପାରିବ । ଏଥି ପାଇଁ ମଞ୍ଜି ଲଗାଇବା ପରଦିନ ଏକର ପ୍ରତି ୪୦୦ ମିଲି ଲିବର ଅକ୍ସିଫ୍ଲୋରୋଫେନ୍ ଅଥବା ୨୮୦ ଗ୍ରାମ ମେଟ୍ରିବୁଜିନ୍ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର-। ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ମନ୍ଦାରେ ବିହନ ପୋତିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର । ଗଛ ପାଖରେ ରଞ୍ଜାଦେଲେ ଅଧିକ ଅମଳ ମିଳିଥାଏ ।

 

ଲାଭ ଫସଲରେ ବିଭିନ୍ନ ପ୍ରକାରର ରୋଗ ଆକ୍ରମଣ କରିବାର ଦେଖାଯାଏ । ଏହି ଫସଲରେ ପାଉଁଶିଆ ରୋଗ ହେବାର ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ । ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇପାରିବ । ବେଳେବେଳେ ଏହି ଫସଲରେ ଭୂତାଣୁଜନିତ ସାହେବୀ ରୋଗ ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ରର ଶିରା ହଳଦିଆ ପଡ଼ିଯାଏ । ରୋଗ ଦ୍ଵାରା ଆକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ଜୀବାଣୁ କୀଟ ଦ୍ଵାରା ବ୍ୟାପିଥାଏ । ବାହକ କୀଟ ନିୟନ୍ତ୍ରଣ କଲେ ରୋଗ ବ୍ୟାପିପାରେ ନାହିଁ । ବାହକ କୀଟ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର ।

 

ବିହନ ଲଗାଇବାର ତିନିରୁ ଚାରି ମାସ ପରେ ଲାଉ ଅମଳ ହୋଇଥାଏ । କଅଁଳିଆ ଅବସ୍ଥାରେ ଫଳ ଅମଳ କରିବା ଭଲ । କାରଣ ଲାଭ ପାକଳ ହୋଇଗଲେ ଟାଣ ହୋଇଯାଏ । ଫଳରେ ଏହାର ବଜାର ଚାହିଦା ହ୍ରାସ ପାଇଥାଏ । ଭଲ ଭାବରେ ଚାଷ କଲେ ଏକ ଏକର ଜମିରୁ ହାରାହାରି ୫୦-୬୦ ଜିଣ୍ଟାଲ ଲାଉ ଅମଳ ହୋଇପାରିବ ।

✽✽✽

 

କାଙ୍କଡ଼

 

କାଙ୍କଡ଼ ଏକ ଲାଭଜନକ ଫସଲ । କାଙ୍କଡ଼ର ଚାହିଦା କ୍ରମେ କ୍ରମେ ବଢ଼ିବାରେ ଲାଗିଛି-। ପାହାଡ଼ିଆ ଅଞ୍ଚଳରେ ଏହି ଫସଲରୁ ଭଲ ଅମଳ ମିଳିଥାଏ । କାଙ୍କଡ଼ରେ ଶତକଡ଼ା ୮.୦ ଭାଗ ଶ୍ଵେତସାର ୩.୧ ଭାଗ ପୁଷ୍ଟିସାର, ୧.୧ ଭାଗ ଖଣିଜ ଲବଣ ଏବଂ ୧,୦ ଭାଗ ସ୍ନେହସାର ରହିଥିବା ଜଣାଯାଏ । ବିଭିନ୍ନ ପ୍ରକାରର ମାଟିରେ କାଙ୍କଡ଼ ଚାଷ କରାଯାଇପାରିବ । ମଟାଳ ବା ଦୋରସା ମାଟିରେ କାଙ୍କଡ଼ ଚାଷ କରିବା ଭଲ । ପଟୁ ପଡ଼ିଥିବା ଜମିରେ ଏହି ଫସଲରୁ ଅଧିକ ଅମଳ ମିଳିଥାଏ । ଜମି ନିଗିଡ଼ା ହୋଇଥିବା ଦରକାର । ଅତ୍ୟଧିକ ଅମ୍ଳୀୟ ମାଟିରେ ଏହି ଫସଲ ଚାଷ କରିବା ଉଚିତ୍ ନୁହେଁ ।

 

କାଙ୍କଡ଼ ଫସଲରୁ ଅଧିକ ଅମଳ ପାଇବା ପାଇଁ ଉନ୍ନତ କିସମ ବ୍ୟବହାର କରିବା ଉଚିତ୍ । ଉନ୍ନତ କିସମ ହିସାବରେ ଅର୍କ ଭାରତ, ଅର୍କ ନୀଳାଚଳ ଶ୍ରୀ, ଅର୍କ ନୀଳାଚଳ ଶାନ୍ତି, ସି-୨୮ ଆଦି ଚାଷ କରାଯାଇପାରିବ । ମଞ୍ଜି ଚେର ବା ଡାଳ ଦ୍ୱାରା କାଙ୍କଡ଼ର ବଂଶ ବିସ୍ତାର କରାଯାଇଥାଏ । ମଞ୍ଜିରୁ ଗଛ ପ୍ରସ୍ତୁତ କରି ଲଗାଯାଏ । ଡାଳରୁ କଲମୀ କରି ଲଗାଯାଏ । ଚେରରୁ ଗଛ କରିବାକୁ ହେଲେ ଏହାକୁ ସଂଗହ କରି ମାଟିରେ ପୋତିବାକୁ ହୁଏ । ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଦ୍ଵାରା କେତେକ ରୋଗ ଦାଉରୁ ଫସଲକୁ ରକ୍ଷା କରାଯାଇପାରେ । ଥିରାମ କିମ୍ବା କାର୍ବେଣ୍ଡାଜିମ ମିଶାଇ ବିହନ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ସୁଡୋମୋନାସ୍ ଜୀବାଣୁ ମିଶାଇ ବିହନ ବିଶୋଧନ କରାଯାଇପାରେ । ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷାଋତୁରେ କାଙ୍କଡ଼ ଚାଷ କରାଯାଇଥାଏ । ଏଥିପାଇଁ ଜୁନ୍-ଜୁଲାଇ ମାସରେ ବିହନ ଲଗାଇବା ଦରକାର । କାଙ୍କଡ଼କୁ ମନ୍ଦା କରି ଲଗାଇଲେ ଭଲ । ଧାଡ଼ିକୁ ଧାଡ଼ି ୧୫୦ ସେଣ୍ଟିମିଟର ଓ ଗଛକୁ ଗଛ ୧୦୦ ସେଣ୍ଟିମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏହି ହିସାବରେ ଏକ ଏକର ଜମିରେ ପ୍ରାୟ ୨୬୭୦ ମନ୍ଦା ରହିପାରିବ । କାଙ୍କଡ଼ର ମାଈ ଓ ଅଣ୍ଡିରା ଗଛ ଅଲଗା ଥାଏ । ବିହନ ଲଗାଇବାବେଳେ ପ୍ରତି ଦଶଟି ଗଛରେ ଗୋଟିଏ ଅଣ୍ଡିରା ଗଛ ରହିବା ଆବଶ୍ୟକ ।

 

କାଙ୍କଡ଼ ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ଏହା ସମ୍ଭବ ନହେଲେ ଏକର ପ୍ରତି ୨୪ କିଲୋଗ୍ରାମ ଯବକ୍ଷାର, ୧୬ କିଲୋଗ୍ରାମ ଫସ୍‍ଫରସ୍‍ ଓ ୧୬ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ହେବ । ବିହନ ଲଗାଇବାବେଳେ ଏକର ପ୍ରତି ୧୨ କିଲୋଗ୍ରାମ ଯବକ୍ଷାର, ୧୬ କିଲୋଗ୍ରାମ ଫସ୍‍ଫରସ୍‍ ଓ ୧୬ କିଲୋଗ୍ରାମ ପଟାସ୍‍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୬ କିଲୋଗ୍ରାମ ୟୁରିଆ, ୧୦୦ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୨୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବିହନ ଲଗାଇବାର ତିନି ସପ୍ତାହ ପରେ ଏକର ପ୍ରତି ୧୨ କିଲୋଗ୍ରାମ ଯବକ୍ଷାର ବା ୨୬ କିଲୋଗ୍ରାମ ୟୁରିଆ ବ୍ୟବହାର କରିବାକୁ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ବୋରନ୍ ଅଣୁସାର ଅଭାବ ଥିଲେ ବିହନ ଲଗାଇବାର ୨୦-୨୨ ଦିନ ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ହିସାବରେ ବୋରନ୍ ମିଶାଇ ଫସଲରେ ସେ କରାଯିବା ଉଚିତ୍ ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ କାଙ୍କଡ଼ ଅମଳ ହ୍ରାସ ହୋଇଥାଏ । ତେଣୁ ଛୋଟ ଅବସ୍ଥାରୁ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ମଧ୍ୟ ଘାସ ଦମନ କରାଯାଇପାରିବ । ଏଥିପାଇଁ ମଞ୍ଜି ଲଗାଇବା ପରଦିନ ଏକର ପ୍ରତି ୪୦୦ ମିଲିଲିଟର ଅକ୍ସିଫ୍ଲୋରୋଫେନ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ରେ କରିବା ଦରକାର । ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ମନ୍ଦାରେ ବିହନ ପୋତିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର ।

 

କାଙ୍କଡ଼ ଫସଲରେ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିବାର ଦେଖାଯାଏ । ଏହି ଫସଲରେ ପାଉଁଶିଆ ରୋଗ ହେବାର ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ । ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇପାରିବ । ବେଳେବେଳେ କାଙ୍କଡ଼ ଫସଲରେ ପତ୍ରଦାଗ ରୋଗ ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଉପରେ ଗାଢ଼ ଧୂସର ରଙ୍ଗର ଦାଗମାନ ଦେଖାଯାଏ । ଏହାକୁ ଦମନ ପାଇଁ ଏକର ପ୍ରତି ୩୦୦ ମିଲିଲିଟର ଟେବୁକୋନାଜଲ ଔଷଧ ପ୍ରୟୋଗ କରିବା ଆବଶ୍ୟକ । ଏହି ଫସଲରେ କାଙ୍କଡ଼ିଆ ପୋକ ବିଶେଷ କ୍ଷତି କରିଥାଏ-। ଏହି ପୋକ ପତ୍ରକୁ ଖାଇ ନଷ୍ଟ କରିଦିଏ । ଫଳରେ ଅମଳ କମି ଯାଇଥାଏ-। ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ବା ଫିପ୍ରୋନିଲ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସେ କରିବା ଦରକାର ।

 

କଅଁଳିଆ ଅବସ୍ଥାରେ କାଙ୍କଡ଼ ଅମଳ କରିବା ଭଲ । କାରଣ ଅଧିକ ପାକଳ ହୋଇଗଲେ କାଙ୍କଡ଼ର ବଜାର ଚାହିଦା ହ୍ରାସ ପାଇଥାଏ । ଭଲ ଭାବରେ ଚାଷ କଲେ ଏକ ଏକର ଜମିରୁ ହାରାହାରି ୫୦-୬୦ କ୍ଵିଣ୍ଟାଲ ଅମଳ ମିଳିପାରିବ ।

✽✽✽

 

ପାଣି କଖାରୁ

 

ପାଣି କଖାରୁକୁ ତରକାରୀ କରି ଝାଯାଏ । ଏଥିରୁ ପ୍ରସ୍ତୁତ ବଡ଼ି ଓ ପିଠାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ପାଣି କଖାରୁର କେତେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ପ୍ରକାରର ମାଟିରେ ପାଣି କଖାରୁ ଚାଷ କରାଯାଇପାରିବ । ଦୋରସା ଅଥବା ବାଲି ଦୋରସା ମାଟିରେ ପାଣି କଖାରୁ ଚାଷ କରିବା ଭଲ । ତେବେ ଜମି ନିଗିଡ଼ା ହୋଇଥିବା ଦରକାର । ଅତ୍ୟଧକ ଅମ୍ଳୀୟ ମାଟିରେ ଏହି ଫସଲ ଚାଷ କରିବା ଉଚିତ ନୁହେଁ ।

 

ପାଣି କଖାରୁ ଫସଲରୁ ଅଧିକ ଅମଳ ପାଇବା ପାଇଁ ଉନ୍ନତ କିସମ ଚାଷ କରିବା ଉଚିତ୍ । ଉନ୍ନତ କିସମ ହିସାବରେ କାଶୀ ସୁରଭି, କାଶୀ ଉଜ୍ଜ୍ଵଳ, କାଶୀ ଧୱଲ ଆଦି ପ୍ରମୁଖ ଅଟେ-। ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ଦୁଇ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ-। ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୩୦-୪୦ କ୍ଵିଣ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ବର୍ଷାଋତୁରେ ପାଣି କଖାରୁ ଚାଷ କରାଯାଇଥାଏ । ଏଥିପାଇଁ ଜୁନ୍-ଜୁଲାଇ ମାସରେ ବିହନ ଲଗାଇବା ଦରକାର । ପାଣି କଖାରୁକୁ ମନ୍ଦା କରି ଲଗାଇଲେ ଭଲ । ଧାଡ଼ିକୁ ଧାଡ଼ି ୧୫୦ ସେଣ୍ଟିମିଟର ଓ ଗଛକୁ ଗଛ ୧୫୦ ସେଣ୍ଟିମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏହି ହିସାବରେ ଏକ ଏକର ଜମିରେ ପ୍ରାୟ ୧୭୮୦ ମନ୍ଦା ରହିପାରିବ ।

 

ପାଣି କଖାରୁ ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ଏହା ସମ୍ଭବ ନହେଲେ ଏକର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍ ଓ ୨୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ହେବ । ବିହନ ଲଗାଇବାବେଳେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୨୦ କିଲୋଗ୍ରାମ ପଟାସ୍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୨ କିଲୋଗ୍ରାମ ୟୁରିଆ, ୭୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୩୩ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ବିହନ ଲଗାଇବାର ତିନି ସପ୍ତାହ ପରେ ଏକର ପ୍ରତି ୧୦ କିଲୋଗ୍ରାମ ଯବକ୍ଷାର ବା ୨୨ କିଲୋଗ୍ରାମ ୟୁରିଆ ବ୍ୟବହାର କରିବାକୁ ହେବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ବୋରନ୍ ଅଣୁସାର ଅଭାବ ଥିଲେ ବିହନ ଲଗାଇବାର ୨୦-୨୨ ଦିନ ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ହିସାବରେ ବୋରନ୍ ମିଶାଇ ଫସଲରେ ସ୍ପ୍ରେ କରାଯିବା ଉଚିତ୍ ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ପାଣି କଖାରୁ ଅମଳ ହ୍ରାସ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । କିଆରୀରେ ଆଚ୍ଛାଦ ବ୍ୟବହାର କଲେ ଅନାବନା ଘାସ ପରିବାଣ କମିଯାଇଥାଏ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ମନ୍ଦାରେ ବିହନ ପୋତିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାପରେ କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର । ଗଛ ପାଖରେ ରଞ୍ଜାଦେଲେ ଅଧିକ ଅମଳ ମିଳିଥାଏ ।

 

ପାଣି କଖାରୁ ଫସଲରେ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିବାର ଦେଖାଯାଏ । ଏହି ଫସଲରେ ପାଉଁଶିଆ ରୋଗ ହେବାର ଦେଖାଯାଇଥାଏ । ଏହି ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ । ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପରି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ-। ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ କଲେ ଏହି ରୋଗକୁ ଦମନ କରାଯାଇ ପାରିବ । ବେଳେବେଳେ ପାଣି କଖାରୁ ଫସଲରେ ସାହେବୀ ରୋଗ ଆକ୍ରମଣ ଯୋଗୁଁ ଅମଳ ହ୍ରାସ ପାଇଥାଏ । ଏହା ଏକ ଭୂତାଣୁ ଜନିତ ରୋଗ-। ଏହି ରୋଗ ହେଲେ ପତ୍ରର ଶିରା ହଳଦିଆ ପଡ଼ିଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ି ନଥାଏ-। ଏହି ରୋଗ ଜୀବାଣୁ ଧଳାମାଛି ଦ୍ୱାରା ବ୍ୟାପିଥାଏ । ବାହକ କୀଟ ନିୟନ୍ତ୍ରଣ କଲେ ରୋଗ ବ୍ୟାପି ନଥାଏ । ବାହକ କୀଟ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଏହି ଫସଲରେ କାଙ୍କଡ଼ିଆ ପୋକ ଆକ୍ରମଣ କରିବାର ଦେଖାଯାଏ । ଏହି ପୋକ ପତ୍ରକୁ ଖାଇ ନଷ୍ଟ କରିଦିଏ । ଫଳରେ ଅମଳ କମି ଯାଇଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ବା ଫିପ୍ରୋନିକ୍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର ।

 

ପାଣି କଖାରୁକୁ ଗଛରୁ ତୋଳି ଅମଳ କରାଯାଏ । ଭଲ ଭାବରେ ଚାଷ କଲେ ଏକ ଏକର ଜମିରୁ ହାରାହାରି ୫୦-୬୦ କ୍ଵିଣ୍ଟାଲ ଅମଳ ମିଳିପାରିବ ।

✽✽✽

 

ତରଭୁଜ

 

ତରଭୁଜକୁ ସାଧାରଣତଃ ଫଳ ହିସାବରେ ବ୍ୟବହାର କରାଯାଏ । ପାଚିଲା ତରଭୁଜ ଖାଇବା ଖୁବ୍ ସ୍ଵାଦୁକର । ତରଭୁଜକୁ କେହି କେହି ସରବତ୍ କରି ଖାଇଥାନ୍ତି । ତରଭୁଜରେ ଶତକଡ଼ା ୩.୩ ଭାଗ ଶ୍ଵେତସାର ୦.୨ ଭାଗ ପୁଷ୍ଟିସାର, ୦.୩ ଭାଗ ଖଣିଜ ଲବଣ ଏବଂ ଯଥେଷ୍ଟ ପରିମାଣରେ ଜୀବନିକା ରହିଥିବା ଜଣାଯାଏ । ଆମ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ତରଭୁଜ ଚାଷ କରାଯାଇଥାଏ । ତରଭୁଜ ଫସଲରୁ ଭଲ ଅମଳ ପାଇବା ପାଇଁ ମାଟି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଭିନ୍ନ ପ୍ରକାରର ମାଟିରେ ତରଭୁଜ ଚାଷ କରାଯାଇପାରିବ । ତେବେ ବାଲିଆ ଦୋରସା ମାଟିରେ ତରଭୁଜ ଲଗାଇଲେ ଭଲ ଅମଳ ମିଳିଥାଏ । ଜମି ନିଗିଡ଼ା ହୋଇଥବା ଆବଶ୍ୟକ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୭.୦ ମଧ୍ୟରେ ରହିଥିବା ଉଚିତ୍ ।

 

ଅଧିକ ଅମଳ ପାଇବା ପାଇଁ ଉନ୍ନତ ଧରଣର ବିହନ ବ୍ୟବହାର କରିବା ଉଚିତ୍ । ତରଭୁଜର ଅନେକ ଉନ୍ନତ କିସମ ରହିଛି । ସେସବୁ କିସମ ମଧ୍ୟରେ ଅର୍କ ଆକାଶ, ଅର୍କ ମଧୁର, ଅର୍କ ଜ୍ୟୋତି, ସୁଗାର ବେବି, ଅର୍କ ମାଣିକ, ପାରାଡାଇଜ, ବ୍ଲାକ୍ ମ୍ୟାଜିକ୍ ଆଦିର ନାମ ଉଲ୍ଲେଖଯୋଗ୍ୟ । ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ଦୁଇ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ । ରେଳ ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଦରକାର । ପୁରୁଣା ଫସଲର ଅବଶିଷ୍ଟାଂଶ ଓ ଅନାବନା ଘାସ ବାହାର କରିଦେବା ଆବଶ୍ୟକ । ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ୪୦-୫୦ କ୍ରିଷ୍ଟାଲ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ ।

 

ଆମ ରାଜ୍ୟରେ ଗ୍ରୀଷ୍ମଋତୁରେ ତରଭୁଜ ଚାଷ କରାଯାଇଥାଏ । ଏଥିପାଇଁ ଜାନୁଆରୀ ମାସରେ ବିହନ ଲଗାଇବା ଦରକାର । ବଜାରରେ ଅଧିକ ଦାମରେ ବିକ୍ରି କରିବା ପାଇଁ କେତେକ ସ୍ଥାନରେ ନଭେମ୍ବର ମାସରେ ଏହି ଫସଲ ଲଗା ଯାଇଥାଏ । ତେବେ ଅତ୍ୟଧିକ ଶୀତ ପଡ଼ୁଥିବା ସମୟରେ ଲଗାଇଲେ ମଞ୍ଜିରୁ ଗଜା ବାହାରିବାରେ ବିଳମ୍ବ ହୋଇଥାଏ । ତରଭୁଜକୁ ମନ୍ଦା କରି ଲଗାଯାଇଥାଏ । ଧାଡ଼ିକୁ ଧାଡ଼ି ୧୫୦ ସେଣ୍ଟିମିଟର ଓ ଗଛକୁ ଗଛ ୧୫୦ ସେଣ୍ଟିମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏକ ଏକର ଜମିରେ ପ୍ରାୟ ୧୭୮୦ ମନ୍ଦା ରହିପାରିବ । ପ୍ରତି ମନ୍ଦାରେ ୨-୩ ଟି ମଞ୍ଜି ଲଗାଇବା ଉଚିତ୍ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଦରକାର । ଏହା ସମ୍ଭବ ନହେଲେ ତରଭୁଜ ପାଇଁ ଏକର ପ୍ରତି ୨୪ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍ ଓ ୪୦ କିଲୋଗ୍ରାମ ପଟାସ୍‍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବିହନ ଲଗାଇବାବେଳେ ଏକର ପ୍ରତି ୧୨ କିଲୋଗ୍ରାମ ଯବକ୍ଷାର, ୧୨ କିଲୋଗ୍ରାମ ଫସ୍‍ଫରସ୍‍ ଓ ୪୦ କିଲୋଗ୍ରାମ ପଟାସ୍‍ ସାର ପ୍ରୟୋଗ କରିବା ଆବଶ୍ୟକ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୨୬ କିଲୋଗ୍ରାମ ୟୁରିଆ, ୭୫ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୬୬ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ମଞ୍ଜି ଲଗାଇବାର ତିନି ସପ୍ତାହ ପରେ ଏକର ପ୍ରତି ୧୨ କିଲୋଗ୍ରାମ ଯବକ୍ଷାର ବା ୨୬ କିଲୋଗ୍ରାମ ୟୁରିଆ ପ୍ରୟୋଗ କରାଯିବ । ବଜାରରେ ମିଳୁଥିବା ଅନ୍ୟାନ୍ୟ ସାରକୁ ମଧ୍ୟ ହିସାବ କରି ପ୍ରୟୋଗ କରାଯାଇପାରିବ । ମାଟିରେ ଦସ୍ତା ଓ ବୋରନ୍ ଅଣୁସାର ଅଭାବ ଥିଲେ ଶେଷ ଓଡ଼ ଚାଷବେଳେ ୪ କିଲୋଗ୍ରାମ ବୋରାକୁ ଏବଂ ୧୦ କିଲୋଗ୍ରାମ ଜିଙ୍କ୍ ସଲଫେଟ ପ୍ରୟୋଗ କରିବା ଦରକାର । ଗଛ ୨୦-୨୨ ଦିନର ହୋଇଯିବା ପରେ ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ବୋରନ ମିଶାଇ ସ୍ପ୍ରେ କଲେ ଅଧିକ ଅମଳ ମିଳିଥାଏ ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ତରଭୁକ ଅମଳ ହ୍ରାସ ହୋଇଥାଏ । ତେଣୁ ପ୍ରଥମ ଅବସ୍ଥାରୁ ଅନାବନା ଘାସ ନିୟନ୍ତ୍ରଣ କରିବା ଆବଶ୍ୟକ । ଗଛ ହେବାର ୧୮-୨୦ ଦିନ ପରେ କିଆରୀକୁ ଖୁସାଇ ଅଥବା ହାତରେ ବାଛି ଘାସ ଦମନ କରାଯାଇପାରିବ । ରାସାୟନିକ ପଦ୍ଧତିରେ ମଧ୍ୟ ଘାସ ଦମନ କରାଯାଇପାରିବ । ଏଥିପାଇଁ ମଞ୍ଜି ଲଗାଇବା ପରଦିନ ଏକର ପ୍ରତି ୪୦୦ ମିଲିଲିଟର ଅକ୍ସିଫ୍ଲୋରୋଫେନ୍ ଅଥବା ୨୮୦ ଗ୍ରାମ ମେଟ୍ରିବୁଜିନ୍ ଜାତୀୟ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ଜମିରେ ସ୍ପ୍ରେ କରିବା ଦରକାର-। ଘାସମରା ଔଷଧ ବ୍ୟବହାରବେଳେ ଜମିରେ ଯଥେଷ୍ଟ ବତର ଥିବା ଆବଶ୍ୟକ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ସମୟରେ ଜଳସେଚନ କରିବା ଉଚିତ୍ । ମନ୍ଦାରେ ବିହନ ପୋତିବା ପରେ ହାଲୁକା ଭାବେ ଜଳସେଚନ କରିବା ଉଚିତ୍ । ଏହାଛଡ଼ା କୋଡ଼ାଖୁସା ପରେ ଏବଂ ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ମଡ଼ାଇବା ଦରକାର ।

 

ତରଭୁଜ ଫସଲକୁ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିଥାନ୍ତି । ଏହି ଫସଲରେ ପାଉଁଶିଆ ରୋଗ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଏହି ରୋଗ ହେଲେ ପତ୍ର ଓ କାଣ୍ଡ ଉପରେ ପାଉଁଶ ପରି ଗୁଣ୍ଡ ପଡ଼ିବା ଭଳି ଦେଖାଯାଏ । ରୋଗାକ୍ରାନ୍ତ ଗଛ ଭଲ ବଢ଼ିନଥାଏ । ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଏକର ପ୍ରତି ୨୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ବା ୩୦୦ ମିଲିଲିଟର ଟେବୁକୋନାଜୋଲ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବାକୁ ହେବ । ଏହାଛଡ଼ା ଏକର ପ୍ରତି ଏକ କିଲୋଗ୍ରାମ୍ ସେଚିତ ଗନ୍ଧକ ଗୁଣ୍ଡକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କଲେ ଏହି ରୋଗକୁ ଦମନ କରାଯାଇପାରିବ । ବେଳେବେଳେ ତରଭୁଜ ଫସଲରେ କାଙ୍କଡ଼ିଆ ପୋକ ଦେଖାଯାଇଥାଏ । ଏହି ପୋକ ପତ୍ରକୁ ଖାଇ ନଷ୍ଟ କରିଦିଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଜୈବିକ ଉପାୟରେ ରୋଗପୋକ ଦମନ ପାଇଁ ଫସଲରେ ନିମତେଲ ବା ନିମଜାତ ଔଷଧ ପ୍ରୟୋଗ କରାଯାଇପାରେ । କୀଟ ଦମନ ପାଇଁ ଫସଲ କିଆରୀରେ ଆଲୋକ ଯନ୍ତା, ହଳଦିଆ ଅଠାଳିଆ ଯନ୍ତା ଓ ଫେରୋମୋନ୍ ଟ୍ରାପ୍ ବ୍ୟବହାର କରାଯାଇପାରିବ ।

 

ବିହନ ଲଗାଇବାର ପ୍ରାୟ ଚାରି ମାସ ପରେ ତରଭୁଜ ଅମଳ ପାଇଁ ଉପଯୁକ୍ତ ହୁଏ । ଏକ ଏକର ଜମିର ହାରାହାରି ୧୦୦-୧୨୦ କ୍ଵିଣ୍ଟାଲ ତରଭୁଜ ଅମଳ ହୋଇଥାଏ ।

✽✽✽

 

ସଜନା

 

ସଜନା ପତ୍ର ଓ ଛୁଇଁକୁ ତରକାରୀ କରି ଖିଆଯାଏ । ଏହା ସ୍ଵାସ୍ଥ୍ୟ ପାଇଁ ଉପଯୋଗୀ ଅଟେ । ସଜନା ଛୁଇଁରେ ଶତକଡ଼ା ୩.୭ ଭାଗ ଶ୍ଵେତସାର ୨.୫ ଭାଗ ପୁଷ୍ଟିସାର, ୨.୦ ଭାଗ ଖଣିଜ ଲବଣ ଏବଂ ୪.୮ ଭାଗ ତନ୍ତୁ ଜାତୀୟ ପଦାର୍ଥ ରହିଥିବା ଜଣାଯାଏ । ଆମ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ସଜନା ଗଛ ଦେଖିବାକୁ ମିଳିଥାଏ । ବିଭିନ୍ନ ପ୍ରକାରର ମାଟିରେ ସଜନା ଚାଷ କରାଯାଇପାରିବ । ତେବେ ଦୋରସା ଏବଂ ବାଲିଆ ଦୋରସା ମାଟିରେ ସଜନା ଲଗାଇଲେ ଭଲ ଅମଳ ମିଳିଥାଏ । ଜମି ନିଗିଡ଼ା ହୋଇଥିବା ଆବଶ୍ୟକ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୫ ରୁ ୮.୦ ମଧ୍ୟରେ ରହିଥିବା ଉଚିତ୍ ।

 

ଅଧିକ ଅମଳ ପାଇବା ପାଇଁ ଉନ୍ନତ ଧରଣର ବିହନ ବ୍ୟବହାର କରିବା ଉଚିତ୍ । ସଜନାର ଅନେକ ଉନ୍ନତ କିସମ ରହିଛି । ସେସବୁ କିସମ ମଧ୍ୟରେ ଥର ହର୍ଷ, ଥର ତେଜସ୍, ପିକେଏମ୍ ୧, ଚେରି ମୁରୁଙ୍ଗାଇ, ଜାଫନା ଆଦିର ନାମ ଉଲ୍ଲେଖଯୋଗ୍ୟ । ଏକ ଏକର ଜମିରେ ଲଗାଇବା ପାଇଁ ପ୍ରାୟ ୨୫୦ ଗ୍ରାମ ବିହନ ଆବଶ୍ୟକ ହୋଇଥାଏ । କେତେକ ରୋଗ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଲଗାଇବା ପୂର୍ବରୁ ବିହନ ବିଶୋଧନ କରିବା ଆବଶ୍ୟକ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ତିନି ଗ୍ରାମ୍ ଥିରାମ କିମ୍ବା ଦୁଇ ଗ୍ରାମ୍ କାର୍ବେଣ୍ଡାଜିମ୍ ମିଶାଇ ବିଶୋଧନ କରାଯାଇପାରିବ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରେ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ବିହନ ଲଗାଇବା ପୂର୍ବରୁ ଭଲଭାବେ ହଳକରି ମାଟିକୁ ଗୁଣ୍ଡ କରିଦେବା ଆବଶ୍ୟକ । ଏକର ପ୍ରତି ଏକ କ୍ଵିଣ୍ଟାଲ ନିମ ପିଡ଼ିଆ ବା କରଞ୍ଜ ପିଡ଼ିଆ ପ୍ରୟୋଗ କଲେ ଉଇ ଆକ୍ରମଣ ହେବାର ଆଶଙ୍କା କମି ଯାଇଥାଏ । ମଞ୍ଜି ବା ଡାଳଖଣ୍ଡ ଦ୍ଵାରା ସଜନାର ବଂଶବିସ୍ତାର କରାଯାଇଥାଏ । ମଞ୍ଜି ବ୍ୟବହାର କରୁଥିଲେ ଏଥିରୁ ଚାରା ପ୍ରସ୍ତୁତ କରି ଲଗାଇବା ଭଲ । ପ୍ରାୟ ୧୦ ସେଣ୍ଟିମିଟର ଲମ୍ବ ଓ ୫ ସେଣ୍ଟିମିଟର ଓସାର ବିଶିଷ୍ଟ କରି ମୁଣାରେ ଚାରା ଉତ୍ପାଦନ କରିବାକୁ ପଡ଼ିବ । ଚାରାଗଛଗୁଡ଼ିକ ୪୦ ଦିନର ହୋଇଗଲେ ତାହାକୁ ନେଇ ରୋପଣ କରାଯାଇଥାଏ ।

 

ଆମ ରାଜ୍ୟରେ ଜୁଲାଇ ମାସରେ ସଜନା ବିହନ ଲଗାଯାଇଥାଏ । ସଜନାକୁ ମନ୍ଦା କରି ଲଗାଯାଇଥାଏ । ଧାଡ଼ିକୁ ଧାଡ଼ି ୨.୫ ମିଟର ଓ ଗଛକୁ ଗଛ ୨.୫ ମିଟର ଦୂରତାରେ ମନ୍ଦା କରାଯିବା ଆବଶ୍ୟକ । ଏକ ଏକର ଜମିରେ ପ୍ରାୟ ୬୪୦ ମନ୍ଦା ରହିପାରିବ । ପ୍ରତି ମନ୍ଦାରେ ଗୋଟିଏ ଲେଖାଏଁ ଗଛ ଲଗାଇବା ଉଚିତ୍ ।

 

ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟସାର ପ୍ରୟୋଗ କରିବା ଉଚିତ୍ । ଗଛ ଲଗାଇବାବେଳେ ପ୍ରତି ଗଛରେ ୧୦-୧୨ କିଲୋଗ୍ରାମ୍ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରାଇ ଏହାର ଫଳାଫଳ ଅନୁସାରେ ସାର ପ୍ରୟୋଗ କରିବା ଆବଶ୍ୟକ । ଏହା ସମ୍ଭବ ନହେଲେ ସଜନା ପାଇଁ ପ୍ରତି ଗଛରେ ୭୦ ଗ୍ରାମ ଯବକ୍ଷାର, ୨୦ ଗ୍ରାମ ଫସ୍‍ଫରସ୍‍ ଓ ୧୨୦ ଗ୍ରାମ ପଟାସ୍ ସାର ପ୍ରୟୋଗ କରିବାକୁ ପଡ଼ିଥାଏ । ବଜାରରେ ମିଳୁଥିବା ସାରକୁ ହିସାବ କଲେ ଏଥିପାଇଁ ଏକର ପ୍ରତି ୧୫୪ ଗ୍ରାମ ୟୁରିଆ, ୧୨୫ ଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ୍‍ ଏବଂ ୨୦୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍ ଆବଶ୍ୟକ ହେବ । ଗଛ ମୂଳରେ ପାଉଁଶ ପକାଇଲେ ସୁଫଳ ମିଳିଥାଏ । ପ୍ରତି ଲିଟର ପାଣି ସହିତ ଦୁଇ ଗ୍ରାମ୍ ବୋରନ ମିଶାଇ ସ୍ପ୍ରେ କଲେ ଗଛ ଭଲ ବଢ଼ିଥାଏ ।

 

ଫସଲ ସହିତ ଅନାବନା ଘାସ ପ୍ରତିଯୋଗିତା କରିବା ଫଳରେ ଅମଳ ହ୍ରାସ ହୋଇଥାଏ । ତେଣୁ ସଜନା ଗଛ ମୂଳରୁ ଅନାବନା ଘାସ ଉପାଡ଼ି ଦେବା ଦରକାର । ଛୋଟ ଅବସ୍ଥାରେ ଗଛର ଅଗ ଡାଳ କାଟିଦେବା ଉଚିତ୍ । ଏହାହେଲେ ଗଛ ଝଙ୍କାଳିଆ ହୁଏ ଏବଂ ଅଧିକ ଛୁଇଁ ମିଳିଥାଏ । ଗଛ ପାଖରେ ବାଡ଼ି ପୋତିଦେଲେ ପବନରେ ଗଛ ଭାଙ୍ଗିଯିବାର ଆଶଙ୍କା ରହେ ନାହିଁ । ଏହି ଫସଲରୁ ଅଧିକ ଅମଳ ପାଇବା ପାଇଁ ଶୀତ ଓ ଖରା ଦିନରେ ଜଳସେଚନ କରିବା ଉଚିତ୍ । ଗଛରେ ଫୁଲ ଓ ଫଳ ଆସିବାବେଳେ ପାଣି ଅଭାବ ହେବା ଉଚିତ୍ ନୁହେଁ ।

 

ସଜନା ଫସଲକୁ ବିଭିନ୍ନ ପ୍ରକାରର କୀଟ ଆକ୍ରମଣ କରିଥାନ୍ତି । ଏହି ଫସଲରେ ସଁବାଳୁଆ ଲାଗିବା ଯୋଗୁଁ ଗଛ ଭଲ ବଢ଼ିପାରେ ନାହିଁ । ଏହାକୁ ଦମନ କରିବା ପାଇଁ ଗଛ ମୂଳରେ କ୍ଲୋରୋପାଇରିଫସ୍‍ ଗୁଣ୍ଡ ପକାଇବା ଉଚିତ୍ । ବେଳେବେଳେ ଏହି ଗଛରେ ଫଳମାଛି ଲାଗିବାର ଦେଖାଯାଏ । ଏହି କୀଟ ଗଛରୁ ରସ ଶୋଷି ଖାଇଦେଇଥାଏ । ଏହାକୁ ଦମନ କରିବା ପାଇଁ ଏକର ପ୍ରତି ୪୦୦ ମିଲିଲିଟର ପ୍ରୋଫେନୋଫସ୍‍ ଔଷଧକୁ ୨୦୦ ଲିଟର ପାଣି ସହିତ ମିଶାଇ ସ୍ପ୍ରେ କରିବା ଦରକାର । ଛୁଇଁ ପାକଳ ହେଲେ ସଜନା ଅମଳ ହୋଇଥାଏ । ଗଛ ପ୍ରତି ବର୍ଷକୁ ପ୍ରାୟ ୨୦୦ ଛୁଇଁ ଅମଳ ହୋଇଥାଏ ।

✽✽✽

 

ପରିବା ମକା

 

ମକା ଉପରେ ସିଲକ ବା ଚୁଟି ବାହାରିବା ମାତ୍ରେ ଏହାକୁ ଭାଙ୍ଗି ଦେଇ ଉପର ଚୋପା ଛଡ଼ାଇଦେଲେ ଯେଉଁ କ୍ଷୁଦ୍ର ମକାଟି ମିଳେ, ତାହାକୁ ପରିବା ମକା କୁହାଯାଇଥାଏ । ପରିବା ମକାକୁ ଇଂରାଜୀରେ ବେବିକର୍ଣ୍ଣ କୁହାଯାଇଥାଏ । ଏହାର ଓଜନ ପ୍ରାୟ ୫-୬ ଗ୍ରାମ୍ ମଧ୍ୟରେ ହୋଇଥାଏ । ପରିବା ମକାରୁ ସାଲାଡ଼, ସୁପ୍, ପକୋଡ଼ା, ତରକାରି ଆଦି ପ୍ରସ୍ତୁତ କରି ଖିଆଯାଏ । ପରିବା ମକା ଚାଷ ପାଇଁ ସ୍ଵତନ୍ତ୍ର କିସମମାନ ରହିଛି । ଏହି କିସମଗୁଡ଼ିକ ଶୀଘ୍ର ଅମଳ ଦିଏ ଏବଂ ଗଛରେ ଅଧିକ ସଂଖ୍ୟକ ମକା ହୋଇଥାଏ । ସେସବୁ ମଧ୍ୟରେ ଭିଏଲ୍ ବେବିକର୍ଷ ୧, ସିଓବିସି ୧, ଏଚ୍ଏମ୍ ୪, ହିମ ୧୨୯, ଭିଏଲ ୧୬, ଭିଏଲ ୪୨ ଆଦି କିସମ ପ୍ରମୁଖ ଅଟେ । ଆମ ରାଜ୍ୟରେ ଶୀତଋତୁରେ ପରିବା ମକା ଚାଷ କରାଯାଇପାରିବ । ଅଗଷ୍ଟ ମାସରୁ ଆରମ୍ଭ କରି ଡିସେମ୍ବର ମାସ ଯାଏ ବିହନ ବୁଣାଯାଇପାରେ । ଅବଶ୍ୟ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଦିନ ଧରି ଶୀତ ପଡ଼ୁଥିଲେ ବିଳମ୍ବରେ ମଧ୍ୟ ବିହନ ବୁଣାଯାଇପାରିବ । ଅମଳବେଳେ ବାୟୁମଣ୍ଡଳର ଉତ୍ତାପ ଅଧିକ ରହିଲେ ପରିବା ମକାର ଗୁଣାତ୍ମକ ମାନ ହ୍ରାସ ପାଇଥାଏ । ନିଗିଡ଼ା, ଦୋରସା ମାଟିରେ ପରିବା ମକା ଭଲ ଅମଳ ଦେଇଥାଏ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୫.୫ ରୁ ୭.୦ ମଧ୍ୟରେ ରହିଥିବା ଆବଶ୍ୟକ ।

 

ବିହନ ବୁଣିବା ପୂର୍ବରୁ ଜମିକୁ ଭଲଭାବେ ହଳକରି ମାଟି ଗୁଣ୍ଡ କରିଦେବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଏବଂ ଗଛକୁ ଗଛ ୧୫ ସେଣ୍ଟିମିଟର ବ୍ୟବଧାନରେ ବିହନ ବୁଣା ଯାଇଥାଏ । ଏହି ହିସାବରେ ବୁଣିଲେ ଏକର ପ୍ରତି ପ୍ରାୟ ୪୪ ହଜାର ଗଛ ରହିପାରିବ । ଲଙ୍ଗଳ ସିଆର କରି ଅଥବା ମଞ୍ଜି ବୁଣା ଯନ୍ତ୍ର ସାହାଯ୍ୟରେ ବିହନ ବୁଣାଯାଇପାରେ । ଏକ ଏକର ଜମିରେ ବୁଣିବା ପାଇଁ ପ୍ରାୟ ୧୦ କିଲୋଗ୍ରାମ୍ ବିହନ ଆବଶ୍ୟକ ହୋଇଥାଏ । ବିହନକୁ ବିଶୋଧନ କରି ବୁଣିଲେ ରୋଗ ହେବାର ଆଶଙ୍କା କମିଯାଇଥାଏ । ଜୈବିକ ଉପାୟରେ ମଧ୍ୟ ବିହନ ବିଶୋଧନ କରାଯାଇପାରିବ । ଏଥିପାଇଁ ପ୍ରତି କିଲୋଗ୍ରାମ୍ ବିହନ ସହିତ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡ଼େ କିମ୍ବା ୧୦ ଗ୍ରାମ୍ ସୁଡୋମୋନାସ୍ ଜୀବାଣୁ ମିଶାଇ ବିଶୋଧନ କରାଯାଇପାରିବ ।

 

ମାଟି ପରୀକ୍ଷା କରି ଏହାର ଫଳାଫଳ ଅନୁସାରେ ଏହି ଫସଲରେ ସାର ପ୍ରୟୋଗ କରିବା ଉଚିତ୍ । ମାଟି ପରୀକ୍ଷା କରାଯାଇ ନଥିଲେ ଏକର ପ୍ରତି ୪୮ କିଲୋଗ୍ରାମ୍ ଯବକ୍ଷାର, ୨୪ କିଲୋଗ୍ରାମ୍ ଫସ୍‍ଫରସ୍‍ ଓ ୨୪ କିଲୋଗ୍ରାମ୍ ପଟାସ୍‍ ସାର ପ୍ରୟୋଗ କରିବାକୁ ହେବ । ଏହା ମଧ୍ୟରୁ ବୁଣିବାବେଳେ ଏକର ପ୍ରତି ୨୪ କିଲୋଗ୍ରାମ୍ ଯବକ୍ଷାର, ୨୪ କିଲୋଗ୍ରାମ୍ ଫସ୍‍ଫରସ୍‍ ଓ ୨୪ କିଲୋଗ୍ରାମ୍ ପଟାସ୍‍ ସାର ପ୍ରୟୋଗ କରିବାକୁ ହେବ । ଏଥିପାଇଁ ଏକର ପ୍ରତି ୫୨ କିଲୋଗ୍ରାମ ୟୁରିଆ, ୧୫୦ କିଲୋଗ୍ରାମ ସିଙ୍ଗଲ୍‍ ସୁପର୍‍ ଫସଫେଟ ଏବଂ ୪୦ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ୍‍ ପ୍ରୟୋଗ କରିବାକୁ ପଡ଼ିବ । ଏହା ବଦଳରେ ହିସାବ କରି ଅନ୍ୟାନ୍ୟ ସାର ମଧ୍ୟ ପ୍ରୟୋଗ କରାଯାଇପାରେ ।

 

ଗଛ ତିନି ସପ୍ତାହର ହୋଇଗଲେ କୋଡ଼ାଖୁସା କରି ଘାସ ବାଛିଦେବା ଆବଶ୍ୟକ । ଏହି ସମୟରେ ଏକର ପ୍ରତି ୨୪ କିଲୋଗ୍ରାମ୍ ଯବକ୍ଷାର ବା ୫୨ କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରି ଗଛ ମୂଳକୁ ହୁଡ଼ା ଟେକିଦେବା ଉଚିତ୍ । ବେଳେବେଳେ ବୋରନ ଅଭାବ ଯୋଗୁଁ ଗଛ ଭଲ ବଢ଼ି ନଥାଏ । ଏଥିପାଇଁ ବିହନ ବୁଣିବାର ତିନି ସପ୍ତାହ ପରେ ପ୍ରତି ଲିଟର ପାଣି ସହିତ ୨ ଗ୍ରାମ୍ ବୋରନ ମିଶାଇ ଫସଲରେ ସ୍ପ୍ରେ କରାଯାଇପାରେ । ଦସ୍ତା ଅଭାବ ଥିଲେ ବିହନ ବୁଣିବାବେଳେ ଜମିରେ ଏକର ପ୍ରତି ୧୦ କିଲୋଗ୍ରାମ୍ ଜିଙ୍କ୍ ସଲଫେଟ୍ ପ୍ରୟୋଗ କରାଯାଇପାରେ-

 

ଅନାବନା ଘାସ ଯୋଗୁଁ ଗଛର ଅଭିବୃଦ୍ଧି ବାଧାପ୍ରାପ୍ତ ହୁଏ । କିଆରୀକୁ କୋଡ଼ାଖୁସା କରି ଘାସ ଦମନ କରାଯାଇପାରିବ । ରାସାୟନିକ ଉପାୟରେ ମଧ୍ୟ ଅନାବନା ଘାସ ଦମନ କରାଯାଇପାରେ । ଏଥିପାଇଁ ବିହନ ବୁଣିବାର ଦୁଇ ଦିନ ମଧ୍ୟରେ ଏକର ପ୍ରତି ୮୦୦ ଗ୍ରାମ୍ ଆଟ୍ରାଜିନ ଜାତୀୟ ଘାସମରା ଔଷଧ ପ୍ରୟୋଗ କରାଯାଇପାରେ । ପରବର୍ତ୍ତୀ ସମୟରେ ଜମିରେ ଘାସ ଦେଖାଗଲେ ବୁଣିବାର ୨୦-୨୫ ଦିନ ପରେ ଏକର ପ୍ରତି ୫୦ ଗ୍ରାମ୍ ଟେମ୍ବୋଟ୍ରିଅନ୍ କିମ୍ବା ୧୨ ଗ୍ରାମ୍ ଟୋପ୍ରାମେଜୋନ୍ ଜାତୀୟ ଘାସମରା ଔଷଧ ପ୍ରୟୋଗ କରିବା ଦରକାର । ଘାସମରା ଔଷଧ ବ୍ୟବହାରବେଳେ ମାଟିରେ ବତର ଥିବା ଆବଶ୍ୟକ ।

 

ପରିବା ମକାରୁ ଅଧିକ ଅମଳ ପାଇବା ପାଇଁ ଉପଯୁକ୍ତ ଭାବେ ଜଳ ପରିଚାଳନା କରିବା ଉଚିତ୍ । ମାଟିର ଆବଶ୍ୟକତାକୁ ଚାହିଁ ୬-୭ ଦିନ ଅନ୍ତରରେ ପାଣି ମଡ଼ାଇବା ଦରକାର । ସିଙ୍କଲର ପଦ୍ଧତିରେ ଜଳସେଚନ କଲେ ବାୟୁମଣ୍ଡଳ ଶୀତଳ ରହେ ଏବଂ ଉନ୍ନତ ମାନର ପରିବା ମକା ମିଳିଥାଏ । କିଆରୀରେ ପାଣି ଜମି ରହିଲେ ଗଛ ଭଲ ବଢ଼ି ନଥାଏ । ତେଣୁ ବର୍ଷାଦିନେ ଏହି ଫସଲ ଚାଷ କରୁଥିଲେ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଆବଶ୍ୟକ ।

 

୨୫୦ ପରିବା ମକା ଉତ୍ପାଦନ ପାଇଁ ଗଛରେ ଅଣ୍ଡିରା ଫୁଲର କୌଣସି ଭୂମିକା ନଥାଏ । ତେଣୁ ଗଛରେ ଅଣ୍ଡିରା ଫୁଲ ଆସିବା ମାତ୍ରେ ଏହାକୁ ଭାଙ୍ଗିଦେବା ଉଚିତ । ଏହାଦ୍ଵାରା ଗଛ ଗ୍ରହଣ କରୁଥିବା ଖାଦ୍ୟସାର ପରିବା ମକା ହେବା ପାଇଁ ବ୍ୟବହାର ହୋଇଥାଏ । ଅଣ୍ଡିରା ଫୁଲକୁ ଭାଙ୍ଗିବା ପରେ ଏହାକୁ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଇପାରିବ ।

 

ଏହି ଫସଲରେ ବିଭିନ୍ନ ପ୍ରକାରର ରୋଗପୋକ ଆକ୍ରମଣ କରିବାର ଦେଖାଯାଏ । କାଣ୍ଡବିନ୍ଧା ପୋକ ଦେଖାଗଲେ ପତ୍ରରେ କଣା ହୋଇଥାଏ । ଏହି ପୋକ ମଞ୍ଜପତ୍ରକୁ ଖାଇବା ଯୋଗୁଁ ଗଛ ବଢ଼ିପାରେ ନାହିଁ । ସେହିପରି ସାପକାତିଆ ରୋଗ ହେଲେ ପତ୍ର ଏବଂ ପତ୍ରାଚ୍ଛଦ ଉପରେ ଚକଡ଼ା ଚକଡ଼ା ଦାଗମାନ ହୋଇଯାଏ । ବେଳେବେଳେ ପତ୍ରଦାଗ ରୋଗ ଆକ୍ରମଣ ଯୋଗୁଁ ପତ୍ର ଉପରେ ବାଦାମୀ ରଙ୍ଗର ଦାଗମାନ ଦେଖାଯାଇଥାଏ । ଏସବୁ ରୋଗପୋକ ଆକ୍ରମଣରୁ ରକ୍ଷା ପାଇବା ନିମନ୍ତେ ନିମତେଲ, କରଞ୍ଜ ତେଲ କିମ୍ବା ନିମଜାତ ଔଷଧ ପ୍ରୟୋଗ କରିବା ଉଚିତ । କୀଟ ନିୟନ୍ତ୍ରଣ ପାଇଁ ଆଲୋକ ଯନ୍ତା, ହଳଦିଆ ଅଠାଳିଆ ଯନ୍ତା ଏବଂ ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରାଯିବା ଉଚିତ୍ । ପରିବା ମକାରେ ରାସାୟନିକ ଔଷଧ ପକାଇବା ଉଚିତ୍ ନୁହେଁ ।

 

ପରିବା ମକାର ଅମଳ ସମୟ ଜାଣିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ମକା ଉପରେ ସିଲ୍‍କ ବା ଚୁଟି ବାହାରିବା ମାତ୍ରେ ଏହା ଅମଳ ପାଇଁ ଉପଯୁକ୍ତ ହୁଏ । ଏହି ସମୟରେ ମକାର ଉପର ଚୋପା ଛଡ଼ାଇଦେଲେ ଏହାର ଲମ୍ବ ୧୦-୧୨ ସେଣ୍ଟିମିଟର ଏବଂ ବ୍ୟାସ ୭-୧୭ ମିଲିମିଟର ମଧ୍ୟରେ ହୋଇଥିବା ଦରକାର । ପରିବା ମକା ଅଧିକ ବଡ଼ ହେଲେ ଖାଇବାକୁ ସ୍ୱାଦୁକର ହୋଇ ନଥାଏ । ସାଧାରଣତଃ ବିହନ ବୁଣିବାର ୫୦ ରୁ ୬୦ ଦିନ ପରେ ପରିବା ମକା ଅମଳ ପାଇଁ ଉନ୍ମୁକ୍ତ ହୋଇଥାଏ । ସ୍ଥାନୀୟ ଜଳବାୟୁ ଅବସ୍ଥା, ଚାଷ କରାଯାଉଥିବା ଋତୁ ଏବଂ ବିହନ କିସମ ଅନୁସାରେ ଏଥିରେ ପ୍ରଭେଦ ଦେଖା ଦେଇପାରେ । ପରିବା ମକାକୁ ସପ୍ତାହରେ ଦୁଇରୁ ତିନି ଥର ଅମଳ କରିବା ଆବଶ୍ୟକ । ମକା ଅମଳ ପରେ ରହୁଥିବା ସବୁଜ ଗଛକୁ ଗୋଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ । ଭଲ ଭାବେ ଚାଷ କଲେ ଏକର ପ୍ରତି ପ୍ରାୟ ଛଅ କ୍ଵିଣ୍ଟାଲ ପରିବା ମକା ଅମଳ ହୋଇପାରିବ ।

✽✽✽

 

ପାକଶାଳା ବଗିଚା

 

ପାକଶାଳା ବଗିଚାକୁ ପୁଷ୍ଟି ବଗିଚା ମଧ୍ୟ କୁହାଯାଇଥାଏ । ଆଜିକାଲି ପାକଶାଳା ବଗିଚା କରିବା ନିମନ୍ତେ ଲୋକମାନଙ୍କ ମନରେ ଆଗ୍ରହ ବୃଦ୍ଧି ପାଇଲାଣି । ପାକଶାଳା ବଗିଚା କରିବା ଦ୍ୱାରା ଅନେକ ପ୍ରକାରର ଲାଭ ମିଳିଥାଏ । ଏହାଦ୍ୱାରା ସବୁଦିନ ତଟକା ପନିପରିବା ଖାଇବାକୁ ମିଳିଥାଏ । ବାସଗୃହରୁ ବାହାରୁଥିବା ଜଳ ଓ ଜୈବିକ ଆବର୍ଜନାର ସଦୁପଯୋଗ କରାଯାଇ ପନିପରିବା ଉତ୍ପାଦନ କରିବା ସମ୍ଭବ ହୋଇଥାଏ । ନିଜ ହାତରେ ଫଳାଇଥବା ପନିପରିବା ଖାଇବାକୁ ବେଶ୍ ଆନନ୍ଦ ଲାଗେ । ବଜାରରେ ମିଳୁଥିବା ପନିପରିବାରେ ଅନେକ ପ୍ରକାରର ରାସାୟନିକ ଔଷଧ ମିଶିଥାଏ । ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ ନିଜେ ଫଳାଇଥବା ପନିପରିବାରେ ରାସାୟନିକ ପଦାର୍ଥ ପ୍ରାୟତଃ ନଥାଏ । ଜୈବିକ ପଦ୍ଧତିରେ ଉତ୍ପାଦିତ ପନିପରିବା ଖାଇବାକୁ ସ୍ଵାଦୁକର ହୋଇଥାଏ । ବାଡ଼ିବଗିଚାରେ କାମ କରିବା ଫଳରେ ଜଣେ ଲୋକ ସୁସ୍ଥ ରହିପାରିବେ । ଜଣେ ଚାହିଁଲେ ନିଜର ଅବସର ସମୟ ବିନିଯୋଗ କରି ପନିପରିବା ଚାଷ କରିପାରିବେ । ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ସେମାନଙ୍କ ବଳକା ସମୟର ସଦୁପଯୋଗ କରି ପାକଶାଳା ବଗିଚାରେ କାର୍ଯ୍ୟ କରିପାରିବେ । ପରିବାର ମଧ୍ୟରେ ପନିପରିବା କିଣିବା ପାଇଁ ହେଉଥିବା ଖର୍ଚ୍ଚ କମିଯାଏ ।

 

ପାକଶାଳା ବଗିଚା କରିବା ପାଇଁ ଉଦ୍ଦିଷ୍ଟ ସ୍ଥାନଟି ଜାଗାଟି ଘର ପାଖରେ ହୋଇଥିବା ଦରକାର । ଏହି ସ୍ଥାନର ମାଟି ଉର୍ବର ହେବା ସହିତ ନିଗିଡ଼ା ହୋଇଥବା ଦରକାର । ପାକଶାଳା ବଗିଚା ପାଇଁ ସାଧାରଣତଃ ୨୦୦ ବର୍ଗମିଟର ଜାଗା ଆବଶ୍ୟକ ହୋଇଥାଏ । ତେବେ ସ୍ଥାନର ଅଭାବ ଥିଲେ ଏହାଠାରୁ କମ୍ ଜାଗାରେ ପାକଶାଳା ବଗିଚା କରାଯାଇପାରିବ । ପାକଶାଳା ବଗିଚା ଚାରିପାଖରେ ବାଉଁଶ ଅଥବା ତାରରେ ବାଡ଼ କରିବା ଦରକାର । ବାଡ଼ କରିବା ସମ୍ଭବ ନ ହେଲେ ଏହି ସ୍ଥାନକୁ ଜାଲ ଦ୍ଵାରା ଘୋଡ଼ାଇ ଦେବା ଉଚିତ୍ । ଗୋଟିଏ କୋଣରେ କମ୍ପୋଷ୍ଟ କରିବା ପାଇଁ ଖାତ ରହିଥିବା ଦରକାର । ଜମିର ଆକାର ଅନୁସାରେ ଆଠରୁ ଦଶଟି ପଟାଳି କରିବା ଉଚିତ୍-। ଚାଷକାମ କରିବା, ଘାସ ବାଛିବା, ଜଳସେଚନ ଏବଂ ଜଳ ନିଷ୍କାସନ ପାଇଁ ଦୁଇଟି ପଟାଳି ମଧ୍ୟରେ ୨-୩ ଫୁଟ୍ ଖାଲି ଜାଗା ରହିବା ଆବଶ୍ୟକ ।

 

ବର୍ଷତମାମ କେଉଁ କେଉଁ ଫସଲ ଚାଷ କରାଯିବ ସେ ସମ୍ପର୍କରେ ଆରମ୍ଭରୁ ନିଷ୍ପତ୍ତି ଗ୍ରହଣ କରିବାକୁ ହେବ । ଆମ ରାଜ୍ୟରେ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ପନିପରିବା ଚାଷ କରାଯାଇଥାଏ । ସ୍ଥାନୀୟ ଜଳବାୟୁ ଏବଂ ଭୌଗୋଳିକ ଅବସ୍ଥିତି ଅନୁସାରେ ଋତୁ ଅନୁଯାୟୀ ପନିପରିବା ଚୟନ କରିବା ଦରକାର । ପନିପରିବାର ଅନେକ ପ୍ରକାରର କିସମ ରହିଛି । ପାକଶାଳା ବଗିଚା ପାଇଁ ବିହନ କିସମ ଚୟନ କରିବାବେଳେ ନିଜ ଅଞ୍ଚଳର ଜଳବାୟୁ ଏବଂ ପରିବାରର ଆବଶ୍ୟକତା କଥା ଚିନ୍ତା କରିବାକୁ ହେବ ।

 

ଫସଲ ଚୟନ କରିବାବେଳେ କେତେକ ଦିଗ ପ୍ରତି ନଜର ଦେବାକୁ ହେବ । ଗୋଟିଏ ଜାତିର ଫସଲ ବାରମ୍ବାର କରିବା ଉଚିତ୍ ନୁହେଁ । ଉଦାହରଣ ସ୍ଵରୂପ, ବାଇଗଣ ପରେ ବିଲାତି ବାଇଗଣ ବା ସବ୍‍ଜୀ ଲଙ୍କା; ମୂଳା ପରେ ଫୁଲକୋବି ବା ବନ୍ଧାକୋବି; ବୋଇତ କଖାରୁ ପରେ କାକୁଡ଼ି ବା ଜହ୍ନି ଚାଷ କରିବା ଉଚିତ୍ ନୁହେଁ । ଏହାଦ୍ଵାରା ଗୋଟିଏ ଫସଲରେ ଦେଖାଯାଉଥିବା ରୋଗ ବା ପୋକ ପରବର୍ତ୍ତୀ ଫସଲକୁ ଆକ୍ରମଣ କରିବାର ଆଶଙ୍କା ରହିଛି । ବର୍ଷକ ମଧ୍ୟରେ ପଟାଳିରେ ଅନ୍ତତଃ ଥରେ ଯବକ୍ଷାର ବିବନ୍ଧନକାରୀ ଫସଲ ଯଥା ଝୁଡ଼ଙ୍ଗ, ବିନ, ମଟର, ଗୁଆଁର ଆଦି ଚାଷ କରିବା ଉଚିତ୍ । ଅଳ୍ପଦିନିଆ ଫସଲ ବା କିସମ ଚାଷ କଲେ ବର୍ଷକ ମଧ୍ୟରେ ଅଧିକ ସଂଖ୍ୟାରେ ଫସଲ ନିଆଯାଇପାରିବ । ପାକଶାଳା ବଗିଚା ପାଇଁ ଫସଲ ଯୋଜନା କରିବାବେଳେ ପରିବାରର ଆବଶ୍ୟକତା, ଚାଷ କରାଯାଉଥିବା ଋତୁ, ନିଜର ସାମର୍ଥ ଏବଂ ବିହନ, ଔଷଧ ଓ ଚାଷ ଉପକରଣର ଉପଲବ୍ଧତା କଥା ଚିନ୍ତା କରିବାକୁ ହେବ । ଏଠାରେ ଦଶଟି ପ୍ଲଟ ଥାଇ ପାକଶାଳା ବଗିଚା କରିବାର ଏକ ନମୁନା ପ୍ରଦାନ କରାଗଲା । ନିଜର ସୁବିଧା ଅନୁସାରେ ଏହିପରି ଯୋଜନା ପ୍ରସ୍ତୁତ କରି ଫସଲ ଚାଷ କରାଯାଇପାରିବ ।

 

ପାକଶାଳା ବଗିଚାରେ ଖାଲି ଥିବା ସ୍ଥାନ ଅଥବା ବାଡ଼ ପାଖରେ ଲେମ୍ବୁ, ସଜନା ଓ କଦଳୀ ଗଛ ଲଗାଯାଇ ପାରିବ । ଏଥିସହିତ ସୁବିଧା ଅନୁସାରେ ବାଡ଼ ପାଖରେ ଖମ୍ବଆଳୁ, ଭୁର୍ସୁଙ୍ଗା ପତ୍ର, ଲଙ୍କାମରିଚ ଆଦି ଗଛ ଲଗାଯାଇପାରିବ । ଗଛ ଛାଇ ଥିବା ସ୍ଥାନରେ ଅଦା ଓ ହଳଦୀ ଗଛ ଲଗାଯାଇପାରେ ।

✽✽✽

 

ପାକଶାଳା ବଗିଚାର ନମୁନା

 

ପ୍ଳଟ ନଂ

ବର୍ଷାଋତୁ

ଶୀତଋତୁ

ଗ୍ରୀଷ୍ମଋତୁ

ବୋଇତ କଖାରୁ

ଗାଜର

ଗୁଆଁର

ମୂଳା

ବିଲାତି ବାଇଗଣ

କଲରା

ଜହ୍ନି

ମୂଳା

ଝୁଡ଼ଙ୍ଗ

ଭେଣ୍ଡି

ଫୁଲକୋବି

ଜହ୍ନି

ଲାଉ

ବନ୍ଧାକୋବି

ଖଡ଼ା ଲେଉଟିଆ ଶାଗ

ଝୁଡ଼ଙ୍ଗ

କାପ୍‍ସିକମ୍

କାକୁଡ଼ି

ବାଇଗଣ

ପାଳଙ୍ଗ/କୋଶଳା

ବୋଇତ କଖାରୁ

କାକୁଡ଼ି

ଆଳୁ

ଭେଣ୍ଡି

କଲରା

ମଟର

ପୋଇ

୧୦

ସାରୁ

ବିନ୍

ଲାଉ

 

ସହରରେ ବସବାସ କରୁଥିବା ଲୋକମାନେ ଛାତ ଉପରେ ପନିପରିବା ଚାଷ କରିପାରିବେ । ଏଥିପାଇଁ ସିମେଣ୍ଟ ବା ପ୍ଲାଷ୍ଟିକ କୁଣ୍ଡ ବ୍ୟବହାର କରାଯାଇପାରିବ । କେହି କେହି କାଠର ଫ୍ରେମ୍ କରି ଛାତ ଉପରେ ପନିପରିବା ଚାଷ କରିଥାନ୍ତି । ତେବେ ଛାତ ଉପରେ ଅଧିକ ଓଜନ ନରହିବା ନିମନ୍ତେ କମ୍ ବହଳର ମାଟି ପକାଯିବା ଉଚିତ୍ । ତାଛଡ଼ା କମ୍ ଉଚ୍ଚତାର ଫସଲ ବା କିସମ ଚୟନ କଲେ ଭଲ । ଏକାଥରେ ଗୋଟିଏ ପ୍ରକାରର ଗଛ ଅଧିକ ସଂଖ୍ୟାରେ ଲଗା ନଯାଇ ବିଭିନ୍ନ ପ୍ରକାରର ଗଛକୁ ଅଳ୍ପ ଅଳ୍ପ କରି ଲଗାଇବା ଉଚିତ୍ ।

Image